Odisha Elections 2024

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ଜି.ଉଦୟଗିରି ବିଜେଡି ବିଧାନସଭା ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଡ. ଅଚୁତ୍ୟ ସାମନ୍ତଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ୍‌ କାମ ବେଶି କରନ୍ତି କହି ମୁଖ୍ୟମନ୍ତ୍ରୀ ରାଇକିଆ ସହରକୁ ଏନ୍‌ଏସି ଘୋଷଣା କରିଥିବା କଥା ପାଣ୍ଡିଆନ କହିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ସେ କହି ରାଇକିଆ ବ୍ଲକର ସରିତା ସାହୁ ନାମ୍ନୀ ମହିଳା ତାଙ୍କ ଚିକିତ୍ସା ପାଇଁ ଦୁଇ ବର୍ଷରେ ୧୭ ଲକ୍ଷ ଟଙ୍କାର ଅନୁକମ୍ପା ପାଇଥିବା କହିଥିଲେ ।

ସେହିପରି ଦାରିଙ୍ଗବାଡି ବ୍ଲକର ସାବନା ନାୟକ ତାଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ପାଇଥିବା କହିଥିଲେ। ଏପରିକି ଅଞ୍ଚଳର ସ୍କୁଲ, କଲେଜ, ହସ୍ପିଟାଲର ରୂପାନ୍ତକରଣ କରାଯାଇଥିବା ପାଣ୍ଡିଆନ୍‌ ପ୍ରକାଶ କରିଥିଲେ।

ଦାରିଙ୍ଗବାଡି, ବାଲିଗୁଡା, ବ୍ରାହ୍ମଣୀଗାଁର ପର୍ଯ୍ୟଟନ ବିକାଶ ପାଇଁ ନବୀନ ସରକାର ଅର୍ଥ ମଞ୍ଜୁର କରିଥିବା କହିଥିଲେ । ତାଙ୍କର ଜି ଉଦୟଗିରି ଗସ୍ତ ସମୟରେ ମନ୍ଦିର, ଚର୍ଚ୍ଚ, ମସଜିଦ ରୂପାନ୍ତକରଣ ପାଇଁ ଜି ଉଦୟଗିରି ଅଞ୍ଚଳରୁ ଯେଉଁ ଅନୁରୋଧ କରାଯାଇଥିଲା ମୁଖ୍ୟମନ୍ତ୍ରୀ ସେସବୁ ପୂରଣ କରିଛନ୍ତି ବୋଲି କହିଥିଲେ।

ଏପରି କି ସାଲୁଗା ପ୍ରଧାନ ଏବଂ ଡ଼ ଅଚୁତ୍ୟ ସାମନ୍ତ ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲାର ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ବୋଲି ତାଙ୍କ ଭାଷଣରେ କହିଥିଲେ।

ସଭା ମଞ୍ଚକୁ ଯିବା ପୂର୍ବରୁ ପାଣ୍ଡିଆନ ଲୋକଙ୍କ ସହ ମିଶି ସେମାନଙ୍କଠାରୁ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସଭାରେ ଥିବା ଯୁବକ, ମହିଳା, ଛାତ୍ରୀଛାତ୍ରମାନେ ପାଣ୍ଡିଆନଙ୍କ ସହ ସେଲ୍ଫି ନେବାକୁ ଅନୁରୋଧ କରି ସେଲ୍ଫି ନେଇଥିଲେ।

ଅନ୍ୟପକ୍ଷେ କଂଗ୍ରେସ ଓ ଭାଜପାର ଅନେକ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ମିଶ୍ରଣ ପର୍ବରେ ଜିଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, କ୍ଳେଶ ପ୍ରଧାନ, ଜି.ଉଦୟଗିରି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥୀ, ବିଜୁ ଜନତା ଦଳର ନଗର ସଭାପତି ପି. ସଞ୍ଜୀବ କୁମାର ପାତ୍ରଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

ଓଡିଶା ବିକାଶ କରିବାରେ ବିଜେଡି ବିଫଳ ହୋଇଛି: ହେମା ମାଳିନୀ

ଭୁବନେଶ୍ୱର,୧୭।୫: ଗତ ୨୫ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ କିଛି କରି ନ ଥିବା ଅଭିଯୋଗ କରି ପୁଣିଥରେ ଭାଜପା ଶାସକ ବିଜେଡିକୁ ଟାର୍ଗେଟ...

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ଏସ୍‌ଆଇଟି

କଟକ,୨୭।୫(କାର୍ତ୍ତିକ ସାହୁ): ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର...

କାଠ ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ଦକ୍ଷିଣ ବିଟ ମିରିଖୋଜି ଗ୍ରାମ ବିରଳ ନଦୀକୂଳ ଜଙ୍ଗଲରୁ ଶୁକ୍ରବାର ସକାଳୁ କାଠ...

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଦେଲେ ପାଣ୍ଡିଆନ୍‌:ଦେଖନ୍ତୁ ଭିଡିଓ

ସମ୍ବଲପୁର,୧୭।୫: ଏବେ ଚାଲିଛି ନିର୍ବାଚନୀ ଋତୁ। ଚାରିଆଡେ ନିର୍ବାଚନ ପ୍ରଚାର। ଗୋଟିଏ ପଟେ କେନ୍ଦ୍ରୀୟ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri