ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି । ପ୍ରାର୍ଥୀ ଚୟନରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି କଂଗ୍ରେସ ଓବିସି ସେଲ୍‌ ଜିଲା ଚେୟାରମ୍ୟାନ ପାଣ୍ଡବ କର୍ଣ୍ଣ ଅଭିଯୋଗ କରିଛନ୍ତି। ଦଳ ଯଦି ଏହାର ପୁନର୍ବିଚାର ନ କରେ, ସେ ଆଗାମୀ ନିର୍ବାଚନରେ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ରବିବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପାଣ୍ଡବ କହିଛନ୍ତି।

ପାଣ୍ଡବ ଆହୁରି କହିଛନ୍ତି, ସେ ଗତ ୧୯୮୨ରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଈନ୍ଦିରା ଗାନ୍ଧୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣୀତ ହୋଇ ଛାତ୍ରାବସ୍ଥାରୁ କଂଗ୍ରେସରେ ସାମିଲ ହୋଇଥିଲେ । ଲରମ୍ଭା କଲେଜ ଛାତ୍ର ସଂସଦ ସଭାପତିଠାରୁ ଆରମ୍ଭ କରି ଜିଲା ପରିଷଦ ସଭ୍ୟ ନିର୍ବାଚିତ ହେବା ସହିତ ଏପର୍ଯ୍ୟନ୍ତ ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ କାମ କରି ଆସୁଛନ୍ତି । କଟାପାଲି ପ୍ରାଥମିକ କୃଷି ସମବାସୟ ସମିତିର ନିର୍ଦ୍ଦେଶକ ରହିଛନ୍ତି । ଛାତ୍ର କଂଗ୍ରେସ, ଯୁବ କଂଗ୍ରେସର ବିଭିନ୍ନ ପଦବୀ ସମେତ ଦଳ ଯେତେବେଳେ ତାଙ୍କୁ ଯେଉଁ କାମ ଦେଇଛି, ତାକୁ ସେ ସମ୍ପାଦନ କରି ଆସିଛନ୍ତି।

କଂଗ୍ରେସ ପ୍ରତି ସେ ନିଜ ଜୀବନ ସମର୍ପିତ କରିଥିବା ସତ୍ତ୍ବେ ଦଳ ତାଙ୍କୁ ଅଣଦେଖା କରିଥିବା ପାଣ୍ଡବ ଅଭିଯୋଗ କରିଛନ୍ତି । ୧୯୯୫ ମସିହାରୁ ସେ ଦଳୀୟ ଟିକେଟ୍‌ ପାଇଁ ଦାବି କରି ଆସୁଛନ୍ତି । ମାତ୍ର ଦଳ ତାଙ୍କୁ ବାରମ୍ବାର ଅଣଦେଖା କରି ଆସୁଛି ଏବଂ ନିର୍ବାଚନ ସମୟରେ ପ୍ରାର୍ଥୀ ଚୟନରେ ପ୍ରିୟାପ୍ରୀତି ପୋଷଣ ନୀତି ଚାଲିଥିବା ପାଣ୍ଡବ ଅଭିଯୋଗ କରିଛନ୍ତି।

ଏଭଳି ସ୍ଥଳେ ଦଳ ଯଦି ପୁନର୍ବିଚାର ନ କରେ, ସେ ଆଗାମୀ ନିର୍ବାଚନରେ ବରଗଡ଼ ବିଧାନସଭାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଦଳମତ ନିର୍ବିଶେଷରେ ଲୋକେ ତାଙ୍କୁ ସମର୍ଥନ ଜଣାଇବେ ବୋଲି ପାଣ୍ଡବ ଆଶାବ୍ୟକ୍ତ କରିଛନ୍ତି।

ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବିଧାନ ସୁରକ୍ଷା ମଞ୍ଚର ପବିତ୍ର ଦେହେରୀ, କଂଗ୍ରେସ ସେବାଦଳର ପୂର୍ବତନ ଜିଲା ସଭାପତି ଗଣେଶ ରାଉତ, ଜିଲା କଂଗ୍ରେସ ଓବିସି ସେଲ ଉପସଭାପତି ପ୍ରମୋଦ ମହାକୁର, କୋଶଲ ଏକାଡ଼େମୀର ନିର୍ଦ୍ଦେଶକ ମାମୀ ମିଶ୍ର, ଅତାବରା ବ୍ଲକ କଂଗ୍ରେସ କମିଟିର ସଭାପତି କୁନୁ ମହାପାତ୍ର, ଓଡ଼ିଶା କଲ୍ୟାଣୀ ସ୍ବେଚ୍ଛାସେବୀ ସଂଗଠନର ନିତେଶ୍ୱରୀ ପ୍ରଧାନ, କରୁଣାକର ସାହୁ, ସମାଜସେବୀକା ବାସମତୀ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri