କୋଲେଷ୍ଟରଲକୁ ସନ୍ତୁଳିତ ରଖେ ଅମୃତଭଣ୍ଡା

ଅମୃତଭଣ୍ଡା ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ କହିବା ବାହୁଲ୍ୟ। ଏଥିରେ ଏପରି ତତ୍ତ୍ୱ ରହିଛି ଯାହା ଶରୀର ଭିତରେ କୋଲେଷ୍ଟରଲକୁ ସନ୍ତୁଳିତ ରଖିଥାଏ। କେବଳ ସେତିିକି ନୁହେଁ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ବେଶ୍‌ ସହାୟକ ହୋଇଥାଏ। କାରଣ ଏଥିରେ ଭିଟାମିନ୍‌ ‘ଏ’ ଏବଂ ‘ସି’ ଭରି ରହିଛି। ଏହା ବ୍ୟତୀତ ଥଣ୍ଡା, ଜ୍ୱର, କାଶ ହେଉଥିବା ବ୍ୟକ୍ତିଙ୍କ ପାଇଁ ଏହା ବେଶ୍‌ ଉପକାରୀ।
ନିୟମିତ
ଅମୃତଭଣ୍ଡା ଖାଇଲେ ତାହା ହୃଦ୍‌ରୋଗଜନିତ ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ ବୋଲି ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି। କୋଷ୍ଠକାଠିନ୍ୟ ସମସ୍ୟାରୁ ଏହା କେତେକାଂଶରେ ଉପଶମ ଦେଇଥାଏ। ତା’ ସହ ପାଚନକ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ ଅମୃତଭଣ୍ଡା।