ବାଜପେୟୀଙ୍କ ବାୟୋପିକ୍‌ରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ୍‌ ‘ମେ ରହୁ ୟା ନା ରହୁଁ ୟେ ଦେଶ ରହେନା ଚାହିଁୟେ-ଅଟଳ’ରେ ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମଟି ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି। ଜୁନ୍‌ ୨୮ରେ ବାଜପେୟୀଙ୍କ ବାୟୋପିକ୍‌କୁ ନେଇ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ କିଏ ଅଭିନୟ କରିବେ ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରବି ଯାଦବ। ବାୟୋପିକ୍‌କୁ ନେଇ ପଙ୍କଜ ତ୍ରିପାଠୀ କହିଛନ୍ତି ଯେ, ଏଭଳି ରାଜନେତାଙ୍କୁ ପରଦାରେ ଚିତ୍ରଣ କରିବା ମୋର ଗୌରବର ବିଷୟ। ସେ କେବଳ ଜଣେ ରାଜନେତା ନୁହଁନ୍ତି ବରଂ ସେ ଜଣେ ଉତ୍ତମ ଲେଖକ ତଥା ପ୍ରଖ୍ୟାତ କବି ଥିଲେ। ତାଙ୍କ ବାୟୋପିକ୍‌ରେ କାମ କରିବା ମୋ ଭଳି ଜଣେ ଅଭିନେତାଙ୍କ ପାଇଁ ସୌଭାଗ୍ୟ ଛଡା ଆଉ କିଛି ନୁହେଁ।
ଅଟଳ ବିହାରୀ ବାଜପେୟୀ ୧୯୯୬ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଭାଜପା ଅସମର୍ଥ ହୋଇଥିଲା। ଫଳରେ ବାଜପେୟୀଙ୍କୁ ୧୩ ଦିନ ମଧ୍ୟରେ ଇସ୍ତଫା ଦେବାକୁ ପଡିଥିଲାା। ଏହାପରେ ସେ ଦ୍ୱିତୀୟ ଏବଂ ତୃତୀୟ ଥର ପାଇଁ ପୁଣି ୧୯୯୮ ଏବଂ ୧୯୯୯ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୮ ଅଗଷ୍ଟ ୧୬ରେ ୯୩ ବର୍ଷ ବୟସରେ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ...

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri