କରୋନାରେ ଆଖିବୁଜିଲେ ଗୀତିକାର ପଣ୍ଡିତ କିରଣ ମିଶ୍ର

ଭକ୍ତି ସଂଗୀତ ପାଇଁ ପ୍ରସିଦ୍ଧ ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତେବେ କରୋନାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କିରଣଙ୍କର ମୃତ୍ୟୁ ଖବର ତାଙ୍କ ପୁଅ ଜଣାଇଛନ୍ତି।

କରୋନାରେ ଆକ୍ରାନ୍ତ ହେବା ପରେ କିରଣଙ୍କୁ ଗତ ଏପ୍ରିଲ ୧୩ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ୧୫ ଦିନ ପୂର୍ବରୁ ସେ କେରାନାର ପ୍ରଥମ ଟିକା ନେଇଥିଲେ।
କିରଣ ଶହ ଶହ ଭକ୍ତି ଗୀତ ଲେଖିବା ସହ ଅନେକ ଫିଲ୍ମ ଏବଂ ଧାରାବାହିକ ପାଇଁ ମଧ୍ୟ ଗୀତ ଲେଖିଥିଲେ।

Share