ପରେଡ୍‌ ଗ୍ରାଉଣ୍ଡ ବନ୍ଦ, ଖେଳକୁଦରେ ସମସ୍ୟା

ରାଉରକେଲା ଅଫିସ,୧୪।୨: ରାଉରକେଲା ଉଦିତନଗର ସ୍ଥିତ ପରେଡ୍‌ ଗ୍ରାଉଣ୍ଡ ଖେଳ ପଡିଆକୁ ବନ୍ଦ ରଖାଯାଇଥିବାରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଏବଂ କ୍ରୀଡାବିତ୍‌ଙ୍କ ଖେଳକୁଦରେ ଅସୁବିଧା ହେଉଛି। ଫଳରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ହକି ବିଶ୍ୱକପ୍‌ ପୂର୍ବରୁ ଉଦିତନଗର ସ୍ଥିତ ପରେଡ୍‌ ଗ୍ରାଉଣ୍ଡକୁ ସୌନ୍ଦର୍ଯ୍ୟକରଣ କରାଯିବା ପରେ ସେଠାରେ ଖେଳକୁଦ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଗଲା। ଗତ ଜାନୁୟାରୀ ୨୬ରେ ଗ୍ରାଉଣ୍ଡରେ ଜିଲାସ୍ତରୀୟ ପରେଡ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାଉଣ୍ଡକୁ ବନ୍ଦ କରିଦିଆଗଲା। ଏଯାଏ ଏହି ଗ୍ରାଉଣ୍ଡ ଖୋଲାଯାଇ ନ ଥିବାରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ, କ୍ରୀଡ଼ା ପ୍ରଶିକ୍ଷକ ଓ କ୍ରୀଡାବିତ୍‌ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ସ୍ତରୀୟ କବାଡି, ଫୁଟବଲ, ବେସବଲ ଖେଳାଳିଙ୍କ ଅଭ୍ୟାସ ବନ୍ଦ ରହିଛି। ସେହିପରି ବରିଷ୍ଠ ନାଗରିକଙ୍କ ମର୍ନିଂ ଓ୍ବାକ୍‌, ପୋଲିସ, ରେଲଓ୍ବେ କର୍ମଚାରୀଙ୍କ ଫିଟନେସ ଓ୍ବାକର୍‌ସ ସହିତ ଉଦିତନଗରର ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ କ୍ରୀଡ଼ା ଅଭ୍ୟାସ ବନ୍ଦ ହୋଇଯାଇଛି। ଏ ସମ୍ପର୍କରେ ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ବାରିକ କୁହନ୍ତି, ଆମ ସ୍କୁଲରେ ଖେଳପଡିଆ ବହୁତ ଛୋଟ ଏବଂ ପିଲାସଂଖ୍ୟା ୧୫ଶହରୁ ଊର୍ଦ୍ଧ୍ୱ। ପଡିଆରେ ପାଦ ଥାପିବାକୁ ଜାଗାନାହିଁ। ପୂର୍ବରୁ ସ୍କୁଲ ପିଲାଙ୍କୁ ଉଦିତନଗର ପରେଡ ଗ୍ରାଉଣ୍ଡରେ ଖେଳିବାକୁ ଅନୁମତି ମିଳୁଥିଲା। ମାତ୍ର ଏବେ ଗ୍ରାଉଣ୍ଡଟି ବନ୍ଦ ହୋଇଥିବାରୁ ପିଲାଙ୍କ ଖେଳକୁଦରେ ସମସ୍ୟା ହେଉଛି ବୋଲି ବାରିକ କହିଥିଲେ। ସେହିପରି ମ୍ୟୁନିସିପାଲ କଲେଜର ଖେଳ ଶିକ୍ଷକ ସତ୍ୟନାରାୟଣ ରାଉତ ମତ ଦେଇଥିଲେ, ମ୍ୟୁନିସିପାଲ କଲେଜର ଆଥଲେଟିକ ମିଟ୍‌ ସବୁବର୍ଷ ପରେଡ ଗ୍ରାଉଣ୍ଡରେ ହୁଏ। ମାତ୍ର ଏବର୍ଷ ଗ୍ରାଉଣ୍ଡରେ ଖେଳ ପାଇଁ ରାଉରକେଲା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ରୋକଠୋକ୍‌ ମନା କରିଦେଲେ। ଆମର ନିଜସ୍ବ ଖେଳ ପଡିଆ ନାହିଁ। ତେଣୁ ସ୍ପୋର୍ଟସ ଇଭେଣ୍ଟ ଆୟୋଜନ କରିବାକୁ ସମସ୍ୟା ହେଉଛି ବୋଲି ରାଉତ କହିଥିଲେ। ବରିଷ୍ଠ କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରାକୁ ପଚାରିବାରୁ ସେ କହିଲେ, ପରେଡ ଗ୍ରାଉଣ୍ଡ ଅନେକ ଜାତୀୟ ଫୁଟବଲ, ବେସବଲ ଓ ସଫ୍ଟବଲ ଖେଳାଳି ତିଆରି କରିଛି। ପଡିଆ ବନ୍ଦ ରହିବାରୁ ସ୍ଥାନୀୟ ଖେଳାଳିଙ୍କ ଅଭ୍ୟାସ ବନ୍ଦ ରହିଛି। ଆଗକୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ହେବାକୁ ରହିଛି। ତେଣୁ ଖେଳାଳିମାନଙ୍କ ନିୟମିତ ଅଭ୍ୟାସ ପାଇଁ ପରେଡ ଗ୍ରାଉଣ୍ଡ ନିହାତି ଆବଶ୍ୟକ ବୋଲି ବେହେରା କହିଥିଲେ। ଏ ସମ୍ପର୍କରେ ରାଉରକେଲା ଡେପୁଟି କମିଶନର ସୁଂଧାଶୁ ଭୋଇଙ୍କୁ ପଚାରିବାରୁ ରାଉରକେଲା ସ୍ମାର୍ଟସିଟି ବିଭାଗ ଏଯାଏ ମହାନଗର ନିଗମକୁ ଉକ୍ତ ଗ୍ରାଉଣ୍ଡ ହସ୍ତାନ୍ତର କରିନାହିଁ। ହସ୍ତାନ୍ତର ନେଇ ବିଚାରବିମର୍ଶ ଚାଲିଛି। ଖୁବ୍‌ଶୀଘ୍ର ପରେଡ ଗ୍ରାଉଣ୍ଡ ଖୋଲାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri