ଷଣ୍ଢକୁଦର ୩ ୱାର୍ଡରେ ତ୍ରିଶଙ୍କୁ ସ୍ଥିତି

ପାରାଦୀପ,୧୭ା୩(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳର ସବୁଠାରୁ ବଡ଼ ବସ୍ତି ହେଲା ଷଣ୍ଢକୁଦ। ଏଠାରେ ୧୭, ୧୮ ଓ ୧୯ନଂ. ଏପରି ୩ଟି ୱାର୍ଡ କରାଯାଇଛି। ୫୮୪୫ ଭୋଟର ଥିବା ଏହି ୩ ୱାର୍ଡରେ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଛି। ସମୁଦ୍ର ବେଳାଭୂମିରେ ଥିବା ଏହି ବସ୍ତିରେ ବିଭିନ୍ନ ବର୍ଗର ଲୋକ ବସବାସ କରୁଛନ୍ତି। ବିଶେଷକରି ତେଲୁଗୁ ସମ୍ପ୍ରଦାୟ ଲୋକଙ୍କ ଉପରେ ଦୁଇଟି ୱାର୍ଡର ବିଜୟ ପରାଜୟ ନିର୍ଭର କରୁଛି। ତେଲୁଗୁ ପରେ ଅନ୍ୟତମ ବଡ଼ ଭୋଟ୍‌ବ୍ୟାଙ୍କ ହେଲା ବଙ୍ଗଭାଷୀ ଏବଂ ଅବଶିଷ୍ଟ ଓଡ଼ିଆ। ଚଳିତ ନିର୍ବାଚନରେ ସଂରକ୍ଷଣ ଯୋଗୁ ଅନେକ ପ୍ରମୁଖ ଆଶାୟୀ ବାଦ୍‌ ପଡିଛନ୍ତି। ସେହି ସ୍ଥାନରେ ଆଶାୟୀଙ୍କୁ ଅଦଳ ବଦଳ କରିବା, ପୁରୁଖାଙ୍କୁ ଅଣଦେଖା କରିବା ଯୋଗୁ ବିଦ୍ରୋହୀ ଭୂମିକାରେ ସେମାନେ ରହିଛନ୍ତି, ଯାହାକୁ ନେଇ ତ୍ରିଶଙ୍କୁ ଅବସ୍ଥା ସୃଷ୍ଟି ହୋଇଛି।

୧୭ନଂ. ୱାର୍ଡ ଅନୁସୂଚିତ ଜାତି ମହିଳା ପାଇଁ ସଂରକ୍ଷଣ ହୋଇଛି। ଏଥର ଏହି ୱାର୍ଡରେ ଭାଜପା ପକ୍ଷରୁ ଚିରସ୍ମିତା ତରାଇ, ବିଜେଡି ପକ୍ଷରୁ ରୁନି ପରିଡା ଓ ସ୍ବାଧୀନ ଭାବେ(ଆମ ପାରାଦୀପ ଆମ ପ୍ରଗତି) ପକ୍ଷରୁ ଟି. ରାଜେଶ୍ୱରୀ ନିର୍ବାଚନ ଲଢୁଛନ୍ତି। ଉକ୍ତ ୱାର୍ଡର ଭୋଟର ସଂଖ୍ୟା ୧୮୭୨ ଥିବାବେଳେ ସେଥିରୁ ତେଲୁଗୁ ଭୋଟର ୮୫ ପ୍ରତିଶତ। ଅନ୍ୟମାନେ ଓଡ଼ିଆ ବଙ୍ଗଭାଷୀ। ସେହିପରି ୧୮ନଂ. ୱାର୍ଡର ଅବସ୍ଥା। ଅସଂରକ୍ଷିତ ଥିବା ଏହି ୱାର୍ଡରେ ୩ ଜଣ ତେଲୁଗୁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନେ ହେଲେ ଭାଜପାରୁ ଅର୍ଜିଲ ଶିୱା, ବିଜେଡିରୁ କାମ୍ବଲ ରାମବାବୁ ଓ ଆମ ପାରାଦୀପ ଆମ ପ୍ରଗତିର ସ୍ବାଧୀନ ପ୍ରାର୍ଥୀ ଜଗନ୍ନାଥ ରାଓ କାମ୍ବଲା। ଉକ୍ତ ୱାର୍ଡରେ ୧୭୩୩ ଭୋଟରଙ୍କ ମଧ୍ୟରୁ ତେଲୁଗୁ ୬୦ ପ୍ରତିଶତ ଥିବା ବେଳେ ଅନ୍ୟମାନେ ଓଡ଼ିଆ ଓ ବଙ୍ଗଭାଷୀ। ଜଗନ୍ନାଥ ଉକ୍ତ ୱାର୍ଡରୁ ପୂର୍ବରୁ ୪ଥର କାଉନସିଲର ଭାବେ ଜିତିଛନ୍ତି। ଦୁଇଥର କଂଗ୍ରେସ ଟିକେଟରୁ ଏବଂ ଦୁଇଥର ବିଜେଡି ଟିକେଟରୁ। ଚଳିତଥର ସେ ପ୍ରମୁଖ ଆଶାୟୀ ଥିଲେ। ତାଙ୍କ ଜାଗାରେ ବିଜେଡି ପୂର୍ବଥର ୧୭ନଂ. ୱାର୍ଡ କାଉନସିଲର ଥିବା ରାମବାବୁଙ୍କୁ ଟିକେଟ ଦେଇଛି। ଅନ୍ୟତମ ଦାବିଦାର ହେଲେ ଭାଜପାର ଶିୱା। ସେ ମଧ୍ୟ ଗତଥର ନିର୍ବାଚନ ଲଢିଥିଲେ। କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏମିତି ଦେଖିବାକୁ ଗଲେ ୩ ଜଣ ପ୍ରାର୍ଥୀ ସମ୍ପର୍କରେ ଦାଦା ପୁତୁରା, ମାମୁ ଭଣଜା। ସମସ୍ତଙ୍କର ଦବ୍‌ଦବା ରହିଛି। କଡା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ହାର୍‌ଜିତ ଗତଥର ଭଳି କମ୍‌ ବ୍ୟବଧାନ ରହିବ ବୋଲି ଜଣେ ଭୋଟର କହିଛନ୍ତି।

୧୯ନଂ. ୱାର୍ଡର ଅସଂରକ୍ଷିତ ଆସନରେ ସେହିଭଳି ଗୋଳମାଳିଆ ସ୍ଥିତି। ୨୨୪୦ ଭୋଟର ଥିବା ଏହି ୱାର୍ଡରେ ଏଥର ୩ ଜଣଯାକ ପ୍ରାର୍ଥୀ ନୂଆମୁହଁ। ବିଜେଡିରୁ ନବ କୁମାର ବେହେରା, ଭାଜପାରୁ ପ୍ରଫୁଲ୍ଲ କୁମାର ପରିଡା ଓ ସ୍ବାଧୀନ(ଏପିଏପି)ସୁଜିତ ପରିଡା। ସୁଜିତଙ୍କ ସ୍ତ୍ରୀ ଗତଥର କାଉନସିଲର ଥିଲେ। ତାଙ୍କ ବାପା ଅକ୍ଷୟ ପରିଡା ୨ ଥର କାଉନସିଲର ଥିଲେ। ଏଥର ବିଜେଡି ଟିକେଟରୁ ବଞ୍ଚତ୍ତ ହେବାରୁ ସେ ବିଦ୍ରୋହୀ ଭୂମିକାରେ ଅଛନ୍ତି। ପ୍ରଫୁଲ୍ଲ ଜଣେ ଆଗଧାଡ଼ିର ମୁରବି ଭାବେ ଜଣାଶୁଣା। ନବ ଶାସକ ବିଜେଡିର ଲୋକପ୍ରିୟ ଚେହେରା। ଉକ୍ତ ୱାର୍ଡର ସୀମା ୧୭, ୧୮ ୱାର୍ଡ ଭିତରେ ରହିଛି। ଏମିତି ସ୍ଥିତିରେ ଏବେ ତ୍ରିମୁଖୀ ଲଢ଼େଇ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri