Categories: ଜାତୀୟ

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୮- ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ସୋମବାର ଆମେରିକା ନ୍ୟୁଜର୍ସିରେ ତାଙ୍କ ପରଲୋକ ହୋଇଛି। ପିତା ପଣ୍ଡିତ ମୋତିରାମଙ୍କଠାରୁ ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ମାତ୍ର ୧୪ ବର୍ଷ ବୟସରେ ସେ ଗାୟକ ଭାବେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ପଣ୍ଡିତ ଯଶରାଜ ନିଜର ଅଲୌକିକ ପ୍ରତିଭା ଲାଗି ଦେଶ ବିଦେଶରେ ବହୁ ଖ୍ୟାତି ଅର୍ଜନ କରିଥିଲେ। ସେହିପରି ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ଦୀର୍ଘ ୮୦ ବର୍ଷରୁ ଊର୍ଦ୍ଧ୍ୱ ସଙ୍ଗୀତ କ୍ୟାରିୟର୍‌ ମଧ୍ୟରେ ସେ ଅନେକ ସମ୍ମାନଜନକ ପୁରସ୍କାର ପାଇଥିଲେ।

Share