୬୯ ବର୍ଷ ହେଲା ଭଡ଼ାଘରେ ପଞ୍ଚାୟତ କାର୍ଯ୍ୟାଳୟ

ଲାଞ୍ଜିଗଡ଼,୩୧।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ୬୯ ବର୍ଷ ହେଲା ଭଡ଼ାଘରେ ଚାଲିଛି। ଆଜିପର୍ଯ୍ୟନ୍ତ ପଞ୍ଚାୟତର ନିଜସ୍ବ ଘର ନ ଥିବାରୁ ଲାଞ୍ଜିଗଡ଼ ସମବାୟ ସମିତି ଅଫିସ କାର୍ଯ୍ୟାଳୟରେ ଚାଲୁଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ୧୯୫୬ ଜୁନ ୩୦ରେ ପଞ୍ଚାୟତ କାର୍ଯ୍ୟାଳୟ ଲାଞ୍ଜିଗଡବାସୀ ଅସ୍ଥାୟୀ ଭାବେ ସର୍ବପ୍ରଥମେ ଯୁଜେଷ୍ଟିର ପୂଜାରୀଙ୍କୁ ଲାଞ୍ଜିଗଡ ସରପଞ୍ଚ ଭାବେ ମନୋନୀତ କରିଥିଲେ। ଇତି ମଧ୍ୟରେ ୬୯ ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ୨୨ ସରପଞ୍ଚ ଆସି ଚାଲି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଗୃହ ନିର୍ମାଣ ନ ହେବା ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ଲାଞ୍ଜିଗଡବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ରାଜ୍ୟ ସରକାର ଜିଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତ ଅଫିସ ପାଇଁ ନୂତନ କୋଠା ନିର୍ମାଣ କରୁଥିଲେ ମଧ୍ୟ ବ୍ଲକ ପ୍ରଶାସନର ଲାଞ୍ଜିଗଡ଼ ପ୍ରତି ଅଣଦେଖା କରାଯିବାକୁ ଲୋକେ ନାପସନ୍ଦ କରିଛନ୍ତି। ପଞ୍ଚାୟତର ନିଜସ୍ବ ଗୃହ ନ ଥିବାରୁ ଏହି ଅସ୍ଥାୟୀ ପଞ୍ଚାୟତରେ ବୈଠକ ମଧ୍ୟ ହୋଇପାରୁନାହିଁ। ଫଳରେ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ବିଭାଗ କର୍ମଚାରୀ ଆସି ଘଣ୍ଟା ଘଣ୍ଟା ଠିଆ ହୋଇ ରହିଥାନ୍ତି। ଏହି ଗୃହକୁ ୬୯ ବର୍ଷ ବିତିଯାଇଥିବା ବେଳେ ଏହା ଭଙ୍ଗା ଦଦରା ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଲାଞ୍ଜିଗଡ ନାମରେ ରହିଥିବା ଆଦର୍ଶ ସ୍କୁଲ, ବ୍ଲକ ଅଫିସ, ତହସିଲ ଅଫିସକୁ ରାଜନେତାମାନେ ଚାପ ପ୍ରୟୋଗ କରି ବିଶ୍ୱନାଥପୁରଠାରେ ବର୍ତ୍ତମାନ କାର୍ଯ୍ୟ ଚାଲୁଥିବା ବେଳେ ଏକ ଶିଳ୍ପାଞ୍ଚଳ ଲାଞ୍ଜିଗଡଠାରେ ପଞ୍ଚାୟତ ଅଫିସ ଘରଟିଏ ହୋଇପାରୁନାହିଁ। ଫଳରେ ବିଭିନ୍ନ ଉନ୍ନତିମୂଳକ କାମ ହୋଇପାରୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟର ଅତିଶୀଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଭଡାରେ ଚାଲୁଥିବା ନେଇ ଲାଞ୍ଜିଗଡ଼ ସମବାୟ ସମିତି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଆମେ ପଞ୍ଚାୟତ ଅଫିସ ପାଇଁ ଘର ଦେଇଛୁ, କିନ୍ତୁ ସେମାନଙ୍କଠାରୁ କୌଣସି ଭଡା ନିଆଯାଉନାହିଁ। ପଞ୍ଚାୟତ ଘର ନିର୍ମାଣ ହେଲେ ଆମେ ସମବାୟ ସମିତିର ଏହି ଗୃହ ଛାଡ଼ିଦେବୁ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ କହିଛନ୍ତି ବୋଲି ସମବାୟ ସମିତି କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଯେଉଁଠାରେ ପଞ୍ଚାୟତ ଅଫିସ ଚାଲିଛି ସେହି ଗୃହରେ ମଧ୍ୟ ପାଚିରୀ ଭାଙ୍ଗି ଯାଇଥିବା ବେଳେ ଗେଟ ମଧ୍ୟ ନାହିଁ। ଫଳରେ ଗୋରୁ ଗାଈ ସହିତ ରାତିରେ ମଦୁଆଙ୍କ ଆଡ୍ଡାସ୍ଥଳି ପାଲଟି ଥିବାବେଳେ ମଦ ବୋତଲ ସହିତ ଅଳିଆ ଆବର୍ଜନାରେ ଅଫିସ ଚାରି ପାର୍ଶ୍ୱ ଭରି ରହିଥିବା ଦେଖିବାକୁ ମିଳିଛି। ପଞ୍ଚାୟତ କାର୍ଯ୍ୟାଳୟ କେବେ ହେବ ତାହାର ନିର୍ଦ୍ଦିଷ୍ଟ ସୂଚନା ମିଳି ପାରିନାହିଁ। ଏହାକୁ ନେଇ ଅତିଶୀଘ୍ର ଲାଞ୍ଜିଗଡ ପଞ୍ଚାୟତବାସୀ ରାଜରାସ୍ତାକୁ ଓଲାଇବୁ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

୨ January ୨୦୨୬ Rashifal: ଆଜି ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର, ଖାସ୍ ହେବ..

ଆଜି ପୌଷ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ଏବଂ ଶୁକ୍ରବାର। ଚତୁର୍ଦ୍ଦଶୀ ତିଥି ଆଜି ସନ୍ଧ୍ୟା ୬ଟା୫୪ ପର୍ଯ୍ୟନ୍ତ ରହିବ। ଆଜି ଶୁକ୍ଳ ଯୋଗ ଅପରାହ୍ନ...

ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ...

ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଭୂର୍ଷିପଡ଼ା: ଅନ୍ଧାର ଘେରରେ ୩୦ ଆଦିବାସୀ ପରିବାର

ନୂଆପଡ଼ା,୨ା୧ (ମକାରୁ ବେମାଲ):ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri