ପଞ୍ଚୟତ ଉପନିର୍ବାଚନ: ୱାର୍ଡସଭ୍ୟ ନାମାଙ୍କନ ଦାଖଲ ନେଇ ବିବାଦ

ଛତ୍ରପୁର,୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଅଧୀନ ୯ ନଂ ୱାର୍ଡସଭ୍ୟ ଉପନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ନେଇ ବିବାଦ ଦେଖାଦେଇଛି। ଛତ୍ରପୁର ବ୍ଲକର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ଜିପିଇଓ) ଅବଧି ସରିବା ପରେ ଜଣଙ୍କ ନାମାଙ୍କନପତ୍ର ଗ୍ରହଣ କରିଥିବା ନେଇ ଅଭିଯୋଗ ହୋଇଛି । ପଞ୍ଚାୟତ ବଦଳରେ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଗ୍ରହଣ କରିବା ବେଆଇନ ବୋଲି କୁହାଯାଇଛି । ଅରପକ୍ଷରେ ଏହି ଘଟଣାର ତଦନ୍ତ ହେବ ବୋଲି ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ୬ ତାରିଖରେ ନାମାଙ୍କନ ପତ୍ର ଦାଖଲର ଅବଧି ସରିଥିଲା । ସୋମବାର ଏହାର ଯାଞ୍ଚହେବାର ଥିଲା । ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ୬ ତାରିଖ ସୁଦ୍ଧା କେବଳ ୨ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ ବୋଲି ନିର୍ବାହୀ ଅଧିକାରୀ ଡକ୍ଟର ସେଠୀ କହିଛନ୍ତି । ଅପରପକ୍ଷରେ ୩ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି। ଏହା ବେଆଇନ ବୋଲି ଅନ୍ୟତମ ପ୍ରାର୍ଥିନୀ ସୁରେଖା ପ୍ରଧାନ ଅଭିଯୋଗ କରିଛନ୍ତି । ଏ ନେଇ ଏକ ସ୍ମାରକପତ୍ର ପଞ୍ଚାୟତ ସମିତି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରେ ହିଁ ନାମାଙ୍କନପତ୍ର ଦାଖଲ କରିବାର ନିୟମ ରହିଛି । ତେବେ କିଭଳି ବ୍ଲକ କାର୍ଯ୍ୟାଳୟରେ ଆଉ ଜଣେ ନାମାଙ୍କନପତ୍ର ଦାଖଲ କଲେ ଏବଂ ତାଙ୍କର ନାମାଙ୍କନପତ୍ର ଗ୍ରହଣ କରାଗଲା ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଜିପିଇଓଙ୍କ ପକ୍ଷରୁ ନାମାଙ୍କନପତ୍ର ଗ୍ରହଣ କରିବା ବେଆଇନ ଏବଂ ଏହାକୁ ନାକଚ କରିବାକୁ ସେ ଦାବି କରିଛନ୍ତି । ତୃତୀୟ ଜଣଙ୍କ ନାମାଙ୍କନପତ୍ର ବ୍ଲକ କାର୍ଯ୍ୟାଳୟରେ ଗ୍ରହଣ କରିଥିବା ନେଇ ଜିପିଇଓ ଅଶୋକ ଦାଶ ସ୍ବୀକାର କରିଛନ୍ତି । ୧୨ ତାରିଖରେ ଚୂଡାନ୍ତ ପ୍ରାର୍ଥି ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri