ବଲାଙ୍ଗୀର,୧୧।୫ ( ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସୋନପୁର ରାସ୍ତା ବନବାହାଲ ଛକ ନିକଟରେ ଏକ ମଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ଜଣାପଡିଛି । ଦୁର୍ଘଟଣାକୁ ନେଇ ମୃତ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ହୋଇଥିବାବେଳେଏହାକୁ ଦୁର୍ଘଟଣାର ରୂପ ଦିଆଯାଉଥିବା ପୋଲିସ ଆଗରେ ଅଭିଯୋଗ କରି କହିଛନ୍ତି। ବଲାଙ୍ଗୀର ଜିଲା ପୁଇଁତଲା ଥାନାରେ ସୋନପୁର ଜିଲା ତରଭା ଥାନା ଅନ୍ତର୍ଗତ ଝାରତରଭା ଗାଁର ମାଲୁ ବାରିକ ନିଜ ପୁଅ ପପୁ ବାରିକକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଇଁନ୍ତଲା ଥାନା ହତ୍ୟାକାଣ୍ଡ ଅଭିଯୋଗକୁ ପୋଲିସ ନ ଶୁଣିବାରୁ ମୃତ ପରିବାର ଲୋକେ ବଲାଙ୍ଗୀର ସଦର ଏସଡିପିଓ ସରୋଜ ଉପାଧ୍ୟାୟଙ୍କ ଅଫିସକୁ ଆସି ପପୁଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ତରଭାର ଆଶିଷ ସାହୁଙ୍କ ଇଲେକଟ୍ରୋନିକ୍ସ ଦୋକାନରେରେ କାମ କରୁଥିଲେ ପପୁ । ଗତକାଲି ସକାଳୁ ଦୋକାନକୁ କାମ କରିବା ପାଇଁ ଆସିଥିବାବେଳେ ଆଉ ସେ ଘରକୁ ଫେରିନଥିଲେ । ରାତିରେ ଦୋକାନ ମାଲିକ ପରିବାର ଲୋକଙ୍କୁ ଫୋନ କରି ପପୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ । ତା’ପରେ ଆଉ ମାଲିକର ଦେଖାଦର୍ଶନ ନାହିଁ । ପରିବାର ଲୋକେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆସି ଦେଖିବା ବେଳକୁ ପୋଷ୍ଟମର୍ଟମ ୱାର୍ଡରେ ପପୁଙ୍କ ମୃତଦେହ ରଖାଯାଇଛି । ପପୁ ବାଇକ ଚଲାଇ ଜାଣେ ନାହିଁ । କିନ୍ତୁ ମାଲିକ କହୁଛନ୍ତି ବାଇକରେ ବଲାଙ୍ଗୀର-ସୋନପୁର ଟୋଲଗେଟ୍ ନିକଟରେ ଦୁର୍ଘଟଣା ଘଟି ପପୁଙ୍କ ଜୀବନ ଚାଲିଯାଇଛି । କିନ୍ତୁ ଦୁର୍ଘଟଣା ସମୟରେ ମୃତ ପପୁ ସାଙ୍ଗରେ ଥିବା ଅନ୍ୟ ଜଣେ ଯୁବକଙ୍କ ମୋଟରସାଇକେଲ ଦୁର୍ଘଟଣାରେ କୌଣସି ଆଘାତ ହୋଇନାହିିଁ। ପପୁଙ୍କ ମୋବାଇଲ ସୁରକ୍ଷିତ ରହିଛି। କିନ୍ତୁ ବାଇକଟି ଭାଙ୍ଗି ଯାଇଛି । ତେଣୁ ହତ୍ୟା ପରେ ଦୁର୍ଘଟଣାର ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିକହିଛନ୍ତି । ଏ ନେଇ ବଲାଙ୍ଗୀର ସଦର ଏସଡିପିଓଙ୍କ ଠାରେ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଇଁତଲା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।