ବାତ୍ୟା ମୁକାବିଲା ପାଇଁ ପାରାଦୀପ ବନ୍ଦରର ପ୍ରସ୍ତୁତି: ବର୍ଥ ଛାଡ଼ି ସମୁଦ୍ରରେ ରହିବେ ଜାହାଜ

ପାରାଦୀପ,୨୩।୧୦(ଶରତ ରାଉତ):ବାତ୍ୟା ‘ଦାନା’କୁ ନେଇ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷକରି ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ପଣ୍ୟବାହୀ ଜାହାଜ ବୁଧବାର ମଧ୍ୟାହ୍ନଠାରୁ ବର୍ଥ ଛାଡ଼ି ସମୁଦ୍ର ଭିତରକୁ ଯିବେ ଏବଂ ବାତ୍ୟା ପ୍ରଭାବ କମିବା ପରେ ପୁଣି ବର୍ଥକୁ ଆସିବେ ବୋଲି ନିଷ୍ପତ୍ତି ହୋଇଛି। ଏହା ଆଇଏମଓ (ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେସନ) ନିୟମ। କାରଣ ବାତ୍ୟା ସମୟରେ ଜାହାଜ ବର୍ଥ ପାଖରେ ରହିଲେ ପବନ ପ୍ରଭାବରେ କ୍ଷତିଗ୍ରସ୍ତ ହେବାର ଭୟ ରହିଛି। ସମୁଦ୍ର ମଧ୍ୟରେ ଜାହାଜ ବାତ୍ୟା ଅଞ୍ଚଳଠାରୁ ଦୂରେଇ ଯାଇପାରିବ ବୋଲି ବନ୍ଦର ଅଧ୍ୟକ୍ଷ ପି.ଏଲ୍‌. ହାରାନ୍ଧ ସୂଚନା ଦେଇଛନ୍ତି। ଏହାବ୍ୟତୀତ ବନ୍ଦର ମଧ୍ୟରେ ଥିବା ବଡ଼ ବଡ଼ କ୍ରେନ, ହାଇମାଷ୍ଟ ଲାଇଟ୍‌କୁ ଡାଉନ କରାଯିବ। ମେରାଇନ୍‌, ଟ୍ରାଫିକ, ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଛି। ପୋର୍ଟ ଟାଉନଶିପ୍‌ ମଧ୍ୟରେ ଥିବା ନିଜସ୍ବ ୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ ରହିବା ଉପଯୋଗୀ ଭଳି କରାଯାଇଛି। ସେଠାରେ ଖାଦ୍ୟ ପାନୀୟ ଜଳ, ଜେନେରେଟର, ମହମବତି, ଟର୍ଚ୍ଚ ଆଦି ରଖାଯାଇଛି। ରାସ୍ତା ମୁକ୍ତ କରିବା ପାଇଁ ସିଆଇଏସ୍‌ଏଫ୍‌ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ କରାଯାଇଛି। ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ପ୍ରଶମନ ଟିମ୍‌ ସହ ମିଶି ପାରାଦୀପ ବନ୍ଦର ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଅଧ୍ୟକ୍ଷ ହାରାନ୍ଧ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri