ଓଡ଼ଗାଁରେ ଆରମ୍ଭ, ଭାପୁରରେ ଶେଷ

ନୟାଗଡ଼ ଅଫିସ,୧୩।୧: କରୋନାର ତୃତୀୟ ଲହର ସମୟରେ ପଞ୍ଚାୟତ ନିର୍ବାଚନ ଭୋଟରଙ୍କ ଭୟ ବଢ଼ାଇଛି। ତଥାପି ନିର୍ବାଚନ ବିଗୁଲ୍‌ ବାଜିବା ପରେ ନେତା ଓ ଆଶାୟଙ୍କ ଉତ୍କଣ୍ଠା ବଢ଼ିଛି । ବିଶେଷ କରି ଶାସକ ଦଳର କର୍ମୀ, ନେତା ଓ ସମର୍ଥକ ବେଶୀ ଖୁସି ଥିବା ପରିଲକ୍ଷିତ ହୋଇଛି । ଜିଲା ପରିଷଦ ସଭ୍ୟ ଆସନକୁ ହାତେଇବାକୁ ନେତାମାନେ ବେଶୀ ଆଗ୍ରହୀ । କାରଣ ବିଧାୟକ ଟିକେଟ୍‌ ପାଇଁ ଜିଲା ପରିଷଦ ସଭ୍ୟଙ୍କ ବିଜୟ ମାପକାଠି ହୋଇପାରେ। ଏପରି ସ୍ଥଳେ ନିର୍ବାଚନ କମିଶନର ଭୋଟ ଗ୍ରହଣ ତାରିଖ ଘୋଷଣା କରିଛନ୍ତି । ଫେବୃୟାରୀ ୧୬ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଓଡ଼ଗାଁ ବ୍ଲକରେ ହେବ । ସେହିପରି ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ରଣପୁର ବ୍ଲକରେ ହେବାକୁ ଥିବାବେଳେ ୨୦ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନୟାଗଡ଼ ବ୍ଲକରେ ହେବ। ୨୨ରେ ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକରେ ହେବ ବୋଲି ଘୋଷଣା କରାଯାଇଛି । ଅନ୍ୟପକ୍ଷେ ୨୪ରେ ଶେଷ ପର୍ଯ୍ୟାୟ ନିର୍ବାଚନ ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ହେବ। ଅପରପକ୍ଷେ ଅନାସ୍ଥାଭୋଟରେ ପରାଜୟର ଭୟକୁ ରୋକିବାକୁ ନିଜ ସମର୍ଥିତ ପ୍ରାର୍ଥୀ ବିଜୟୀ ହେବାକୁ ବିଭିନ୍ନ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଏଣୁ ତୃଣମୂଳସ୍ତରରେ ପ୍ରତି ରାଜନୈତିକ ଦଳ ସଙ୍ଗଠନକୁ ଗୁରୁତ୍ୱ ଦେଇଛନ୍ତି। ଶାସକ ଦଳରେ ଯେପରି ଅସନ୍ତୁଷ୍ଟ ପ୍ରାର୍ଥୀ ନ ରହିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ହେଲେ ଟିକେଟ୍‌ ନ ମିଳିଲେ ଅସନ୍ତୁଷ୍ଟ ବଢ଼ିବେ ବୋଲି କେତେଜଣ ଶାସକ ଦଳର କର୍ମୀ ନିଜ ନଁା ଗୋପନ ରଖି ପ୍ରକାଶ କରିଛନ୍ତି। ଯଦିଓ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପାଇଁ ଦଳୀୟ ଚିହ୍ନ ନ ଥାଏ ତେବେ ପ୍ରାର୍ଥୀମାନେ ବିଭିନ୍ନ ରାଜନୈତିକ ଦଳର ସମର୍ଥନରେ ନିର୍ବାଚନରେ ବିଜୟୀ ହୋଇଥାନ୍ତି । ସେହିପରି ପରୋକ୍ଷ ନିର୍ବାଚନ ମାର୍ଚ୍ଚ୧୧ରେ ନାଏବ ସରପଞ୍ଚ, ମାର୍ଚ୍ଚ ୧୨ରେ ବ୍ଲକ ଅଧ୍ୟକ୍ଷ, ମାର୍ଚ୍ଚ୧୩ ଜିଲା ପରିଷଦ ସଭାପତି, ମାର୍ଚ୍ଚ୨୩ ବ୍ଲକ ଉପାଧ୍ୟକ୍ଷ, ମାର୍ଚ୍ଚ ୨୫ ଜିଲା ପରିଷଦ ଉପସଭାପତି ନିର୍ବାଚନ ହେବ। ସୂଚନାଯୋଗ୍ୟ, ଜିଲାର ୮ ବ୍ଲକ୍‌ରେ ୮ ଅଧ୍ୟକ୍ଷ, ୧୯୪ ଜଣ ସରପଞ୍ଚ, ୧୯୪ ସମିତି ସଭ୍ୟ, ୨୪ ଜିଲା ପରିଷଦ ଆସନ ପାଇଁ ନିର୍ବାଚନ ହେଉଛି । ଅନ୍ୟପକ୍ଷେ ନୟାଗଡ଼ ବ୍ଲକରେ ୪୩୫, ଓଡ଼ଗାଁ ବ୍ଲକରେ ୫୭୪, ଦଶପଲ୍ଲା ବ୍ଲକରେ ୨୭୬, ନୂଆଗାଁ ବ୍ଲକରେ ୩୪୩, ଗଣିଆ ବ୍ଲକରେ ୧୧୯, ରଣପୁର ବ୍ଲକରେ ୫୧୭, ଭାପୁର ବ୍ଳକରେ ୩୪୨, ଖଣ୍ଡପଡା ବ୍ଲକରେ ୩୮୨ ଜଣ ୱାର୍ଡ ସଭ୍ୟ ଏପରି ମୋଟରେ ୨୯୮୮ ୱାର୍ଡ ସଭ୍ୟ ଆସନ ପାଇଁ ଅନୁରୂପ ଭାବେ ନିର୍ବାଚନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri