ଶାହରୁଖଙ୍କୁ ନେଇ ପଙ୍କଜ କପୁର କଲେ ବଡ଼ ଖୁଲାସା: ଦର୍ଶକ ସ୍ତବ୍ଧ

ବଲିଉଡ୍‌ କିଙ୍ଗ କହିଲେ ଶାହରୁଖ ଖାନ୍‌ଙ୍କୁ ବୁଝାଏ। ଥିଏଟରରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର କାରଣ ପାଲଟିଛି। ସେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ଷ୍ଟାରମାନଙ୍କ ମଧ୍ୟରୁ ସେ ଅନ୍ୟତମ। ସେ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ପରିଚିତ। ନିକଟରେ ପ୍ରବୀଣ ଅଭିନେତା ପଙ୍କଜ କପୁର ଶାହରୁଖଙ୍କ ବିଷୟରେ କିଛି ଆକର୍ଷଣୀୟ ଖୁଲାସା କରିଛନ୍ତି। ୧୯୭୦ ଦଶକର ମଧ୍ୟଭାଗରେ ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାରେ ତାଙ୍କ ଦିନଗୁଡ଼ିକୁ ମନେ ପକାଇଛନ୍ତି ପଙ୍କଜ କହିଛନ୍ତି, ଯୁବ କଳାକାର ଥିବାବେଳେ ଶାହରୁଖ ପ୍ରାୟତଃ ଏନ୍‌ଏସ୍‌ଡି କ୍ୟାଣ୍ଟିନକୁ ଯାଇ ଥିଏଟର କଳାକାରମାନଙ୍କୁ ଜଳପାନ ପରିବେଷଣ କରିବାରେ ସାହାଯ୍ୟ କରନ୍ତି। କେବଳ ଏତିକି ନୁହେଁ, ସିଙ୍ଗଡା ମଧ୍ୟ ବାଣ୍ଟନ୍ତି। ସେତେବେଳେ ଶାହରୁଖ ପ୍ରାୟ ୧୦ ବର୍ଷର ଏକ ଛୋଟ ପିଲା ଥିଲେ। ତାଙ୍କ ବାପା ଏବଂ ଦାଦା କାକା କ୍ୟାଣ୍ଟିନ ସହିତ ଜଡିତ ଥିଲେ, ତେଣୁ ସେ ସେଠାକୁ ବାରମ୍ବାର ଯାଉଥିଲେ। କିନ୍ତୁ ମୁଁ କେବେ ବି ଭାବି ନ ଥିଲି ସେଇ ଛୋଟ ପିଲାଟି ଦିନେ ଏତେ ବଡ଼ ଷ୍ଟାର ହେବେ। ପିଲାଦିନର ସଂଘର୍ଷ ତାଙ୍କୁ ଆଜି ଏତେ ବଡ଼ ସ୍ଥାନରେ ପହଞ୍ଚାଇଛି।

 

Dharitri – Odisha’s No.1 Odia Daily

 

Share