ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ମହାବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରେ ଆଦିବାସୀ କୋଟାରେ ଉଚିତ୍‌ ସଂରକ୍ଷଣ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି । କିଛି ଉତ୍ତ୍ୟକ୍ତ ଯୁବକ ସହର ମଧ୍ୟରେ ଥିବା ସରକାରୀ ବିଜ୍ଞାପନ ଚିରି ଦେଇଛନ୍ତି।କଚେରି ଛକରେ ରାସ୍ତା ଅବରୋଧ କରିଛନ୍ତି।