ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଦାବି: ବନ୍ଦ ରହିଲା କଳାହାଣ୍ଡି

କର୍ଲାମୁଣ୍ଡା,୫।୧(ଡି.ଏନ୍‌.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଦାବିରେ ବୁଧବାର ଆଦିବାସୀ ମହାସଂଘ ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିଲା। ଏହି କ୍ରମରେ କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ବ୍ଲକ ଆଦିବାସୀ ସଙ୍ଘ ସଭାପତି ସୁରେନ୍ଦ୍ର ଭୋଇ , ଆଦିସ୍କନ୍ଧ ବ୍ଲକ ସଭାପତି ଗୋବର୍ଦ୍ଧନ ଭୋଇ, ଆଦିବାସୀ ଯୁବ ସଂଗଠନ ବ୍ଲକ ସଭାପତି ନନ୍ଦି କିଶୋର ଭୋଇଙ୍କ ନେତୃତ୍ୱରେ ଆଦିବାସୀମାନେ ଏକଜୁଟ ହୋଇ ବ୍ଲକର ସମସ୍ତ ଛକଗୁଡ଼ିକୁ ସିଲ କରିବା ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗଡ଼ିକୁୁ ବନ୍ଦ କରିଦେଇଥିଲେ।