Categories: ଖେଳ

୯୭ ରନ୍‌ର ପାଳି ଖେଳିବା ପୂର୍ବରୁ ୨ ଇଞ୍ଜେକ୍ସନ ନେଇଥିଲେ ଏହି ଭାରତୀୟ କ୍ରିକେଟର, କହିଲେ ଏଭଳି..

ନୂଆଦିଲ୍ଲୀ,୨୪।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଯୁବ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ଗାବା ଟେଷ୍ଟରେ ପନ୍ତ ୮୯ ଅପରାଜିତ ରନ୍‌ କରିଥିଲେ। ଏହାପୂର୍ବରୁ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସେ ୯୭ ରନ୍‌ର ଉଲ୍ଲେଖନୀୟ ଇଂନିସ ଖେଳିଥିଲେ।

ସିଡନୀ ଟେଷ୍ଟରେ ୪୦୭ ରନ୍‌ର ପିଛା କରୁଥିଲା ଭାରତ। ଏକ ସମୟରେ ୩୬ ସଭରରେ ୧୦୨/୩ ଦଳର ସ୍କୋର ଥିଲା। ରୋହିତ ଶର୍ମା, ଶୁଭମନ ଗିଲ, ଅଜିଙ୍କ୍ୟ ରାହାନେ ଆଉଟ୍‌ ହୋଇ ଫେରିଥିଲେ। ପରେ ଆସିଥିବା ପନ୍ତ ଅଷ୍ଟ୍ରେଲିଆ ବୋଲର୍‌ଙ୍କ ୧୧୮ ବଲ୍‌ରେ ୧୨ ଚଉକା ଓ ୩ ଛକା ମାରି ୯୭ ରନ୍‌ କରିଥିଲେ। ହେଲେ ତାଙ୍କ କହୁଣୀରେ ଆଘାତ ଲାଗିଥିଲା।

ପେଟ କମିନ୍ସଙ୍କ ବାଉନ୍ସରକୁ ଖେଳିବାକୁ ଯାଇ ଆଘାତ ଲାଗିବା କାରଣରୁ ପନ୍ତ ଉଇକେଟକିପିଂ କରିପାରି ନ ଥିଲେ। ଏବେ ସେ ଖୁଲାସା କରିଛନ୍ତି ଦ୍ୱିତୀୟ ପାଳିରେ ଖେଳିବାକୁ ଆସିବା ପୂର୍ବରୁ କଷ୍ଟ ଦୂର କରିବା ଲାଗି ସେ ଦୁଇଟି ଇଞ୍ଜେକ୍ସନ ନେଇଥିଲେ। ତେବେ ପରେ ପନ୍ତ ଭଲ ବ୍ୟାଟିଂ କରି ଜିତିବାର ଆଶା ଉଦ୍ଜିବିତ କରିଥିଲେ। ହେଲେ ସେ ଆଉଟ୍‌ ହେବା ପରେ ଅଶ୍ୱିନ୍‌ ଏବଂ ହନୁମା ବିହାରି ମ୍ୟାଚ୍‌କୁ ଡ୍ର କରିବାରେ ସଫଳ ହୋଇଥିଲେ। ଏଣୁ ଆଉ କିଛି ସମୟ ଖେଳିଥିଲେ ଭାରତ ସିଡନୀ ମ୍ୟାଚ୍‌ ଜିତିଯାଇଥାନ୍ତା ବୋଲି ମଧ୍ୟ ପନ୍ତ କହିଛନ୍ତି।

Share