୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌

ଭୁବନେଶ୍ୱର,୭।୩(ଅନୁରାଧା ମହାରଣା)ହରିଦାସପୁର-ପାରାଦୀପ ରେଳ ଲାଇନ ଏବଂ କେନ୍ଦୁଝରଗଡ଼ ମାର୍ଗଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପ୍ରତିଶ୍ରୁତି ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ – କେନ୍ଦୁଝରଗଡ଼ ଏବଂ ପୁରୀ- ଆନନ୍ଦ ବିହାର ଏକ୍ସପ୍ରେସ୍‌ ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କରିଛନ୍ତି। ତେବେ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନର ନିୟମିତ ସେବା ଉଭୟ ଦିଗରୁ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ। ସେହିଭଳି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ୍‌ ପୁରୀଠାରୁ ୯ ତାରିଖରୁ ଏବଂ ଆନନ୍ଦ ବିହାରରୁ ୧୦ ତାରିଖରୁ କାର୍ଯ୍ୟକାରୀ ହେବ।
୦୮୪୦୬/୦୮୪୦୫ ପାରାଦୀପ-କେନ୍ଦୁଝରଗଡ଼-ପାରାଦୀପ ମେମୁ ପାସେଞ୍ଜର ସ୍ପେଶାଲ ପାରାଦୀପଠାରୁ ଭୋର୍‌ ୫ଟା ୩୦ରେ ଛାଡି କେନ୍ଦୁଝରଗଡ଼ରେ ୧୧ଟା ୨୫ ମିନିଟ୍‌ରେ ପହଞ୍ଚତ୍ବ। ଫେରିବା ମାର୍ଗରେ ଏହି ଟ୍ରେନ କେନ୍ଦୁଝରଗଡ଼ଠାରୁ ଅପରାହ୍ନ ୪ଟା ୩୦ରେ ଛାଡି ପାରାଦୀପରେ ରାତି ୯ଟା ୩୦ରେ ପହଞ୍ଚତ୍ବ। ଏହି ଟ୍ରେନ୍‌ ପାରାଦୀପ ଓ କେନ୍ଦୁଝରଗଡ଼ ମଧ୍ୟରେ ସିଜୁ, ନୂଆଗାଓଁ, କଳାଘର, ମାର୍ଶାଘାଇ ରୋଡ୍‌, କେନ୍ଦ୍ରାପଡା, ବାଜିପଡା, ଲଲିତଗିରି, ଉଦୟଗିରି ରତ୍ନଗିରି ରୋଡ୍‌, ଚଣ୍ଡିଖୋଲ, ହରିଦାସପୁର, ନୂଆଗଡ଼ ମଧୁପୁର, ଜେନାପୁର, ବ୍ରାହ୍ମଣୀ ପିଏଚ୍‌, ଯଖପୁରା, ଯାଜପୁର କେନ୍ଦୁଝର ରୋଡ୍‌, ସୁକିନ୍ଦା ରୋଡ୍‌, ବାଘୁଆପାଳ, ଟମ୍‌କା, ଟାଙ୍ଗିରିଆପାଲ, ସଗଡପଟା, ଚିଲିକଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ୱର, ସୀତାବିଞ୍ଜ, ବସନ୍ତପୁର ଏବଂ ନରଣପୁର ଷ୍ଟେଶନରେ ଉଭୟ ପାର୍ଶ୍ୱରୁ ରହଣି କରିବ।
ଅନ୍ୟପଟେ କେନ୍ଦୁଝରଗଡ ମାର୍ଗ ଦେଇ ୧୮୪୨୭/୧୮୪୨୮ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ୍‌ ପୁରୀରୁ ପ୍ରତି ଶନିବାର ଭୋର ୪ଟା ୧୫ରେ ଛାଡି ରବିବାର ଅପରାହ୍ନ ୧ଟା ୧୦ରେ ଆନନ୍ଦ ବିହାରରେ ପହଞ୍ଚତ୍ବ। ଫେରିବା ମାର୍ଗରେ ଏହି ଟ୍ରେନ ଆନନ୍ଦ ବିହାରରୁ ପ୍ରତି ରବିବାର ଅପରାହ୍ନ ୫ଟା ୨୦ରେ ସୋମବାର ରାତି ୧୧ଟା ୫୫ରେ ପୁରୀରେ ପହଞ୍ଚତ୍ବ। ଏହି ଟ୍ରେନରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ, ଦୁଇଟି ଏସି-୨ ଟାୟାର, ପାଞ୍ଚଟି ଏସି -୨ ଟାୟାର, ଗୋଟିଏ ଏସି -୨ ଟାୟାର (ଇକୋନୋମି), ୬ଟି ସ୍ଲିପର ଶ୍ରେଣୀ, ୪ଟି ଦ୍ୱିତୀୟ ଶ୍ରେଣୀ ସିଟିଂ, ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗଜନ କୋଚ, ଗୋଟିଏ ଗାର୍ଡ ତଥା ଜେନେରେଟର କୋଚ୍‌ ଏବଂ ଗୋଟିଏ ପ୍ୟାଣ୍ଟ୍ରିକାର ଉପଲବ୍ଧ ରହିଛି। ଏହା ପୁରୀ ଓ ଆନନ୍ଦ ବିହାର ମଧ୍ୟରେ ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ନୟାଗଡ଼, ବାଂଶପାଣି, ଡଙ୍ଗୋଆପୋସି, ଚାଇବାସା, ଚଣ୍ଡିଲ, ମୁରି, ବୋକାରୋ ଷ୍ଟିଲ୍‌ ସିଟି, ରାଜାବେରା, ଏନ୍‌ଏସ୍‌ସି ଗୋମୋ, କୋ ଗୟା, ସାସାରାମ, ଡିଡିୟୁ ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ, ଟୁଣ୍ଡ୍‌ଲା ଏବଂ ଚିପିୟାନା ବୁଜର୍ଗ ଷ୍ଟେଶନରେ ଉଭୟ ପାର୍ଶ୍ୱରୁ ରହଣି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri