Categories: ଫୁରସତ

ଥଣ୍ଡାରେ ପ୍ୟାଣ୍ଟର ହେଲା ଏଭଳି ଅବସ୍ଥା, ଯିଏ ଦେଖୁଛି…

ଶୀତ ଦିନେ ହ୍ରଦ, ନଦୀ, ଜଳପ୍ରପାତ ଆଦିର ଜଳ ବରଫ ପାଲଟିଯିବା କଥା ଆମେ ସମସ୍ତେ ଶୁଣିଛୁ ଏବଂ ଜାଣିଛୁ ମଧ୍ୟ। ମାତ୍ର ଆମେ ପିନ୍ଧୁଥିବା ପ୍ୟାଣ୍ଟ ବରଫ ପାଲଟିଯିବା କଥା କେହି ଜାଣି ନ ଥିବେ ନିଶ୍ଚୟ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏମିତି ଘଟଣା ଘଟିଛି ଆମେରିକାର ଚିକାଗୋରେ। ସେଠାରେ ଥଣ୍ଡା ଯୋଗୁ ପ୍ୟାଣ୍ଟ ବରଫ ପାଲଟିଯାଇଛି। ରାସ୍ତା ଉପରେ ପ୍ୟାଣ୍ଟକୁ ଏମିତି ଦେଖିବାକୁ ମିଳୁଛି ଯେମିତି ଏହାକୁ କେହି ପିନ୍ଧିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକମାନେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି।

Share