Categories: ଜାତୀୟ

ଟୁଇଟରରୁ ବିଦା ହେବେ ପରାଗ

ଓ୍ବାଶିଂଟନ,୩।୫: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟୁଇଟର କିଣିବା ପରେ ନୂଆ ସିଇଓ ସନ୍ଧାନରେ ଲାଗିପଡ଼ିଛନ୍ତି। ଫଳରେ ବର୍ତ୍ତମାନର ଟୁଇଟର ସିଇଓ ପରାଗ ଅଗ୍ରଓ୍ବାଲ ବିଦା ହେବା ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ ଟୁଇଟର କିଣିବା ପ୍ରକ୍ରିୟା ଶେଷ ହେବା ପରେ ମସ୍କ କମ୍ପାନୀର ନୂଆ ସିଇଓଙ୍କ ନାମ ଘୋଷଣା କରିବେ। ସାନ୍‌ ଫ୍ରାନ୍ସିସ୍କୋରେ ଥିବା କମ୍ପାନୀ ମ୍ୟାନେଜମେଣ୍ଟ ଉପରେ ମସ୍କଙ୍କ ଭରସା ନ ଥିବା ଗତମାସରେ ସେ ଟୁଇଟର ଅଧ୍ୟକ୍ଷ ବ୍ରେଟ ଟଏଲୋରଙ୍କ ସହ ଆଲୋଚନା ବେଳେ କହିଥିଲେ। ସେହିପରି ଟୁଇଟର ନ୍ୟାୟିକ ମୁଖ୍ୟ ବିଜୟା ଗାଡ୍ଡେଙ୍କୁ ବିଦା କରିବା ନେଇ ମସ୍କ ଯୋଜନା କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଗତବର୍ଷ ନଭେମ୍ବରରେ ପରାଗ ଟୁଇଟର ସିଇଓ ପଦରେ ନିଯୁକ୍ତ ହୋଇଥିଲେ। ରିସର୍ଚ୍ଚ ଫ୍ରମ୍‌ ଇକ୍ୱିଲିୟର ରିପୋର୍ଟ ମୁତାବକ ଦାୟିତ୍ୱ ଗ୍ରହଣର ୧୨ ମାସ ଭିତରେ ଯଦି ପରାଗଙ୍କୁ ସିଇଓ ପଦରୁ ବହିଷ୍କାର କରାଯାଏ ତେବେ ଟୁଇଟର ତାଙ୍କୁ ୪୨ ମିଲିୟନ ଡଲାର ଦେବ।

Share