ଜମୁଛି କାଗଜ ଡଙ୍ଗା ବେପାର

ନିମାପଡ଼ା,୨୬।୧୧(ରଞ୍ଜନ ପଟ୍ଟନାୟକ)କାଗଜ ଡଙ୍ଗା ଦେଇଛି ରୋଜଗାର। ଏଭଳି ସ୍ଥିତି ନିମାପଡ଼ା ବ୍ଲକ ଅଧୀନ ସାଇଁଶ ପଞ୍ଚାୟତ ତୋରିହଁବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ମହିଳା ଫୁର୍‌ସତ୍‌ ସମୟରେ କାଗଜ ଡଙ୍ଗା ତିଆରି କରି କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି। ଗ୍ରାମର ୧୦ ଜଣ ମହିଳା ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ଆଜକୁ ୧୦ ବର୍ଷ ତଳେ ଗଠନ କରିଥିଲେ ‘ଗୋପବନ୍ଧୁ ସ୍ବୟଂ ସହାୟକ ଗୋଷ୍ଠୀ’। ଉକ୍ତ ଗୋଷ୍ଠୀର ମହିଳା ଆଜି ରଙ୍ଗ ବେରଙ୍ଗର କାଗଜ ଡଙ୍ଗା ତିଆରି କରି ହଜାର ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା। ଏନେଇ ଲୋକଙ୍କ ଆବଶ୍ୟକ ପଡ଼ିଥାଏ ଡଙ୍ଗା। ବଜାରରେ ବିଭିନ୍ନ ପ୍ରକାର ହାତ ତିଆରି ଡଙ୍ଗା ବିକ୍ରି ହୋଇଥାଏ। ତାକୁ କିଣିବା ପାଇଁ ବଜାର ହାଟରେ ଭିଡ଼ ହୋଇଥାଏ। ଲୋକଙ୍କ ଆବଶ୍ୟକତାକୁ ଦେଖି ଗୋଷ୍ଠୀର ମହିଳା ନିଜେ ଡଙ୍ଗା ତିଆରି କରିବାକୁ ମନ ବଳାଇଥିଲେ। ଜଟଣୀ ଅଞ୍ଚଳର ଅନସୂୟା ମହାନ୍ତିଙ୍କଠାରୁ ପ୍ରେରଣା ପାଇ ମହିଳାମାନେ କାର୍ଯ୍ୟ ଆରମ୍ଭ କରିଥିଲେ। କାର୍ଟୁନ, ପଞ୍ଚରଙ୍ଗି କାଗଜ, ଜମ୍ବୁରା ଏବଂ ରଦି କାଗଜକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଡଙ୍ଗା ନିର୍ମାଣ କରିଥାନ୍ତି। ଗୋଷ୍ଠୀର ସଦସ୍ୟା ଏକତ୍ରିତ ହୋଇ ୧ ନଂ. ଠାରୁ ୧୦ନଂ. ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଡଙ୍ଗା ନିର୍ମାଣ କରିବାରେ ଲାଗି ପଡ଼ିଛନ୍ତି; ଯାହାର ମୂଲ୍ୟ ସର୍ବନିମ୍ନ ୧ ଟଙ୍କାଠାରୁ ୧୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏମାନଙ୍କ ହାତ ତିଆରି ଡଙ୍ଗା ଏବେ କଟକ, ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ଆଦି ଅଞ୍ଚଳକୁ ବିକ୍ରି ପାଇଁ ଯାଉଛି। ବେପାରୀ ମଧ୍ୟ ତାଙ୍କଠାରୁ ଡଙ୍ଗା ନେଉଛନ୍ତି। ଏହାଦ୍ୱାରା ସେମାନେ ନିଜ ପରିଶ୍ରମ ମୁତାବକ ପାରିଶ୍ରମିକ ପାଇ ଏବେ ନିଜ ଗୋଡ଼ରେ ଠିଆ ହୋଇପାରିଛନ୍ତି। ସରକାରୀ ପ୍ରୋତ୍ସାହନ ମିଳିଲେ ଅଧିକ ରୋଜଗାର କରିବା ସହିତ ଗ୍ରାମାଞ୍ଚଳର ବେରୋଜଗାର ମହିଳାଙ୍କୁ ଏଥିରେ ସାମିଲ କରି ଆତ୍ମନିର୍ଭରଶୀଳ କରାଇପାରନ୍ତୁ ବୋଲି ଗୋଷ୍ଠୀର ସଭାନେତ୍ରୀ ଶର୍ମିଷ୍ଠା ପ୍ରଧାନ, ସମ୍ପାଦିକା କନକଲତା ପ୍ରଧାନ, ସଭ୍ୟା ସାରାଣୀ ରଥ, ସବିତା ପ୍ରଧାନ, ମମତା ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ଖୁଲଣା ପ୍ରଧାନ, ଉଲ୍ଲାସ ପ୍ରଧାନ, ସସ୍ମିତା ପ୍ରଧାନ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri