ଦେଶର ବୃହତ ବନ୍ଦର କ୍ଷେତ୍ରରେ ପାରାଦୀପ ୧ ନମ୍ବର

ପାରାଦୀପ,୧୩ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)କୁ କେନ୍ଦ୍ର ବନ୍ଦର ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ ସମ୍ମାନ ଆଓ୍ବାର୍ଡ ୩ ଟି କ୍ଷେତ୍ରରେ ମିଳିଛି। ଏ ନେଇ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନ୍ଧ ଶନିବାର ପ୍ରଶାସନିକ ଭବନର ବୋର୍ଡ ରୁମରେ ସବିଶେଷ ସୂଚନା ଦେଇଛନ୍ତି। ଦେଶର ସମସ୍ତ ବୃହତ ବନ୍ଦର ଓ ଘରୋଇ ବନ୍ଦର ମଧ୍ୟରେ ପାରାଦୀପ ୨୦୨୨/୨୩ ଆର୍ଥିକ ବର୍ଷରେ ସର୍ବାଧିକ ସଫଳତା ହାସଲ କରିଛି। ଓଭରଅଲ ପରଫାରନ୍ସରେ ପାରାଦୀପ ନମ୍ବର ଓ୍ବାନ (୧)ବୋଲି ହାରାନ୍ଧ କହିଥିଲେ। ଏହା ପାରାଦୀପ, ଓଡ଼ିଶା ଓ ଭାରତ ପାଇଁ ଐତିହାସିକ ବୋଲି ସେ କହିଥିଲେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କୁ କୃତଜ୍ଞତା ଜଣାଇଥିଲେ। ଗତ ୧୦ ତାରିଖରେ ଏହି ବିଭାଗର ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପିପିଏ ୩ ଟି ଆଓ୍ବାର୍ଡ ପାଇ ହ୍ୟାଟ୍ରିକ୍‌ କରିଛି। ସେଗୁଡିକ ହେଲା କାର୍ଗୋ ହ୍ୟାଣ୍ଡଲିଂ କ୍ଷେତ୍ରରେ ୧ ନମ୍ବର, ଓଭରଅଲ ପରଫାରନ୍ସ ରେ ୧ ନମ୍ବର ଓ ଶିପ୍‌ ବର୍ଥ ଡେ ଆଉଟପୁଟ୍‌ରେ ମଧ୍ୟ ନମ୍ବର ୧। ଏଥିପାଇଁ ପାରାଦୀପର ବନ୍ଦର ପରିବାର (ରେଲୱେ, କଷ୍ଟମ୍ସ, କୋଷ୍ଟଗାର୍ଡ, ସିଆଇଏସଏଫ, ଓଡିଶା ସରକାର, ବନ୍ଦର ବ୍ୟବହାରକାରୀ ସଂସ୍ଥା, ଆମଦାନୀ ଓ ରପ୍ତାନୀକାରି ସଂସ୍ଥା, କର୍ମଚାରୀ, ଶ୍ରମିକ, ଆଦି)ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।ମନ୍ତ୍ରୀ ସୋନଓ୍ବାଲଙ୍କ ଠାରୁ ଅଧ୍ୟକ୍ଷ ହାରାନ୍ଧ ଆଓ୍ବାର୍ଡ ଟ୍ରଫି ଗ୍ରହଣ କରିଥିଲେ। ଅନ୍ୟ ପ୍ରସଙ୍ଗ ଉପରେ ଅଧ୍ୟକ୍ଷ ହାରାନ୍ଧ କହିଥିଲେ ଆତ୍ମନିର୍ଭର ଭାରତ ଯୋଜନାରେ ଅନେକ ବର୍ଦ୍ଧିତ ପ୍ରକଳ୍ପ କରାଯାଉଛି। ୬୭୪୩କୋଟିଟଙ୍କା ବ୍ୟୟ ଅଟକଳରେ ନୂତନ ବର୍ଥ, ରେଲୱେ ଭିତ୍ତିଭୂମି, ଡିଜିଟାଲ ବ୍ୟବସ୍ଥା, ଗ୍ରୀନ ପୋର୍ଟ, ସୋଲାର ପ୍ରକଳ୍ପ, ଯାନ୍ତ୍ରିକୀକରଣ ବ୍ୟବସ୍ଥାରେ ପଣ୍ୟ ବୋଝେଇ ଖଲାସ, ଡ୍ରେଜିଂ ଜରିଆରେ ଉଦ୍‌ବୃତ୍ତ ବାଲିକୁ ପୁନଃ ବିନିଯୋଗ ବ୍ୟବସ୍ଥା, ଆଦି ଭିତ୍ତିଭୂମି ବିକାଶ କରାଯାଉଛି। ଏସବୁ ଆସନ୍ତା ୨୦୨୬ ସୁଦ୍ଧା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି। ନୂତନ ଭିତ୍ତିଭୂମି କାର୍ଯ୍ୟକାରୀ ହେଲେ ପାରାଦୀପ ବନ୍ଦର ବିଶ୍ବସ୍ତରୀୟ ବନ୍ଦର ଭାବେ ମାନ୍ୟତା ପାଇବ। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ନିଳଭ୍ର ଦାସଗୁପ୍ତା ଓ ଅନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri