Posted inUncategorized

କାଗଜକଲମର ଦୁରବସ୍ଥା

ଡ.ସତ୍ୟନାରାୟଣ ମିଶ୍ର

 

ସଭ୍ୟତାର ବିବର୍ତ୍ତନ ପ୍ରଗତି ଓ ଅଭିନବ ଉତ୍କର୍ଷକୁ ପ୍ରତୀୟମାନ କରିବାକୁ ହେଲେ କାଗଜ ଓ କଲମର ସମନ୍ବୟ ତଥା ଅଭିବୃଦ୍ଧିକୁ ବିଚାର କରାଯାଇଥାଏ। ଗୋଟିଏ ଜାତି ବା ସଭ୍ୟତାର ଦର୍ପଣ ହେଉଛି କାଗଜରେ କଲମ ଦ୍ୱାରା ଲିଖିତ ବିବରଣୀ ବା ସନ୍ଦେଶ, ଯାହା ଯୁଗେ ଯୁଗେ ପରବର୍ତ୍ତୀ ଉତ୍ତରଦାୟାଦକୁ ଦେଇଥାଏ ଏକ ସୁନିୟନ୍ତ୍ରିତ ବାର୍ତ୍ତା ଏବଂ ଜୀବନଶୈଳୀର କ୍ରମ ତଥା ବ୍ୟତିକ୍ରମ।
କାଗଜ କଲମର ବ୍ୟବହାର ପ୍ରଥମେ ଆରମ୍ଭ ହୋଇଥାଏ ଶିକ୍ଷା କ୍ଷେତ୍ରରୁ, ଯାହା ସ୍ମୃତି ଓ ସିଦ୍ଧାନ୍ତର ରକ୍ଷକ ବୋଲି ବିବେଚନା କରାଯାଏ। କାଗଜ ହେଉଛି ପଠନ, ଲିଖନ, ଶ୍ରବଣ ଇତ୍ୟାଦିର ମେରୁଦଣ୍ଡ, ଯେଉଁଥିରେ ସଭ୍ୟତାର ଶରୀର ଦଣ୍ଡାୟମାନ ହୋଇଥାଏ।
ଭାବର ପ୍ରକାଶକୁ ଲିପିବଦ୍ଧ କରିବାର ଉପାୟ କାଗଜ ଓ କଲମ ଦ୍ୱାରା ସମ୍ଭବ ହୋଇଥାଏ। ଭାବରୁ ଚିନ୍ତନ ଓ ସୃଜନଶୀଳତାର ସୃଷ୍ଟି ହୋଇଥାଏ। କାଗଜ କଲମର ବର୍ତ୍ତମାନରୁ ସୃଷ୍ଟି ହୋଇଥାଏ ଅତୀତ ଓ ଭବିଷ୍ୟତ । ଏଥିରେ ସୃଷ୍ଟି ହୁଏ ଜ୍ଞାନ, ଶିକ୍ଷା, ପ୍ରାମାଣିକ ତଥ୍ୟ ଓ ଦୈନନ୍ଦିନ ଜୀବନର ଇତିକଥା । କିନ୍ତୁ ନିଶ୍ଚିତ ଓ ଅନିଶ୍ଚିତର ଶୀତଳ ଯୁଦ୍ଧରେ ମଣିଷ ବର୍ତ୍ତମାନ କାଗଜ କଲମକୁ ହତାଦର କରି ପ୍ରଯୁକ୍ତିବିଦ୍ୟାର ଉଦ୍ଭାବନରେ ନିଜକୁ ସୁରକ୍ଷିତ ଓ ଅସୁରକ୍ଷିତର ଦ୍ୱନ୍ଦ୍ୱ ମଧ୍ୟରେ ଛନ୍ଦି ହୋଇଯାଉଛି। ଆମେରିକାର ୧୦୦୦ ଓ ବ୍ରିଟେନର ୫୦୦ ନାଗରିକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରେ ୮୮% ବ୍ୟକ୍ତି ଉତ୍ତର ଦେଇଥିଲେ ଯେ ସେମାନେ କାଗଜର ଲେଖାକୁ ଅଧିକ ବୁଝିଥାନ୍ତି ଓ ସାଇତି ରଖିପାରିଥାନ୍ତି। ଏହା ସହଜ ଓ ସରଳ ହୋଇଥାଏ, ଯେଉଁଥିରେ ଥାଏ ଭାବନାତ୍ମକ ଆବେଗ ତଥା ପ୍ରେରଣାର ଉଚ୍ଛ୍ବାସ। ୨୦୧୩ରେ ବ୍ରିଟେନରେ ପ୍ରକାଶିତ ଏକ ସନ୍ଦର୍ଭ ‘ଡିଜିଟାଲ ଯୁଗରେ ମସ୍ତିସ୍କର ଦକ୍ଷତା : କାଗଜ ବନାମ ପରଦା’ରୁ ଜଣାଯାଏ ଯେ ମସ୍ତିସ୍କର ଦକ୍ଷତା ଓ ସୃଜନଶୀଳତା କାଗଜର ଲିଖନ ଓ ପଠନରେ ଉଜ୍ଜ୍ୱଳ ଥିବା ବେଳେ ପ୍ରଯୁକ୍ତି ବିଦ୍ୟାର ପରଦାରେ ମସ୍ତିସ୍କର ଗ୍ରନ୍ଥୀ ନିଷ୍କ୍ରିୟ ହୋଇଥାଏ। କାଗଜ କଲମ ବ୍ୟବହାର ଦ୍ୱାରା ମସ୍ତିସ୍କ ସକ୍ରିୟ ହୋଇଥାଏ, ସ୍ମୃତି ଶକ୍ତିର ବୃଦ୍ଧି ହୋଇଥାଏ, ମସ୍ତିସ୍କର ସ୍ନାୟୁକୁ ବୃଦ୍ଧାବସ୍ଥାରୁ ଦୂରେଇ ରଖିଥାଏ, ରଚନାତ୍ମକ ସୃଜନଶୀଳତାକୁ ଚମକ ପ୍ରଦାନ କରିଥାଏ, ଶରୀର ଓ ସ୍ନାୟୁକୁ ଶାନ୍ତ କରିଥାଏ, ଅବସାଦ ଓ ଚିନ୍ତାକୁ ଲାଘବ କରିଥାଏ, ଜାଣିବାର ଇଚ୍ଛାକୁ ତ୍ୱରାନ୍ବିତ କରିଥାଏ।
ଆଜିର ଛାତ୍ରୀଛାତ୍ରମାନଙ୍କର ଭବିଷ୍ୟତ ଅବସ୍ଥା ଓ ଶିକ୍ଷାର ଦୟନୀୟ ସ୍ଥିତିକୁ ଆଲୋଚନା କଲେ ବର୍ତ୍ତମାନ ସମାଜ ଏକ ଭୟଙ୍କର ସ୍ଥିତି ମଧ୍ୟ ଦେଇ ଗତି କରୁଛି, ଯାହା କୃତ୍ରିମ ଜ୍ଞାନର ପାହାଡ଼ ମଧ୍ୟରେ ମଣିଷ ଶିଖରରେ ଅଛି ବୋଲି ନିଜକୁ ବହୁତ ଗର୍ବ ଅନୁଭବ କରୁଛି। ବର୍ତ୍ତମାନ ଜ୍ଞାନର ଗଭୀରତା ଛାତ୍ରୀଛାତ୍ରମାନଙ୍କର ଅର୍ଜନ କରିଥିବା ମୂଲ୍ୟାଙ୍କନ ଅନୁପାତ ଉପରେ ଆଧାରିତ, ଯେଉଁଥିରେ ପାଠ୍ୟଖସଡାର ପ୍ରଶ୍ନ ଓ ଉତ୍ତର ସହ ସମ୍ପର୍କ ରହିଥାଏ। ଜ୍ଞାନର ଅର୍ଥ ପାଠ୍ୟପୁସ୍ତକରେ ଲିପିବଦ୍ଧ ଥିବା ସମସ୍ତ ବିଷୟବସ୍ତୁ ସହ ନିଜର ଦକ୍ଷତା ପ୍ରତିପାଦନ ଓ ନିବିଡ଼ ସମ୍ପର୍କ। ବର୍ତ୍ତମାନ ଗ୍ରାମରୁ ଆରମ୍ଭକରି ସହର ପର୍ଯ୍ୟନ୍ତ ଛାତ୍ରୀ ଛାତ୍ର ବା ବ୍ୟକ୍ତି ନିକଟରେ କାଗଜ କଲମର ସ୍ଥିତି ବହୁତ ଗୌଣ ରହିଥିବା ବେଳେ ପ୍ରଯୁକ୍ତି ବିଦ୍ୟାର ଉପକରଣରେ ପରଦାଯୁକ୍ତ ଯନ୍ତ୍ର ଯଥେଷ୍ଟ ମାତ୍ରାରେ ନିଶ୍ଚୟ ଉପଲବ୍ଧି ହେଉଅଛି। କୋମଳମତି ପିଲାମାନେ ଏପରିକି ସମାଜର ଅଧିକାଂଶ ନାଗରିକଙ୍କ କାଗଜ କଲମ ସହ ସମ୍ପର୍କ ନାହିଁ କହିଲେ ଉଚିତ ହେବ। ପିଲାମାନେ ବହି ପଢ଼ିବା, ଅନୁଧ୍ୟାନ, ଅନୁଶୀଳନ ବା ଚିନ୍ତା କରି କିଛି ଲେଖିବାର ମହତ ଉଦ୍ଦେଶ୍ୟକୁ ଧୀରେ ଧୀରେ ଭୁଲି ଯିବାକୁ ବସିଲେଣି। ଚିଠି, ଦରଖାସ୍ତ, ଗଳ୍ପ, ରଚନା, ହସ୍ତଲିଖନ ଆଦି ବର୍ତ୍ତମାନ ଲେଖିବା ପାଇଁ ଇଚ୍ଛା ନାହିଁ ବା ଧୈର୍ଯ୍ୟ ନାହିଁ। ଡିଜିଟାଲ ପରଦାରେ ଭାଷାର ଅପଭ୍ରଂଶ କରି ଅତି ସ୍ବଳ୍ପ ଭାଷାରେ ଭାବର ଆଦାନ ପ୍ରଦାନ ହେଉଛି, ଯାହା ସମୟକ୍ରମେ ଅଭ୍ୟାସରେ ପରିଣତ ହୋଇଯିବ ଓ ତତ୍ପରେ କେବଳ ଅପଭ୍ରଂଶର ଭାଷା ହିଁ ସମାଜରେ ବିରାଜମାନ କରିବ। ଏପରିକି ବର୍ତ୍ତମାନ ଅନେକ ପରିବାରରେ ସିଲଟ ଖଡ଼ି କିମ୍ବା କାଗଜ କଲମ ବ୍ୟବହାରକୁ ଏକ ନଗ୍ନ ଚିତ୍ରରେ ଚିତ୍ରିତ କରୁଛନ୍ତି, ଯାହା ସଭ୍ୟତାକୁ କୁଆଡେ ଗତିରୋଧ କରୁଛି। ମାତ୍ର ବର୍ତ୍ତମାନର ଡିଜିଟାଲ ପରଦାରେ ସମାଜର ସୃଜନଶୀଳତା ଭବିଷ୍ୟତ ପାଇଁ ସୁରକ୍ଷିତ ହୋଇପାରିବା ନେଇ ଏକ ଅସମାହିତ ପ୍ରଶ୍ନ ମଣିଷକୁ ବିବ୍ରତ କରିବାକୁ ବସିଲାଣି।
ଗ୍ରନ୍ଥ ବା କାଗଜ କଲମରୁ ସୃଷ୍ଟି ହେଉଥିବା ପରିପକ୍ୱ ଭାଷାକୁ ନିଜର ପିଲାମାନଙ୍କ ପରି ପାଳନ କରାଯାଏ, ଯେଉଁଥିରେ ତାହା ସୁରକ୍ଷିତ ରହେ। ମାତ୍ର ବିଡ଼ମ୍ବନାର ବିଷୟ ଯେ ବର୍ତ୍ତମାନ ଅଧିକାଂଶ ଛାତ୍ରୀଛାତ୍ର ଡିଜିଟାଲ ପରଦାର ଉପଯୋଗ କରି କେବଳ ପରୀକ୍ଷାରେ ଅଧିକ ନମ୍ବର ପାଇଁ ଲାଳାୟିତ। ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ମଧ୍ୟ କାଗଜ କଲମର ପ୍ରୟୋଗ ଧୀରେ ଧୀରେ ନିମ୍ନଗାମୀ ହେଉଅଛି ଓ ଡିଜିଟାଲ ପରଦାର ଆକର୍ଷଣରେ ମଣିଷ ବର୍ତ୍ତମାନ ବନ୍ଧା । ପ୍ରଯୁକ୍ତିବିଦ୍ୟାର ଉପଯୋଗିତା ଓ ଉପାଦେୟତାକୁ କ୍ଷେତ୍ର ଅନୁଯାୟୀ ପ୍ରୟୋଗ କଲେ ମଣିଷ ସେଥିରୁ ତାହାର ସଫଳ ଉପାଦାନ ପାଇପାରିବ। ଯଦି ଔଷଧର ଉପଯୁକ୍ତ ମାତ୍ରା ଓ ବ୍ୟବଧାନକୁ ଠିକ୍‌ ଭାବରେ ପ୍ରୟୋଗ କରାଯାଏ ତେବେ ମଣିଷ ଆରୋଗ୍ୟ ଲାଭ କରେ। ମାତ୍ର ଯଦି ଉକ୍ତ ଔଷଧର ମାତ୍ରାଧିକ ବ୍ୟବହାର ଓ ଅବଧିକୁ ଠିକ୍‌ ଭାବରେ ପାଳନ କରା ନଯାଏ ତେବେ ମଣିଷର ମୃତ୍ୟୁ ସୁନିଶ୍ଚିତ ହୋଇଥାଏ। ତେଣୁ ପ୍ରଯୁକ୍ତିବିଦ୍ୟାର ଡିଜିଟାଲ ପରଦାରେ ସମୟାନୁପାତିକ ଓ ଉପଯୁକ୍ତ ବ୍ୟବହାର କରି କାଗଜ କଲମ ମଧ୍ୟରେ ଥିବା ଲୁକ୍କାୟିତ ସୃଷ୍ଟିକୁ ଖୋଜି ବାହାର କଲେ ବର୍ତ୍ତମାନର ଆବଶ୍ୟକତାକୁ ଚରିତାର୍ଥ କରିବା ସହ ଭବିଷ୍ୟତ ପାଇଁ ହୋଇଯିବ ଏକ ଅମୂଲ୍ୟ ବରଦାନ। କାଗଜକଲମର ସ୍ଥିତି ବର୍ତ୍ତମାନ ଧୀରେ ଧୀରେ ଅପସରି ଯିବାକୁ ବସିଲାଣି, ଯାହା ବିପଦର ଏକ ନିଶ୍ଚିତ ଚେତାବନୀ। ଏ ପ୍ରସଙ୍ଗରେ ଏକଦା ମାର୍ଟିନ ଲୁଥରଙ୍କ ଉକ୍ତି ଥିଲା, ଯଦି ପୃଥିବୀକୁ ପରିବର୍ତ୍ତନ କରିବାକୁ ଇଚ୍ଛା ହୁଏ ତେବେ କାଗଜ ଓ କଲମ ଦ୍ୱାରା ହିଁ ସମ୍ଭବ ହୋଇପାରେ। ହୃଦୟର ସ୍ପନ୍ଦନ ଓ ଭାବନାର ଉଚ୍ଛ୍ବ୍‌ାସକୁ କାଗଜ କଲମରେ ଲିପିବଦ୍ଧ କରାଯାଇପାରେ, ଯେଉଁଥିରେ ଥାଏ ବାସ୍ତବ ସୃଷ୍ଟିର ପ୍ରାକୃତିକ ଚିରନ୍ତନ ଅବଦାନ। ତେଣୁ କାଗଜ କଲମର ଦୁରବସ୍ଥାକୁ ମର୍ମେ ମର୍ମେ ଅନୁଭବ କରି ଭବିଷ୍ୟତକୁ ଜ୍ଞାନର ଅନ୍ଧକାରରୁ ରକ୍ଷା କରି କାଗଜ କଲମକୁ ନିଜର କରିପାରିଲେ ଭବିଷ୍ୟତ ନିକଟରେ ଆମେ କୃତଜ୍ଞ ହୋଇପାରିବା।
ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର, ଭାରତ ସରକାର
ମୋ: ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri