ଡାଇବେଟିସ-ମେଦବହୁଳତାରୁ ଦୂରେଇ ରଖେ ପନିର ଫୁଲ…

ନୂଆଦିଲ୍ଲୀ : ଆମେ ପନିର ତରକାରୀ ଖାଇଥାଉ। କିନ୍ତୁ କେହି କେବେ ପନିର ଫୁଲର ସ୍ବାଦ ଚାଖିଛନ୍ତି କି? କେହି ହୁଏତ ନିଶ୍ଚିତ ଭାବରେ ଭାବୁଥିବେ ଯେ ପନିର ଏକ ଦୁଗ୍ଧଜାତ ଦ୍ରବ୍ୟ, ସେଥିରୁ ଫୁଲ କେଉଁଠୁ ଆସିବ। ତେବେ ଦ୍ୱନ୍ଦ୍ୱରେ ପଡ଼ିବାର କୌଣସି ଆବଶ୍ୟକତା ନାହିଁ। ପନିର ଫୁଲ ଏକ ଗଛର ଫୁଲ। ଭାରତ, ପାକିସ୍ଥାନ, ଆଫଗାନିସ୍ତାନରେ ପନିର ଫୁଲ ମିଳିଥାଏ। ଏହା ବହୁ ଔଷଧୀୟ ଗୁଣରେ ଭରପୁର। ଡାଇବେଟିସ ସମସ୍ୟା ଥିବା ଲୋକେ ଏହାକୁ ନିୟମିତ ଖାଇଲେ ବେଶ୍‌ ସୁଫଳ ମିଳିଥାଏ। ଏହାର ସ୍ବାଦ ସାମାନ୍ୟ ମିଠା ।ଏହାର ଡାଇୟୁରେଟିକ ଗୁଣ ଅଛି। ଏହା ଅନିଦ୍ରା ଏବଂ ଆଜମା ଭଳି ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ।

ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ପନରି ଫୁଲ ସହାୟକ ହୋଇଥାଏ । ମୂଷା ଉପରେ କରାଯାଇଥିବା ଗବେଷଣାରେ ଏହା ନିଶ୍ଚିତ ହୋଇଛି। ଗବେଷଣାରୁ ଏହା ଜଣାପଡିଛି ଏଥିରେ ଆଣ୍ଟି-ଡାଇବେଟିସ ଗୁଣ ରହିଛି ଯାହା ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଏହି ଫୁଲଗୁଡ଼ିକରେ ଥିବା ରାସାୟନିକ ପଦାର୍ଥ ଅଗ୍ନାଶୟର ବିଟା କୋଷଗୁଡ଼ିକୁ ସକ୍ରିୟ କରିବାରେ ଏବଂ ଇନସୁଲିନର କ୍ଷରଣରେ ସାହାୟତା କରିଥାଏ। ବିଟା କୋଷଗୁଡ଼ିକ ମଣିଷ ଶରୀରରେ ଇନସୁଲିନ ଉତ୍ପାଦନ କରନ୍ତି। ଯେତେବେଳେ ଜଣେ ବ୍ୟକ୍ତିଙ୍କର ଡାଇବେଟିସ ସମସ୍ୟା ହୁଏ, ବିଟା କୋଷଗୁଡ଼ିକ ନଷ୍ଟ ହୋଇଯାଇଥାଏ। ଫଳରେ ଇନସୁଲିନ ଉତ୍ପନ୍ନ ହୁଏ ନାହିଁ। ଏପରି ପରିସ୍ଥିତିରେ, ଅଗ୍ନାଶୟକୁ ଇନସୁଲିନ ସଠିକ ଭାବରେ କାର୍ଯ୍ୟକ୍ଷମ କରାଇବାରେ ପନିର ଫୁଲର ବ୍ୟବହାର ଏକ ଭଲ ଉପାୟ । ମେଦବହୁଳତା ଥିବା ବ୍ୟକ୍ତି ଶୀଘ୍ର ଓଜନ ହ୍ରାସ କରିବାକୁ ଚାହିଁଲେ ଖାଦ୍ୟରେ ପନିର ଫୁଲ ସାମିଲ କଲେ ଉପକାର ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri