Categories: ଜାତୀୟ

ପଞ୍ଚାୟତ ନିର୍ବାଚନ: ଏସ୍‌ପି ଆଗରେ, ଭାଜପା ପଛରେ…

ଲକ୍ଷ୍ନୌ,୫।୫: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଭାଜପାକୁ ସମାଜବାଦୀ ପାର୍ଟି (ଏସ୍‌ପି) ପଛରେ ପକାଇ ଆଗୁଆ ରହିଛି। ରାଜ୍ୟର ୭୫ ଜନପଦରେ ଥିବା ମୋଟ ୩୦୫୦ ଆସନ ମଧ୍ୟରୁ ଏସ୍‌ପି ଖାତାକୁ ୭୪୭ ଆସନ ଯାଇଛି। ସେହିପରି ଭାଜପା ୬୬୬ ଆସନରେ ବିଜୟୀ ହୋଇଛି। ଅପରପକ୍ଷରେ ବିଏସ୍‌ପିକୁ ୩୨୨ ଏବଂ କଂଗ୍ରେସକୁ ୭୭ ଆସନ ମିଳିଛି। ଆମ୍‌ ଆଦ୍‌ମୀ ପାର୍ଟିକୁ ୬୪ ଆସନ ମିଳିଛି। ତେବେ ସର୍ବାଧିକ ଆସନ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ମିଳିଛି। ମୋଟ ୧୧୭୪ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ହାତେଇବା ପାଇଁ ଏସ୍‌ପି ଭାଜପା ଏବଂ ବିଏସ୍‌ପି ପକ୍ଷରୁ ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଛି। ଆକୁ ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ଏସ୍‌ପିର ଶକ୍ତି ବୃଦ୍ଧି ହୋଇଥିବାରୁ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ମୁକାବିଲା ଦେବାକୁ ସକ୍ଷମ ହେବେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share