ଡାଇବେଟିସ-ମେଦବହୁଳତାରୁ ଦୂରେଇ ରଖେ ପନିର ଫୁଲ…

ନୂଆଦିଲ୍ଲୀ : ଆମେ ପନିର ତରକାରୀ ଖାଇଥାଉ। କିନ୍ତୁ କେହି କେବେ ପନିର ଫୁଲର ସ୍ବାଦ ଚାଖିଛନ୍ତି କି? କେହି ହୁଏତ ନିଶ୍ଚିତ ଭାବରେ ଭାବୁଥିବେ ଯେ ପନିର ଏକ ଦୁଗ୍ଧଜାତ ଦ୍ରବ୍ୟ, ସେଥିରୁ ଫୁଲ କେଉଁଠୁ ଆସିବ। ତେବେ ଦ୍ୱନ୍ଦ୍ୱରେ ପଡ଼ିବାର କୌଣସି ଆବଶ୍ୟକତା ନାହିଁ। ପନିର ଫୁଲ ଏକ ଗଛର ଫୁଲ। ଭାରତ, ପାକିସ୍ଥାନ, ଆଫଗାନିସ୍ତାନରେ ପନିର ଫୁଲ ମିଳିଥାଏ। ଏହା ବହୁ ଔଷଧୀୟ ଗୁଣରେ ଭରପୁର। ଡାଇବେଟିସ ସମସ୍ୟା ଥିବା ଲୋକେ ଏହାକୁ ନିୟମିତ ଖାଇଲେ ବେଶ୍‌ ସୁଫଳ ମିଳିଥାଏ। ଏହାର ସ୍ବାଦ ସାମାନ୍ୟ ମିଠା ।ଏହାର ଡାଇୟୁରେଟିକ ଗୁଣ ଅଛି। ଏହା ଅନିଦ୍ରା ଏବଂ ଆଜମା ଭଳି ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ।

ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ପନରି ଫୁଲ ସହାୟକ ହୋଇଥାଏ । ମୂଷା ଉପରେ କରାଯାଇଥିବା ଗବେଷଣାରେ ଏହା ନିଶ୍ଚିତ ହୋଇଛି। ଗବେଷଣାରୁ ଏହା ଜଣାପଡିଛି ଏଥିରେ ଆଣ୍ଟି-ଡାଇବେଟିସ ଗୁଣ ରହିଛି ଯାହା ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଏହି ଫୁଲଗୁଡ଼ିକରେ ଥିବା ରାସାୟନିକ ପଦାର୍ଥ ଅଗ୍ନାଶୟର ବିଟା କୋଷଗୁଡ଼ିକୁ ସକ୍ରିୟ କରିବାରେ ଏବଂ ଇନସୁଲିନର କ୍ଷରଣରେ ସାହାୟତା କରିଥାଏ। ବିଟା କୋଷଗୁଡ଼ିକ ମଣିଷ ଶରୀରରେ ଇନସୁଲିନ ଉତ୍ପାଦନ କରନ୍ତି। ଯେତେବେଳେ ଜଣେ ବ୍ୟକ୍ତିଙ୍କର ଡାଇବେଟିସ ସମସ୍ୟା ହୁଏ, ବିଟା କୋଷଗୁଡ଼ିକ ନଷ୍ଟ ହୋଇଯାଇଥାଏ। ଫଳରେ ଇନସୁଲିନ ଉତ୍ପନ୍ନ ହୁଏ ନାହିଁ। ଏପରି ପରିସ୍ଥିତିରେ, ଅଗ୍ନାଶୟକୁ ଇନସୁଲିନ ସଠିକ ଭାବରେ କାର୍ଯ୍ୟକ୍ଷମ କରାଇବାରେ ପନିର ଫୁଲର ବ୍ୟବହାର ଏକ ଭଲ ଉପାୟ । ମେଦବହୁଳତା ଥିବା ବ୍ୟକ୍ତି ଶୀଘ୍ର ଓଜନ ହ୍ରାସ କରିବାକୁ ଚାହିଁଲେ ଖାଦ୍ୟରେ ପନିର ଫୁଲ ସାମିଲ କଲେ ଉପକାର ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri