କଇଁଚି ପାଇଁ ବିମାନବନ୍ଦରରେ ଆତଙ୍କ:୩୬ ବିମାନ ବାତିଲ, ୨୦୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କଲେ, ପୂରା ଘଟଣା ଜାଣିଲେ…

ଟୋକିଓ,୨୧ା୮: ଜାପାନର ନୂଆ ଚିଟୋସ ବିମାନବନ୍ଦରରେ ଏକ କଇଁଚି ଯୋଗୁ ଆତଙ୍କ ସୃଷ୍ଟି ହୋଇଥିଲା। ସାମାନ୍ୟ କଇଁଚି ପାଇଁ ୩୬ଟି ବିମାନ ବାତିଲ କରାଯାଇଥିବା ବେଳେ ଏବଂ ୨୦୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରିଥିଲା। ଜାପାନର ଏହି ବିମାନବନ୍ଦର କଡ଼ା ସୁରକ୍ଷା ପାଇଁ ବେଶ୍‌ ଜଣାଶୁଣା।

ବିମାନବନ୍ଦର ଭିତରେ ଥିବା ଏକ ଖୁଚୁରା ଦୋକାନରୁ କଇଁଚି ଗାଏବ ହୋଇଯାଇଥିବା ଦୋକାନରୁ ସୂଚନା ଦିଆଯାଇଥିଲା। ଏହା ପରେ ଖୋଜା ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ଯାଞ୍ଚ ଅତି କମରେ ଦୁଇ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା।

ବିସିସିଆଇର ରିପୋର୍ଟ ଅନୁଯାୟୀ, ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିବାରୁ ବିମାନବନ୍ଦରରେ ଯାତ୍ରୀଙ୍କ ଲମ୍ବା ଧାଡ଼ି ଲାଗିରହିଥିଲା। ଏପରିକି ଅନେକ ଯାତ୍ରୀଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିଲା। ଏଥିରେ ଅନେକ ଯାତ୍ରୀ ପ୍ରଭାବିତ ହେବା ସହ ନିରାଶ ମଧ୍ୟ ହୋଇଥିଲେ।

ତେବେ ନିଖୋଜ କଇଁଚି ସେହି ଦୋକାନରୁ ମିଳିଥିଲା। ଯେଉଁଠୁ ଏହା ହଜିଥିବା କୁହାଯାଉଥିଲା। କଇଁଚି ମିଳିବା ପରେ ମଧ୍ୟ ଅଧିକାରୀମାନେ ସେହି କଇଁଚି କି ନୁହେଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାନ୍ତି। ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

ବିମାନବନ୍ଦରର ପ୍ରତିନିଧି କହିଛନ୍ତି, ଆମେ ଜାଣୁ ଯେ ଏହା ଏପରି ଏକ ଘଟଣା, ଯାହା ଅପହରଣ କିମ୍ବା ଆତଙ୍କବାଦ ସହ ମଧ୍ୟ ଜଡ଼ିତ ହୋଇପାରେ। ତେଣୁ ପୂର୍ଣ୍ଣ ପରିଚାଳନା ତଥା ସଚେତନତା ପାଇଁ ଆମେ ପୁଣି ଥରେ କାର୍ଯ୍ୟ କରିବୁ।

ସୂଚନାଯୋଗ୍ୟ, ଏହି ବିମାନବନ୍ଦର ୧୯୯୮ରେ ହକ୍କାଇଡୋର ବୃହତ୍ତମ ବିମାନବନ୍ଦର ନ୍ୟୁ ଚିଟୋସ ଖୋଲାଯାଇଥିଲା। ଜାପାନର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଏହା ଅନ୍ୟତମ। ୨୦୨୨ରେ ବିମାନବନ୍ଦର ୧୫ ମିଲିୟନରୁ ଅଧିକ ଯାତ୍ରୀଙ୍କୁ ସ୍ବାଗତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri