Categories: ଜାତୀୟ

ହ୍ବାଟସ୍‌ଆପ୍‌ରେ ପେପର ଲିକ୍‌, ପରୀକ୍ଷା ବାତିଲ…

ଲକ୍ଷ୍ନୌ,୨୮।୧୧: ହ୍ବାଟସ୍‌ଆପ୍‌ରେ ପେପର ଲିକ୍‌ ହେବା ଯୋଗୁ ରବିବାର ଉତ୍ତରପ୍ରଦେଶରେ ହେବାକୁ ଥିବା ଟିଇଟି ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏହି ପରୀକ୍ଷା ଦୁଇଟି ସିଫ୍ଟରେ କରାଯାଉଥିଲା। ଏହି ପରୀକ୍ଷାରେ ୨୧,୬୨,୨୮୭ ପ୍ରାର୍ଥୀ ପରୀକ୍ଷା ଦେଇଥାନ୍ତେ। କୁହାଯାଉଛି ଯେ ବର୍ତ୍ତମାନ ଏକ ମାସ ପରେ ଏହି ପରୀକ୍ଷା ପୁନର୍ବାର କରାଯିବ। ଏହି ମାମଲାରେ ବହୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ସଲଭର ଗ୍ୟାଙ୍ଗ ସହ ଜଡିତ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଏଥି ସହିତ, ଏସଟିଏଫ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନାନୁସାରେ, ମଥୁରାର ଗାଜିଆବାଦ, ବୁଲନ୍ଦସହର ଏବଂ ମଥୁରାରେ ହ୍ବାଟସଆପ୍‌ ଗ୍ରୁପ୍‌ରେ ପ୍ରଶ୍ନ ପତ୍ର ଲିକ୍‌ ହେବା ପରେ ଏହା ଭାଇରାଲ ହୋଇଥିଲା। ପରେ ପରୀକ୍ଷାକୁ ବାତିଲ କରିବାକୁ ପଡିଥିବା କର୍ତ୍ତୃପକ୍ଷ କହିଛନ୍ତି। ଆବେଦନକାରୀଙ୍କୁ ଏଥିପାଇଁ ପୁନର୍ବାର ଦେୟ ଦେବାକୁ ପଡିବ ନାହିଁ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି।

Share