ଦେଶର ବୃହତ ବନ୍ଦର କ୍ଷେତ୍ରରେ ପାରାଦୀପ ୧ ନମ୍ବର

ପାରାଦୀପ,୧୩ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)କୁ କେନ୍ଦ୍ର ବନ୍ଦର ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ ସମ୍ମାନ ଆଓ୍ବାର୍ଡ ୩ ଟି କ୍ଷେତ୍ରରେ ମିଳିଛି। ଏ ନେଇ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନ୍ଧ ଶନିବାର ପ୍ରଶାସନିକ ଭବନର ବୋର୍ଡ ରୁମରେ ସବିଶେଷ ସୂଚନା ଦେଇଛନ୍ତି। ଦେଶର ସମସ୍ତ ବୃହତ ବନ୍ଦର ଓ ଘରୋଇ ବନ୍ଦର ମଧ୍ୟରେ ପାରାଦୀପ ୨୦୨୨/୨୩ ଆର୍ଥିକ ବର୍ଷରେ ସର୍ବାଧିକ ସଫଳତା ହାସଲ କରିଛି। ଓଭରଅଲ ପରଫାରନ୍ସରେ ପାରାଦୀପ ନମ୍ବର ଓ୍ବାନ (୧)ବୋଲି ହାରାନ୍ଧ କହିଥିଲେ। ଏହା ପାରାଦୀପ, ଓଡ଼ିଶା ଓ ଭାରତ ପାଇଁ ଐତିହାସିକ ବୋଲି ସେ କହିଥିଲେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କୁ କୃତଜ୍ଞତା ଜଣାଇଥିଲେ। ଗତ ୧୦ ତାରିଖରେ ଏହି ବିଭାଗର ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପିପିଏ ୩ ଟି ଆଓ୍ବାର୍ଡ ପାଇ ହ୍ୟାଟ୍ରିକ୍‌ କରିଛି। ସେଗୁଡିକ ହେଲା କାର୍ଗୋ ହ୍ୟାଣ୍ଡଲିଂ କ୍ଷେତ୍ରରେ ୧ ନମ୍ବର, ଓଭରଅଲ ପରଫାରନ୍ସ ରେ ୧ ନମ୍ବର ଓ ଶିପ୍‌ ବର୍ଥ ଡେ ଆଉଟପୁଟ୍‌ରେ ମଧ୍ୟ ନମ୍ବର ୧। ଏଥିପାଇଁ ପାରାଦୀପର ବନ୍ଦର ପରିବାର (ରେଲୱେ, କଷ୍ଟମ୍ସ, କୋଷ୍ଟଗାର୍ଡ, ସିଆଇଏସଏଫ, ଓଡିଶା ସରକାର, ବନ୍ଦର ବ୍ୟବହାରକାରୀ ସଂସ୍ଥା, ଆମଦାନୀ ଓ ରପ୍ତାନୀକାରି ସଂସ୍ଥା, କର୍ମଚାରୀ, ଶ୍ରମିକ, ଆଦି)ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।ମନ୍ତ୍ରୀ ସୋନଓ୍ବାଲଙ୍କ ଠାରୁ ଅଧ୍ୟକ୍ଷ ହାରାନ୍ଧ ଆଓ୍ବାର୍ଡ ଟ୍ରଫି ଗ୍ରହଣ କରିଥିଲେ। ଅନ୍ୟ ପ୍ରସଙ୍ଗ ଉପରେ ଅଧ୍ୟକ୍ଷ ହାରାନ୍ଧ କହିଥିଲେ ଆତ୍ମନିର୍ଭର ଭାରତ ଯୋଜନାରେ ଅନେକ ବର୍ଦ୍ଧିତ ପ୍ରକଳ୍ପ କରାଯାଉଛି। ୬୭୪୩କୋଟିଟଙ୍କା ବ୍ୟୟ ଅଟକଳରେ ନୂତନ ବର୍ଥ, ରେଲୱେ ଭିତ୍ତିଭୂମି, ଡିଜିଟାଲ ବ୍ୟବସ୍ଥା, ଗ୍ରୀନ ପୋର୍ଟ, ସୋଲାର ପ୍ରକଳ୍ପ, ଯାନ୍ତ୍ରିକୀକରଣ ବ୍ୟବସ୍ଥାରେ ପଣ୍ୟ ବୋଝେଇ ଖଲାସ, ଡ୍ରେଜିଂ ଜରିଆରେ ଉଦ୍‌ବୃତ୍ତ ବାଲିକୁ ପୁନଃ ବିନିଯୋଗ ବ୍ୟବସ୍ଥା, ଆଦି ଭିତ୍ତିଭୂମି ବିକାଶ କରାଯାଉଛି। ଏସବୁ ଆସନ୍ତା ୨୦୨୬ ସୁଦ୍ଧା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି। ନୂତନ ଭିତ୍ତିଭୂମି କାର୍ଯ୍ୟକାରୀ ହେଲେ ପାରାଦୀପ ବନ୍ଦର ବିଶ୍ବସ୍ତରୀୟ ବନ୍ଦର ଭାବେ ମାନ୍ୟତା ପାଇବ। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ନିଳଭ୍ର ଦାସଗୁପ୍ତା ଓ ଅନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri