ପଞ୍ଚାୟତିରାଜ ଦିବସ: ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର,୫ା୩(ସୁନିତ୍‌ ମିଶ୍ର):ବିଜୁବାବୁଙ୍କ ଜୟନ୍ତୀ ଅର୍ଥାତ୍‌ ମାର୍ଚ୍ଚ ୫କୁ ପ୍ରତ୍ୟେକ ବର୍ଷ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିଆସୁଥିଲେ। ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଶାସନରୁ ହଟଛି। ପ୍ରଥମ ଥର ଲାଗି ଭାଜପା କ୍ଷମତାକୁ ଆସିବା ପରେ ପୂର୍ବରୁ ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀରେ ପାଳନ ହେଉଥିବା ପଞ୍ଚାୟତିରାଜ ଦିବସର ତାରିଖରେ ପରିବର୍ତ୍ତନ କରିଛି। ରାଜ୍ୟ ସରକାର ସୋମବାର ଏକ ବିଜ୍ଞପ୍ତି ପ୍ରକାଶ କରି ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଏପରିକି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୫କୁ ଯେଉଁ ସରକାରୀ ଛୁଟିଦିନ ଭାବେ ଗଣାଯାଉଥିଲା ତାକୁ ମଧ୍ୟ ପରିବର୍ତ୍ତନ କରିଦିଆଯାଇଛି। ଭାଜପା ସରକାରଙ୍କ ଏଭଳି ପଦକ୍ଷେପ ବିରୋଧରେ ଉଭୟ ବିଜେଡି ଓ କଂଗ୍ରେସ ବର୍ଷିଛନ୍ତି।
ବିଜେଡି ପକ୍ଷରୁ ଭାଜପା ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ଏୟାରପୋର୍ଟ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରାଯାଇଛି। ବୁଧବାର ରାଜ୍ୟବ୍ୟାପୀ ବିଜେଡି ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରିବାକୁ ଘୋଷଣା କରିଛି। ଏହାପରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ରାଜ୍ୟର ସବୁ ସଦର ମହକୁମାରେ ପ୍ରତିବାଦ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଆସନ୍ତା ୬ରେ ରାଜ୍ୟସ୍ତରରେ ଦଳ ପକ୍ଷରୁ ପ୍ରତିବାଦ କରାଯିବ। ସରକାରୀ କ୍ୟାଲେଣ୍ଡରରେ ମାର୍ଚ୍ଚ ୫ ଛୁଟି କଥା ଉଲ୍ଲେଖ ରହିଛି। ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନର ବିରୋଧ କରାଯିବ ବୋଲି ସଞ୍ଜୟ କହିଛନ୍ତି।
ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଓଡ଼ିଆ ଅସ୍ମିତା କଥା କହି ରାଜ୍ୟରେ ଭାଜପା ସରକାରକୁ ଆସିଛି। ହେଲେ ଓଡ଼ିିଆ ଅସ୍ମିତାକୁ ଯିଏ ସୁରକ୍ଷା ଦେଇଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ମହାପୁରୁଷଙ୍କ ଜୟନ୍ତୀରେ ତାଙ୍କୁ ଅସମ୍ମାନ କରିଛନ୍ତି। ଏହା ବିଜୁବାବୁଙ୍କ ପ୍ରତି ଅସମ୍ମାନ ବୋଲି ପ୍ରମିଳା କହିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବା ଏକ ନିନ୍ଦନୀୟ ବିଷୟ। ଓଡ଼ିଆ ଅସ୍ମିତା କଥା କହୁଥିବା ସରକାର ଓଡ଼ିଆ ଅସ୍ମିତା ଭୁଲିଗଲେ। ବିଜୁବାବୁଙ୍କ ସହ ବାଜପେୟୀଙ୍କର ରହିଥିବା ସମ୍ପର୍କ କଥା ମଧ୍ୟ ଭୁଲିଗଲେ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରୁଥିବା ଭକ୍ତ କହିଛନ୍ତି।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିଜୁବାବୁ ଓଡ଼ିଶାର ଜଣେ ବରପୁତ୍ର ଥିଲେ ବୋଲି ଏଥିରେ କାହାରି ସନ୍ଦେହ ନାହିଁ। ଏଥିରେ ପକ୍ଷ ପ୍ରତିପକ୍ଷ କିଛି ନୁହେଁ। ବିଜୁବାବୁ କେବଳ ବିଜେଡିର ନୁହନ୍ତି, ସେ ଜାତୀୟ ସମ୍ପତ୍ତି ଥିଲେ। ତେଣୁ ତାଙ୍କ ପାଇଁ ଅସମ୍ମାନର ପ୍ରଶ୍ନ ନାହିଁ। ଦେଶରେ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଛି । ଓଡ଼ିଶାରେ ଆମେ କାହିଁକି ଭିନ୍ନ। ଜନତା ଦଳ ଥିବାବେଳେ ଏପ୍ରିଲ ୨୪ରେ ପଞ୍ଚାୟତ ଦିବସ ପାଳନ କରେ। ଆମେ ଯଦି କହିବା ସ୍ବାଧୀନତା ଦିବସ ଆଉ ଦିନେ ପାଳନ କରିବା ଏହା କ’ଣ ସମ୍ଭବ। ଜାତୀୟ ସ୍ରୋତରେ ଓଡ଼ିଶା ଯୁଗେ ଯୁଗେ ରହିଛି। ବିଜୁବାବୁଙ୍କ ଜୟନ୍ତୀ ବା ତିରୋଧାନ ଦିବସ ବିଜେଡି ନୁହେଁ ରାଜ୍ୟବାସୀ ପାଳନ କରିବେ। ଘଣ୍ଟେ ୨ଘଣ୍ଟା ବିଜୁ ଜୟନ୍ତୀ ପାଳନ ପାଇଁ କାହିଁକି ଗୋଟିଏ ଦିନ ଛୁଟି ହେବ ବୋଲି ପୂଜାରୀ କହିଛନ୍ତି।
ସେହିପରି ଭାଜପା ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଖବରଦାତା ସମ୍ମିଳନୀରେ କହିଛନ୍ତି, ରାଜନୈତିକ ସ୍ବାର୍ଥ ପାଇଁ ପଞ୍ଚାୟତିରାଜ ଦିବସକୁ ବିଜେଡି ବିଭ୍ରାନ୍ତି କରିଥିଲା।
ଯେତେବେଳେ ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଛି, ଓଡ଼ିଶା ମଧ୍ୟ ଏହିଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ଯାଉଛି। ମାତ୍ର ବିଜେଡିର ରାଜନୈତିକ ସ୍ବାର୍ଥରେ ବାଧା ଆସୁଥିବାରୁ ବୋଧେ ଏପ୍ରିଲ ୨୪ ଭଳି ଐତିହାସିକ ଦିନକୁ ଭୁଲିଯାଇଥିଲା ବୋଲି ଅନିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri