ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ଚଳାଇଲେ ସାଇକେଲ

ଦୁର୍ଘଟଣାରେ ହରାଇଥିଲେ ଗୋଡ ହେଲେ ବର୍ତ୍ତମାନ ପାରା ସାଇକ୍ଲିଂରେ ରେକର୍ଡ ସୃଷ୍ଟି କରିଛନ୍ତି ଜଣେ ଯୁବତୀ । ସେ ହେଲେ ମଧ୍ୟପ୍ରଦେଶର ରାଜଗଡ ଜିଲାର ବିୟୋରା ସହରରୁ ଆସିଥିବା ତାନ୍ୟା ଡାଗା। ତାନ୍ୟା ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ସାଇକେଲ ଚଳାଇ ନାମ ଅର୍ଜନ କରିଛନ୍ତି। ୧୯ ନଭେମ୍ବରରୁ ସେ ଏହି ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରା ସମାପ୍ତ କରିବାକୁ ୪୩ ଦିନ ଲାଗିଥିଲା।  ୩୧ ଡିସେମ୍ବରରେ ସରିଥିଲା। ପରେ ସେ ହୋଇଗଲେ ଦେଶର ପ୍ରଥମ ମହିଳା ପାରା-ସାଇକେଲ ଚାଳକ।

ତାଙ୍କର ଏଠାରେ ପହଞ୍ଚିବାର କାହାଣୀ ଯନ୍ତ୍ରଣାରେ ପରିପୂର୍ଣ୍ଣ। ତାନ୍ୟା କହିଛନ୍ତି ଯେ, ସେ ୨୦୧୮ ରେ ଏମ୍‌ବିଏ ଅଧ୍ୟୟନ ପାଇଁ ଡେରାଡୁନ ଯାଇଥିଲେ। ସେଠାରେ କାର ଦୁର୍ଘଟଣାରେ ତାଙ୍କର ଏକ ଗୋଡ କାଟି ଦିଆଯାଇଥିଲା। ଚିକିତ୍ସା ୬ ମାସ ପର୍ଯ୍ୟନ୍ତ ଚାଲିଥିଲା। ପ୍ରତ୍ୟେକ ଅସ୍ତ୍ରୋପଚାରରେ ମୋର ୩୦୦୦ ସିଲେଇ ଥିଲା ।

ଦୁର୍ଘଟଣାରେ ଗୋଡ ହରାଇବା ପରେ ତାନ୍ୟା ଆଦିତ୍ୟ ମେହେଟ୍ଟା ଫାଉଣ୍ଡେଶନରେ ଯୋଗ ଦେଇ ଗୋଟିଏ ଗୋଡରେ ସାଇକେଲ ଚଳାଇବା ଆରମ୍ଭ କରିଥିଲେ। ସେ କହିଛନ୍ତି, ତାହା ମୋ ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ। କାରଣ ସାଇକେଲ ଚଳାଇବା ସମୟରେ ଅନେକ ଥର ପାଦରୁ ରକ୍ତ ବାହାରୁଥିଲା। ସର୍ବପ୍ରଥମେ ସେ ୧୦୦ କିଲୋମିଟର ସାଇକେଲ ଚଳାଇଥିଲେ ଯେଉଁଥିରେ  ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେରେ ଥିଲେ। ଏହି ସମୟରେ, କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିଏସଏଫ ଦ୍ୱାରା ଇନଫିନିଟି ରାଇଟ ସାଇକ୍ଲିଂ ଆୟୋଜିତ ହୋଇଥିଲା। ୩୦ ସାଇକେଲ ଚାଳକଙ୍କ ମଧ୍ୟରୁ ୯ ଜଣ ପାରା-ସାଇକେଲ ଚାଳକ ଥିଲେ। କେବଳ ଏତିକି ନୁହେଁ, ଗୋଟିଏ ଗୋଡରେ ଏତେ ଦିନ ଯାତ୍ରା କରିଥିବାରୁ ତାଙ୍କୁ ବିଏସଏଫ ଦ୍ୱାରା ସମ୍ମାନିତ କରାଯାଇଥିଲା। ଏହି ଯାତ୍ରା ସମୟରେ ତାଙ୍କ ବାପାଙ୍କ ମୃତ୍ୟୁ ଖବର ମଧ୍ୟ ସେ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri