ବିତର୍କରେ ଭାଗ ନିଅନ୍ତୁ ପରାଗ

ଓ୍ବାଶିଂଟନ୍‌, ୮ା୮: ଟେସ୍‌ଲା ମାଲିକ ଏଲନ୍‌ ମସ୍କ ୪୪ ବିଲିୟନ ଡଲାର ଟୁଇଟର ଚୁକ୍ତିରୁ ଓହରିବା ପରେ ଏହି ସୋସିଆଲ ମିଡିଆ ଜାଏଣ୍ଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଯଦି ଟୁଇଟରରେ ପ୍ରକୃତରେ ୫%ରୁ କମ୍‌ ନକଲି ଆକାଉଣ୍ଟ ରହିଛି ତେବେ ପରାଗ ସର୍ବସାଧାରଣରେ ଏକ ବିତର୍କରେ ଭାଗ ନେଇ ଏହାକୁ ପ୍ରମାଣ କରନ୍ତୁ ବୋଲି ମସ୍କ କହିଛନ୍ତି।
ଫେକ୍‌ ଆକାଉଣ୍ଟ ବାବଦରେ ଠିକ୍‌ ତଥ୍ୟ ଦେଲେ ମସ୍କ ପୁଣି ଉକ୍ତ ଡିଲ୍‌ କଥା ପୁନର୍ବିଚାର କରିବେ ବୋଲି ଏହା ପୂର୍ବରୁ କହିଥିଲେ। ଏବେ ଏକାଧିକ ଟୁଇଟ କରି ମସ୍କ କମ୍ପାନୀକୁ ଟାର୍ଗେଟ କରିଛନ୍ତି। ଶହେ ଆକାଉଣ୍ଟରୁ କେଉଁଟି ପ୍ରକୃତ ଆକାଉଣ୍ଟ ତାହା ଚିହ୍ନଟ କରିବା ପ୍ରକ୍ରିୟା ଟୁଇଟର ଜଣାଉ। ଏହା ସ୍ପଷ୍ଟ ହେଲେ ପୁଣି ଟୁଇଟର ଡିଲ୍‌ ପୂର୍ବ ସର୍ତ୍ତ ଅନୁସାର ଆଗେଇବ ବୋଲି ସେ କହିଛନ୍ତି। ମସ୍କ ଟୁଇଟରକୁ କିଣିବା ପାଇଁ କରିଥିବା ଡିଲ୍‌ରୁ ଓହରିଯିବା ପରେ ଏହି କମ୍ପାନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଅକ୍ଟୋବର ୧୭ରେ ଡେଲାଓ୍ବେରରେ ମାମଲାର ଶୁଣାଣି ହେବ।

Share