୬ ଦିନ ପରେ ପଞ୍ଚାୟତ ଅଫିସ ଖୋଲିଲା

ଲାଞ୍ଜିଗଡ଼,୨।୭(ରମେଶ ଚନ୍ଦ୍ର ନାୟକ)କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତରେ ଆଜକୁ ୫ ମାସରୁ ଊର୍ଦ୍ଧ୍ୱ ହେଲା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ମିଳି ନ ଥିବାରୁ ପଞ୍ଚାୟତ ଅଫିସରେ ତାଲା ପକାଇଥିଲେ। ଘଟଣାର ୬ ଦିନ ପରେ ଏବିଡିଓଙ୍କ ହସ୍ତକ୍ଷେପ ପରେ ଶନିବାର ସାଢେ ୧୧ଟାରେ ହିତାଧିକାରୀମାନେ ପଞ୍ଚାୟତ ଅଫିସ ତାଲା ଖୋଲିଥିଲେ।
ପୂର୍ବରୁ ବୃଦ୍ଧାମାନଙ୍କୁ ନିୟମିତ ଭାବେ ଭତ୍ତା ଟଙ୍କା ପ୍ରତେକ ମାସରେ ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଥିଲା। ସରକାରଙ୍କ ନୂତନ ଗାଇଡ଼ ଲାଇନ ଅନୁସାରେ ଭତ୍ତା ଟଙ୍କା ନିଜ ନାମରେ ଥିବା ବ୍ୟାଙ୍କ ଖାତାରେ ଜମା ହେଉଛି। କିନ୍ତୁ ଏବେବି ଅନେକ ଲୋକଙ୍କ ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ଜମା ହେଉନାହିଁ। ବୃଦ୍ଧବୃଦ୍ଧାମାନେ ଏକତ୍ରିତ ହୋଇ ସୋମବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ଯଦୁମଣି ନାଏକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ସମ୍ପର୍କରେ ପଚାରିଥିଲେ। ଏଥିରେ ନିର୍ବାହୀ ଅଧିକାରୀ ନାଏକ ଉତ୍ତ୍ୟକ୍ତ ହୋଇ ବୃଦ୍ଧାମାନଙ୍କୁ ଦୁର୍ବ୍ୟବହାର କରୁଥିବା ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଶତାଧିକ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ତାଲା ପକାଇ ପ୍ରତିବାଦ କରିଥିଲେ। ଯେତେଦିନ ପର୍ଯ୍ୟନ୍ତ ବାକି ଥିବା ଭତ୍ତା ଟଙ୍କା ଦିଆ ନ ଯାଇଛି ସେତେ ଦିନ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ରଖିବୁ ବୋଲି ଚେତାବନୀ ଦେଇଥିଲେ। ଶନିବାର ଏବିଡିଓ ବିଭୁତି ଭୂଷଣ ଶତପଥି ଏବଂ ବିଏସଏସଓ ଅରବିନ୍ଦ ମହାପାତ୍ର ବେନଗାଁ ପଞ୍ଚାୟତ ଯାଇଥିବା ସରପଞ୍ଚ ପୁରାନା ମାଝିଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ବୁଝାଶୁଝା କରିବା ପରେ ହିତାଧିକାରୀ ପଞ୍ଚାୟତ ଅଫିସ ତାଲା ଖୋଲିଥିଲେ। ହିତାଧିକାରୀମାନେ ନିର୍ବାହୀ ଅଧିକାରୀଙ୍କୁ ବଦଳି କରିବା ପାଇଁ ଅଡ଼ି ବସିଥିଲେ ଏବଂ ଏବିଡିଓ ଏହାର ଅଭିଯୋଗ ବିଡିଓଙ୍କୁ ଉପସ୍ଥାପନ ବୋଲି କହିଥିଲେ। ଏ ବିଷୟରେ ଏବିଡିଓଙ୍କୁ ପଚାରିବାରୁ ସେ କହିଲେ ଆଜି ବେନଗାଁ ପଞ୍ଚାୟତକୁ ଯାଇଥିଲୁ ଏବଂ ତଦାରଖ କରି ସମସ୍ତ ହିତାଧିକାରୀଙ୍କ ପାସ୍‌ବୁକ୍‌ ଅପଟୁଡେଟ କରିବା ପାଇଁ ବ୍ୟାଙ୍କକୁ ଯାଇ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଯାଇଛି। ଜାନୁୟାରୀରୁ ବ୍ୟାଙ୍କ ଖାତାକୁ ଭତ୍ତା ଜମା ହେଉଛି ଏବଂ ପାସ୍‌ବୁକ୍‌ ଅପଟୁଡେଟ ହେବା ପରେ କାହାର ଖାତାରେ କେତେ ଦିନର ଜମା ହେଇଛି, ତଦାରଖ ପରେ ବଳକା ଭତ୍ତା ଦିଆଯିବ। ଏହି କାର୍ଯ୍ୟ ଏକ ସପ୍ତାହ ମଧ୍ୟରେ କରାଯିବ ବୋଲି ପ୍ରକାଶ କରିଥିଲେ। ହିତାଧିକାରୀମାନେ ନିର୍ବାହୀ ଅଧିକାରୀଙ୍କୁ ବଦଳି କରିବା ପାଇଁ ଦାବି କଥା ପଚାରିବାରୁ ମୁଁ ଏହି ଅଭିଯୋଗକୁ ବିଡିଓଙ୍କ ଆଗରେ ଉପସ୍ଥାପନ କରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri