ପେପର ଲିକ୍‌: କେନ୍ଦ୍ର, NTAକୁ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪।୩: NEET UG ପେପର ଲିକ୍‌ ମାମଲାରେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଓ NTAକୁ ସତ୍ୟପାଠ ଦାଖଲ ପାଇଁ କୋର୍ଟ କହିଛନ୍ତି।

ପେପର ଲିକ୍‌ ପରେ କ’ଣ ସଂସ୍କାର ଲାଗୁ ହୋଇଛି ଏହାର ତଥ୍ୟ ଦେବାକୁ କେନ୍ଦ୍ର ଓ NTAକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଟି ପର୍ଯ୍ୟାୟରେ ହୋଇଥିବା ସଂସ୍କାର ଉପରେ ବି ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ତଦନ୍ତ ଉପରେ କଡ଼ାକଡ଼ି ତଦାରଖ କରିବାକୁ ୨ ଜଣିଆ ଖଣ୍ଡପୀଠ ପ୍ରକାଶ କରିଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।