ନଳକୂପ ପାଖରେ ବାପାଙ୍କ ସହ ଶୋଉଥିଲେ ଏହି ଅଭିନେତା; ସାମାନ୍ୟ ଦିଆସିଲି ପ୍ୟାକେଟ୍‌ କିଣିବାକୁ ବି…

ବମ୍ବେ: ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତାଙ୍କ ମଧ୍ୟରୁ ପଙ୍କଜ ତ୍ରିପାଠୀ ଜଣେ। ଖୁବ୍‌ କମ୍‌ ସମୟରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର ପୁରୁଣା ଅଭିଜ୍ଞତା ସାଙ୍ଗକୁ ସଂଘର୍ଷ କାରଣରୁ ତାଙ୍କୁ ମାଟି ସହ ଜଡ଼ିତ ଅଭିନେତା ବୋଲି କୁହାଯାଏ। ଏକଦା ତାଙ୍କ ପରିବାର ପାଖରେ ଦିଆସିଲି ପ୍ୟାକେଟ କିଣିବାକୁ ଟଙ୍କାଟିଏ ନ ଥିଲା। କେବଳ ଏତିକି ନୁହେଁ ସେ ନିଜ ବାପାଙ୍କ ସହ ନଳକୂପ ପାଖରେ ଶୋଉଥିଲେ। କାରଣ ଚୋରି ହୋଇଯିବାର ଭୟ ଥିଲା।

‘କୌନ ବନେଗା କରୋଡପତି’ର ସଦ୍ୟ ପ୍ରସାରିତ ଏପିସୋଡରେ ହଟ୍‌ସିଟ୍‌ରେ ବସିଥିଲେ ପଙ୍କଜ। ଏହି ସମୟରେ ସେ ବିଗତ ଦିନର କିଛି ସ୍ମୃତି ବଖାଣିଥିଲେ। ସେ ୨୦୦୪ରେ ବମ୍ବେ ଆସିଥିଲେ। ୨୦୧୨ରେ ତାଙ୍କ ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ୍‌ ବାସେପୁର’ ରିଲିଜ ହୋଇଥିଲା। ୮ ବର୍ଷ ଯାଏ ସେ କ’ଣ କରୁଥିଲେ ତାହା କେହି ବି ଜାଣି ନ ଥିଲେ। ସେତେବେଳ ସମୟରେ ପଙ୍କଜଙ୍କ ସ୍ତ୍ରୀ ଘରର ସମସ୍ତ କଥା ବୁଝୁଥିଲେ। ଛୋଟ ଘରେ ସେମାନେ ରହୁଥିଲେ। ସ୍ତ୍ରୀଙ୍କ ରୋଜଗାରରେ ସେ ଚଳୁଥିଲେ। ତାଙ୍କ ପାଇଁ ସଂଘର୍ଷର ଦିନରେ ସେ ଷ୍ଟେଶନରେ ଶୋଇ ନାହାନ୍ତି ବୋଲି ପଙ୍କଜ କହିଛନ୍ତି।

Share