‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ଏହା ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ କୃଷକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଲାଗି ସରକାର ଯେଉଁ ଲକ୍ଷ୍ୟ ରଖୁଛନ୍ତି ତାହା ସାଧିତ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ହ୍ରାସ ପାଉଥିବା କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ଏକ ସ୍ବତନ୍ତ୍ର ପଦକ୍ଷେପ ‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌ (ପିଡିଏମ୍‌ସି)’ ଖର୍ଚ୍ଚକୁ ନେଇ ଉଦ୍ୟାନ କୃଷି ବିଭାଗ ଚିନ୍ତା ପ୍ରକଟ କରିଛି। ଏହି ଯୋଜନାରେ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟ ହ୍ରାସ ପାଉଥିବାରୁ ଏହା କିଭଳି ବୃଦ୍ଧି ପାଇବ, ସେନେଇ ବିଭାଗ ଗୁରୁତ୍ୱ ଦେଇଛି।
ଏ ସଂକ୍ରାନ୍ତରେ ଉଦ୍ୟାନ କୃଷି ନିର୍ଦ୍ଦେଶକ କେ. ଗୋରଖ ଓ୍ବାମାନ ସବୁ ଜିଲାର ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କୁ ନିକଟରେ ପତ୍ର ଲେଖି ଏ ଦିଗରେ ତୁରନ୍ତ ଧ୍ୟାନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦର୍ଶାଇଛନ୍ତି, ଚାଷୀମାନଙ୍କ କ୍ଷେତରେ କିଭଳି ପାଣି ପହଞ୍ଚିବ ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଭାଗ ଯେଉଁ ଲକ୍ଷ୍ୟଧାର୍ଯ୍ୟ ରଖିଥିଲା ତାହା ପୂରଣ ହୋଇପାରୁନାହିଁ। ଏହାକୁ ନେଇ ତୁରନ୍ତ ଯେଉଁସବୁ କ୍ଷେତକୁ ‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ରେ ଅନ୍ତର୍ଭୁକ୍ତ କରାଯାଇଛି ତାକୁ ଜିଓଟ୍ୟାଗିଂ କରି ବିଭାଗକୁ ଜଣାଇବାକୁ ସେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ବିଭାଗର ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସବୁ ରାଜ୍ୟକୁ ଯେଉଁ ସହାୟତା ମିଳୁଛି ସେଥିରେ ଓଡ଼ିଶାର ଦୁର୍ବଳ ସ୍ଥିତି ରହିଛି। ୨୦୨୪-୨୫ ବର୍ଷରେ ଓଡ଼ିଶା ଯେଉଁ ଟାର୍ଗେଟ୍‌ ରଖିଥିଲା ତାହା ୨୦୨୫-୨୬ ବର୍ଷ ବେଳକୁ ପ୍ରାୟ ୬୫% ହ୍ରାସ ପାଇଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ଏହି ଯୋଜନାରେ ୮୫୬ କୋଟି ଟଙ୍କାର ସିଂହଭାଗ ସହାୟତା ହାତେଇବାକୁ ସକ୍ଷମ ହେଉଥିବାବେଳେ ଓଡ଼ିଶା ଏକ୍ଷେତ୍ରରେ ମାତ୍ର ୯୦ କୋଟିରେ ସୀମିତ ରହୁଛି। ତେବେ ଗୁଜରାଟ ୮୮୩.୭୫ କୋଟି, କର୍ନାଟକ ୬୮୩. ୪୭ କୋଟି, ଉତ୍ତରପ୍ରଦେଶ ୬୧୦.୪୩ କୋଟି, ତାମିଲନାଡୁ ୫୯୨.୦୫ କୋଟି ମହାରାଷ୍ଟ୍ର ୪୭୭.୨୬ କୋଟି ଏବଂ ମଧ୍ୟପ୍ରଦେଶ ୩୨୫.୬୩ କୋଟି ଟଙ୍କା ପାଇବାକୁ ସକ୍ଷମ ହୋଇପାରୁଛି। ସେହିପରି ୨୦୨୪-୨୫ ବର୍ଷରେ ୧.୫ ଲକ୍ଷ ହେକ୍ଟର ଜମିକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେଥିମଧ୍ୟରେ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୭୨୦୦ ହେକ୍ଟର ଜମିକୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରହିଥିଲା। ଏଥିପାଇଁ ୧୩୩୧.୭୦ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଥିଲା। ସେହିପରି ଅନୁଗୋଳରେ ୫୮୨୦ ହେକ୍ଟର ପାଇଁ ୧୦୭୬.୪୬ ଲକ୍ଷ, ଗଞ୍ଜାମରେ ୬୩୦୦ ହେକ୍ଟର ପାଇଁ ୧୧୭୬.୩୪ ଲକ୍ଷ, କେନ୍ଦୁଝରରେ ୬୧୨୦ ହେକ୍ଟର ପାଇଁ ୧୧୩୧ ଲକ୍ଷ, ନବରଙ୍ଗପୁରରେ ୭୨୦୦ ହେକ୍ଟର ପାଇଁ ୧୩୩୧ ଲକ୍ଷ ଏବଂ ଅନ୍ୟାନ୍ୟ ଜିଲାକୁ ମିଶାଇ ୧ ଲକ୍ଷ ୫୦ ହଜାର ହେକ୍ଟର ଜମିରେ ୨୭୭୪୩.୮୨ ଲକ୍ଷ ଟଙ୍କା କେବଳ କୃଷି ସିଞ୍ଚାଇ ଯୋଜନାରେ ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରହିଥିଲା। ହେଲେ ତୃଣମୂଳସ୍ତରରେ କାର୍ଯ୍ୟାନ୍ବୟନ ନ ହେବାରୁ ଚଳିତବର୍ଷ ମାତ୍ର ୫୦ ହଜାର ୯୦୩ ହେକ୍ଟର ଜମିରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କ୍ଷେତକୁ ପାଣି ଯୋଗାଇବାକୁ ବିଭାଗ ଲକ୍ଷ୍ୟ ରଖିଥିବା ଜଣାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ: ଭାଜପା ଉପରେ ବଡ ଅଭିଯୋଗ ଲଗାଇଲେ ଡି.କେ. ଶିବକୁମାର

ବେଙ୍ଗାଲୁରୁ,୧୫।୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସ ଶିବିରରେ କମ୍ପନ। ବିଧାୟକଙ୍କୁ କିଣିବା ପାଇଁ ବଡ଼ ଧରଣର ପ୍ରୟାସ ହେଉଥିବା ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ.…

ମୃତ୍ୟୁ ଗୁଜବକୁ ନେତନ୍ୟାହୁଙ୍କ ଜବାବ: କହିଲେ “ମୁଁ କଫି ପାଇଁ ମରିବାକୁ ପ୍ରସ୍ତୁତ”

ନୂଆଦିଲ୍ଲୀ,୧୫।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଗୁଜବ ଉପରେ ପଡିଛି ପୂର୍ଣ୍ଣଚ୍ଛେଦ। ଏକ ନୂଆ ଭିଡିଓ ଜାରି କରି ନେତନ୍ୟାହୁ ଇରାନକୁ ଚମତ୍କାର…

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତତ୍ପର ହେଲା ଯୋଗାଣ ବିଭାଗ, ଗୋଟିଏ ଘରୁ ଜବତ ହେଲା ୨୧ ଗ୍ୟାସ ସିଲିଣ୍ଡର

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରନ୍ଧନ ଗ୍ୟାସର କଳାବଜାର ଚାଲିଥିବା ଅଭିଯୋଗ ହୋଇଛି। ତେବେ ଏଭଳି କଳାବଜାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ ଆଦିତ୍ୟ ଗୋୟଲ…

କଳିଙ୍ଗା ଘାଟିରେ କୁଆପଥର ବର୍ଷା, କିଛି ସମୟ ପାଇଁ ଠପ୍ ହେଲା ଯାତାୟତ

ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଅଞ୍ଚଳରେ ରବିବାର ଦିନବେଳା କୁଆପଥର ସହ ପ୍ରବଳ ବର୍ଷା ହୋଇଛି । ପ୍ରାୟ ୨…

ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ; ଦେଶୀରନ୍ଧା ମଦ- ମହୁଲ ଫୁଲ ଜବତ, ୩ ଗିରଫ

ବଞ୍ଚୋ,୧୫ା୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ଅଧିକ୍ଷକଙ୍କ ତତ୍ତ୍ବାବଧନରେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି । ଅବକାରୀ ନିରୀକ୍ଷକ…

ଗାଙ୍ଗଦହଣୀରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଛାରଖାର, ଘରେ କେହି ନଥିବା ବେଳେ…

ପୁରୁଷୋତ୍ତମପୁର,୧୫ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତ ଧୋବା ସାହିରେ ଅଗ୍ନିକାଣ୍ଡ । ରବିବାର ଅଭି ସେଠୀଙ୍କ ଘରେ ନିଆଁ ଲାଗି…

ରାଜ୍ୟସ୍ତରୀୟ ଡୁମାଳ ମହାସଭା ଆରମ୍ଭ, ଯୋଗଦେଲେ ୧୧ଜିଲାର ପ୍ରତିନିଧି

ଭେଡେନ,୧୫।୩(ହୃଷୀକେଶ ଖମାରୀ): ବରଗଡ ଜିଲା ଭେଡେନ ବ୍ଲକ ପପଙ୍ଗାଠାରେ ରବିବାରରୁ ରାଜ୍ୟସ୍ତରୀୟ ଡୁମାଳ ମହାସଭା ଆରମ୍ଭ ହୋଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଏହି ମହାସଭା ଚାଲିବ। ଏହି…

ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍, ୩ମୃତ ୬ ଆହତ

ବିଷମକଟକ,୧୫।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମ ପଞ୍ଚାୟତର କାଚାପାଜୁ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri