Categories: ଜାତୀୟ

ପଞ୍ଚାୟତ ନିର୍ବାଚନ: ସଂଖ୍ୟା ଗରିଷ୍ଠତା ହାସଲ କଲା ଶିବସେନା

ମୁମ୍ବାଇ,୧୯।୧: ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ ଶାସକ ଶିବସେନା ନିଜର ପରାକ୍ରମ ଦେଖାଇଛି। ରାଜ୍ୟର ୩୪ ଜିଲାର ୧୨,୭୧୧ ଗ୍ରାମ ପଞ୍ଚାୟତରେ ହୋଇଥିବା ନିର୍ବାଚନରେ ଶିବସେନା ୩୧୧୩ ଆସନ ହାତେଇ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ସେହିପରି ଭାଜପା ୨୬୩୨ ଆସନରେ ବିଜୟୀ ହୋଇ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏନ୍‌ସିପିକୁ ୨୪୦୦ ଆସନ ମିଳିଥିବାବେଳେ କଂଗ୍ରେସ ୧୮୨୩ ଆସନରେ ବିଜୟୀ ହୋଇ ଚତୁର୍ଥ ବୃହତମ ଦଳ ଭାବେ ଉଭା ହୋଇଛି। ମହାରାଷ୍ଟ୍ର ନବନିର୍ମାଣ ସେନାକୁ ୩୬ ଆସନ ମିଳିଥିବାବେଳେ ନିର୍ଦ୍ଦଳୀୟ ପ୍ରାର୍ଥୀ ୨୩୪୪ ଆସନରେ ବିଜୟୀ ହୋଇଛନ୍ତି। ଶିବସେନା ଏକ ନମ୍ବର ସ୍ଥାନରେ ରହି ନିଜର ଲୋକପ୍ରିୟତା ପ୍ରମାଣିତ କରିପାରିଛି। ପଞ୍ଚାୟତ ନିର୍ବାଚନରେ ଦଳର ସଫଳତା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share