Categories: ଜାତୀୟ

ମୋ ପାଖରେ ବୋଧହୁଏ ଯୋଗ୍ୟତା ନାହିଁ: ପଙ୍କଜା ମୁଣ୍ଡେ

ମୁମ୍ବାଇ,୧୨ ।୮: ନିକଟରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ପଙ୍କଜା ମୁଣ୍ଡେଙ୍କୁ ସ୍ଥାନ ନ ମିଳିବାରୁ ସେ ନିରାଶା ପ୍ରକାଶ କରିଛନ୍ତି । ଗୁରୁବାର ପଙ୍କଜା କହିଛନ୍ତି, ମୋ ପାଖରେ ବୋଧହୁଏ ‘ପର୍ଯ୍ୟାପ୍ତ ଯୋଗ୍ୟତା’ ନାହିଁ ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧିନ ଶିବସେନାର ୯ ମନ୍ତ୍ରୀ ଓ ସହଯୋଗୀ ଭାଜପାର ୯ ମନ୍ତ୍ରୀ ଶପଥ ନେଇଛନ୍ତି । ଏହାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଭାଜପା ନେତା ପଙ୍କଜା ମୁଣ୍ଡେ । ଆହୁରି ମଧ୍ୟ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କୌଣସି ମହିଳାଙ୍କୁ ସ୍ଥାନ ଦିଆଯାଇ ନ ଥିବରୁ ଏହାର ଆଲୋଚନା କରାଯାଉଛି । ଏମିତି ଏକ ପ୍ରଶ୍ନରେ ଗଣମାଧ୍ୟମକୁ ପଙ୍କଜା କହିଛନ୍ତି, ହୁଏତ ମୋ ନିକଟରେ ପର୍ଯ୍ୟପ୍ତ ଯୋଗ୍ୟତା ନାହିଁ, ଯେଉଁଥି ପାଇଁ ମୋତେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲା ନାହିଁ । ହେଲେ ଏଥିରେ ମୁଁ ଦୁଃଖିତ ନୁହେଁ ବରଂ ନିଜର ସମ୍ମାନ ବଜାୟ ରଖି ମୁଁ ରାଜନୀତି କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।

Share