ଅଭିନୟ କରୁ କରୁ ସତସତିକା ପଡ଼ିଛନ୍ତି ପ୍ରେମରେ

ବମ୍ବେ: ଅଭିନୟ କରୁ କରୁ ସତ ସତିକା ସହକଳାକାରଙ୍କ ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ। ଆମେ କଥା ହେଉଛୁ ଆଲିସ୍‌ କୌଶିକଙ୍କ ବିଷୟରେ। ଟେଲିଭିଜନ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ରାବି ଭୂମିକାରେ ନଜର ଆସୁଛନ୍ତି। ଏଥିରେ ତାଙ୍କ ପ୍ରେମିକ ତଥା ସ୍ବାମୀ ସାଜିଛନ୍ତି କନଓ୍ବର ଢିଲୋନ୍‌। ଉଭୟଙ୍କ ମଧ୍ୟରେ ଦମ୍‌ଦାର ଲଭ୍‌ଷ୍ଟୋରୀ ପରଦାରେ ଦେଖିବାକୁ ମିଳୁଥିବା ବେଳେ ଏବେ ଉଭୟ ବାସ୍ତବରେ ମଧ୍ୟ ପ୍ରେମରେ ପଡ଼ିଛନ୍ତି। ଏକଥା ନିଜେ ଆଲିସ୍‌ ନିଜ ସୋସିଆଲ ମିଡିଆ ଜରିଆରେ ସ୍ପଷ୍ଟ କରିଛନ୍ତି। ସେ ନିଜ ପ୍ରେମକୁ ନେଇ ଏକ ଲମ୍ବା ନୋଟ୍‌ ଲେଖିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ କେଉଁଭଳି ଭାବେ ତାଙ୍କ ଜୀବନ ବଦଳିଯାଇଛି ସେ ତାହା ଉଲ୍ଲେଖ କରିଛନ୍ତି। ଅପରପକ୍ଷେ ଆଲିସଙ୍କ ଏହି ଘୋଷଣା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Share