ପରଦେଶ୍‌ ମେ ନିକଲା ଚାନ୍ଦ୍‌: କରଓ୍ବାଚୌଥ୍‌ ଲୁକ୍‌ ଅପଲୋଡ୍‌ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ/ଓ୍ବାଶିଂଟନ,୫।୧୧: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହିତ ଆମେରିକାରେ ଅଛନ୍ତି। କରଓ୍ବାଚୌଥ୍‌ ଅବସରରେ ପ୍ରିୟଙ୍କା ସୋସିଆଲ୍‌ ମିଡ଼ିଆରେ କେତେକ ଫଟୋ ଅପଲୋଡ୍‌ କରିଛନ୍ତି। ପରଦେଶ୍‌ ମେ ନିକଲା ଚାନ୍ଦ୍‌ ଦର୍ଶାଇ ପ୍ରିୟଙ୍କା ଇନଷ୍ଟାଗ୍ରାମ୍‌ରେ ଲାଲ୍‌ ଶାଢ଼ି ପିନ୍ଧି ହାତରେ ପୂଜା ଥାଳି ଧରିଥିବା ଫଟୋ ଅପଲୋଡ୍‌ କରିଛନ୍ତି। ସେ ହାତରେ ଗୋଲଡେନ୍‌ ଚୁଡ଼ି, ମଥାରେ ସିନ୍ଦୂର, ଲାଲ୍‌ ଲିପଷ୍ଟିକ୍‌, ଲାଲ୍‌ ବିନ୍ଦି ସହିତ ଗୋଲଡେନ୍‌ ବ୍ଲାଉଜ୍‌ ଟିମ୍‌ ଅପ୍‌ କରିଥିବାର ଫଟୋରେ ଦେଖିବାକୁ ମିଳୁଛି। ସେହିପରି ଏନ୍ୟ ଫଟୋରେ ସେ ନିକ୍‌ଙ୍କ ସହିତ କ୍ଲୋଜ୍‌ ଅପ୍‌ରେ ରହିଛନ୍ତି। ସେ କରଓ୍ବାଚୌଥ୍‌ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନିକ୍‌ଙ୍କ ଉଦ୍ଦେଶ୍ୟରେ ‘ଆଇ ଲଭ୍‌ ୟୁ’ ବୋଲି ଲେଖିଛନ୍ତି। ଏବେ ଏସବୁ ଫଟୋ ଭାଇରାଲ ହେବାରେ ଲାଗିଛି।

Share