ପାରିକରିବେ ଭୋଳାଶଙ୍କର ୨

ଜୀ-ସାର୍ଥକ ବ୍ୟାନରରେ ପ୍ରସ୍ତୁତ ଆଉ ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ‘ପାରିକରିବେ ଭୋଳାଶଙ୍କର ୨’ ଚଳିତ ମାସ ୯ ତାରିଖ ଅର୍ଥାତ ଆଜି ପ୍ରସାରିତ ହେବ। ଅନ୍ୟତମ ଦର୍ଶକାଦୃତ ଚ୍ୟାନେଲ ଜୀ ସାର୍ଥକରେ ଏହାକୁ ସନ୍ଧ୍ୟା ୬.୩୦ରେ ଦେଖିବାକୁ ପାଇବେ। କାହାଣୀ ଅନୁସାରେ ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଛନ୍ତି ଏମିତି ଏକ ଫର୍ମୁଲା ଯାହା ଯେକୌଣସି ବିଷକୁ କାଟି ପାରିବ। କିନ୍ତୁ ସେହି ଫର୍ମୁଲାକୁ ମନ୍ଦ ଉଦ୍ଦେଶ୍ୟ ରଖିଥିବା ଡାକ୍ତର ରୟଙ୍କ ପାଖରୁ ବଞ୍ଚାଇବାକୁ ଯାଇ ହଜାଇ ଦେଇଛନ୍ତି ନିଜ ପୁଅକୁ। କିନ୍ତୁ ଭୋଳାଶଙ୍କରଙ୍କ ଆଶୀର୍ବାଦରୁ କାଳକ୍ରମେ ସେହି ପୁଅ ବଡ ହେଇଛି। ପୁଅଟିର ନଁା ହେଉଛି ଶଙ୍କର ଏବଂ ତା ପାଖରେ ଅଛି ଚମତ୍କାର ଶକ୍ତି, ଯାହାକୁ ସେ କେବଳ ଲୋକଙ୍କ ଭଲ ପାଇଁ ବ୍ୟବହାର କରିଛି। ହେଲେ ତାର ଚମତ୍କାର ଶକ୍ତି କଥା ଡାକ୍ତର ରୟଙ୍କ କାନରେ ପଡିଛି। ଆଉ ସେ ବିଳମ୍ବ ନ କରି ଶଙ୍କର କିଏ ଏବଂ ତା’ର ଚମତ୍କାର ଶକ୍ତି ବିଷୟରେ ଜାଣିବାକୁ ସେ ଲାଗି ପଡିଛନ୍ତି। ତେବେ ସେ ଏଥିରେ ସଫଳ ହେଉଛନ୍ତି ତ ? ପୁଣି ଡାକ୍ତର ପ୍ରଭାକର କ’ଣ ନିଜ ପୁଅକୁ ଫେରିପାଉଛନ୍ତି? ଏସବୁର ଉତ୍ତର ଏହି ସିନେମାରେ ରହିଛି।
ଏହାର କାହାଣୀ ରଚନା କରିଛନ୍ତି ପ୍ରିୟବ୍ରତ। ଏଥିରେ ଲିପିକା ସେନାପତି ଅପର୍ଣା ଚରିତ୍ରରେ ଅଭିନୟ କରୁଥିବାବେଳେ କାହାଣୀର ନାୟକ ସାଜିଛନ୍ତି ରାକେଶ ଦେଓ। ଅନ୍ୟପକ୍ଷରେ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ସୋମୁଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ ଓ ସୁନିଲ କୁମାର ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି)। ଗୀତଗୁଡିକୁ ସ୍ବର ଦେଇଛନ୍ତି ଅନ୍ୟତମ ଆଗଧାଡିର ସ୍ବର ସଂଯୋଜକ ପ୍ରଶାନ୍ତ ପାଢ଼ୀ।
ଫିଲ୍ମର କାହାଣୀଟି ଯେତିକି ଉତ୍ସାହରେ ଭରି ରହିଛି, ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ। ଦର୍ଶକଙ୍କୁ ଏହି କାହାଣୀ ନିଶ୍ଚୟ ଛୁଇଁବ ବୋଲି ଆଶା ରଖିଛନ୍ତି ଜୀ ସାର୍ଥକ ଚ୍ୟାନେଲର ଚିଫ୍‌ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ନବଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ନଜରରେ ୫ ରାଶି: ରବିବାରଠୁ ଭାଗ୍ୟରେ ଲାଗିବ ଲଟେରୀ, ଆୟ ସହିତ ବଢିବ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ କ୍ଷମତା ଓ କର୍ମକ୍ଷେତ୍ରରେ ସଫଳତା ସହ ସୂର୍ଯ୍ୟଙ୍କୁ ଯୋଡ଼ି ଦେଖାଯାଏ। ତେଣୁ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

‘ତାଙ୍କୁ PM କର’, ଜ୍ଞାନେଶ କୁମାରଙ୍କୁ ପଦ୍ମ ଭୂଷଣ ଦେବା ବୟାନରେ କଟାକ୍ଷ କଲେ ପୱନ ଖେରା

ନୂଆଦିଲ୍ଲୀ,୨୬।୯: ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ, କଂଗ୍ରେସ ନେତା ପୱନ ଖେରା ପଶ୍ଚିମବଙ୍ଗ ଭାଜପା ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ଏକ ମନ୍ତବ୍ୟକୁ ନେଇ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?