କଇଁଚି ପାଇଁ ବିମାନବନ୍ଦରରେ ଆତଙ୍କ:୩୬ ବିମାନ ବାତିଲ, ୨୦୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କଲେ, ପୂରା ଘଟଣା ଜାଣିଲେ…

ଟୋକିଓ,୨୧ା୮: ଜାପାନର ନୂଆ ଚିଟୋସ ବିମାନବନ୍ଦରରେ ଏକ କଇଁଚି ଯୋଗୁ ଆତଙ୍କ ସୃଷ୍ଟି ହୋଇଥିଲା। ସାମାନ୍ୟ କଇଁଚି ପାଇଁ ୩୬ଟି ବିମାନ ବାତିଲ କରାଯାଇଥିବା ବେଳେ ଏବଂ ୨୦୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରିଥିଲା। ଜାପାନର ଏହି ବିମାନବନ୍ଦର କଡ଼ା ସୁରକ୍ଷା ପାଇଁ ବେଶ୍‌ ଜଣାଶୁଣା।

ବିମାନବନ୍ଦର ଭିତରେ ଥିବା ଏକ ଖୁଚୁରା ଦୋକାନରୁ କଇଁଚି ଗାଏବ ହୋଇଯାଇଥିବା ଦୋକାନରୁ ସୂଚନା ଦିଆଯାଇଥିଲା। ଏହା ପରେ ଖୋଜା ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ଯାଞ୍ଚ ଅତି କମରେ ଦୁଇ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା।

ବିସିସିଆଇର ରିପୋର୍ଟ ଅନୁଯାୟୀ, ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିବାରୁ ବିମାନବନ୍ଦରରେ ଯାତ୍ରୀଙ୍କ ଲମ୍ବା ଧାଡ଼ି ଲାଗିରହିଥିଲା। ଏପରିକି ଅନେକ ଯାତ୍ରୀଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିଲା। ଏଥିରେ ଅନେକ ଯାତ୍ରୀ ପ୍ରଭାବିତ ହେବା ସହ ନିରାଶ ମଧ୍ୟ ହୋଇଥିଲେ।

ତେବେ ନିଖୋଜ କଇଁଚି ସେହି ଦୋକାନରୁ ମିଳିଥିଲା। ଯେଉଁଠୁ ଏହା ହଜିଥିବା କୁହାଯାଉଥିଲା। କଇଁଚି ମିଳିବା ପରେ ମଧ୍ୟ ଅଧିକାରୀମାନେ ସେହି କଇଁଚି କି ନୁହେଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାନ୍ତି। ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

ବିମାନବନ୍ଦରର ପ୍ରତିନିଧି କହିଛନ୍ତି, ଆମେ ଜାଣୁ ଯେ ଏହା ଏପରି ଏକ ଘଟଣା, ଯାହା ଅପହରଣ କିମ୍ବା ଆତଙ୍କବାଦ ସହ ମଧ୍ୟ ଜଡ଼ିତ ହୋଇପାରେ। ତେଣୁ ପୂର୍ଣ୍ଣ ପରିଚାଳନା ତଥା ସଚେତନତା ପାଇଁ ଆମେ ପୁଣି ଥରେ କାର୍ଯ୍ୟ କରିବୁ।

ସୂଚନାଯୋଗ୍ୟ, ଏହି ବିମାନବନ୍ଦର ୧୯୯୮ରେ ହକ୍କାଇଡୋର ବୃହତ୍ତମ ବିମାନବନ୍ଦର ନ୍ୟୁ ଚିଟୋସ ଖୋଲାଯାଇଥିଲା। ଜାପାନର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଏହା ଅନ୍ୟତମ। ୨୦୨୨ରେ ବିମାନବନ୍ଦର ୧୫ ମିଲିୟନରୁ ଅଧିକ ଯାତ୍ରୀଙ୍କୁ ସ୍ବାଗତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri