ନବୀନ ନିବାସରେ ଶୁଭିଲା ପାଣ୍ଡିଆନ ଗୋ ବ୍ୟାକ ନାରା: ଗର୍ଜିଲେ ମୁନ୍ନାଙ୍କ ସମର୍ଥକ

ଭୁବନେଶ୍ୱର,୭।୪: ୱକ୍‌ଫ ବିଲ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ତୁମ୍ବିତୋଫାନ । ବିଜେଡି ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। ସସ୍ମିତ ପାତ୍ରଙ୍କ ଭାଜପା ସମର୍ଥିତ ଆଭିମୁଖ୍ୟକୁ ମୁନ୍ନା କଡ଼ା ଭର୍ତ୍ସନା କରିଛନ୍ତି। ତାଙ୍କ ସମର୍ଥକମାନେ ନବୀନ ନିବାସରେ ପହଞ୍ଚି ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇଛନ୍ତି। ‘ପାଣ୍ଡିଆନଙ୍କୁ ତଡି ବିଜେଡି ବଞ୍ଚାଅ’ ବୋଲି କହିଛନ୍ତି ଦଳୀୟ ସମର୍ଥକ।

ପାଣ୍ଡିଆନଙ୍କ ଭିତିରିଆ ନିର୍ଦ୍ଦେଶରେ ସସ୍ମିତ ବିଲ୍‌ ସପକ୍ଷରେ ଭୋଟ ଦେଇଥିବା ଦଳୀୟ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଦଳରୁ ନିଲମ୍ବନ ପାଇଁ ଦାବି ଉଠିଛି। ସେମାନଙ୍କର ଅଭିଯୋଗ ଯେ, ପାଣ୍ଡିଆନ ପ୍ରଚ୍ଛଦପଟରେ ରହି ସବୁ କରାଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ସସ୍ମିତ ରାଜ୍ୟ ସଭାରେ ୱକ୍‌ଫ ବିଲ୍‌କୁ ସମର୍ଥନ କରିଛନ୍ତି। ତେଣୁ ସସ୍ମିତଙ୍କୁ ତୁରନ୍ତ ବିଜେଡିରୁ ନିଲମ୍ବନ କରାଯାଉ ବୋଲି ଦାବି ହୋଇଛି।

ଅନ୍ୟପକ୍ଷେ ବିଜେଡି ରାଜ୍ୟସଭା ସଦସ୍ୟ ମୁନା ଖାନ ମଧ୍ୟ ସସ୍ମିତଙ୍କ ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୱକ୍‌ଫ ବିଲ୍‌କୁ ବିରୋଧ କରିବାକୁ ସଂସଦୀୟ ବୋର୍ଡ ବୈଠକରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ କାହା ନିର୍ଦ୍ଦେଶରେ ସସ୍ମିତ ବିଲ ସମର୍ଥନରେ ଭୋଟ ଦେଲେ ବୋଲି ମୁନ୍ନା ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ମୁନ୍ନାଙ୍କୁ ଆଶ୍ୱସନା ଦେଇ ଖୁବ୍‌ଶୀଘ୍ର ଘଟଣା ସମ୍ପର୍କରେ ବୁଝିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ…

ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri