ପଞ୍ଚାୟତ ନିର୍ବାଚନ ଓ ଦଳୀୟ ଚିହ୍ନ

ରବିନାରାୟଣ ସାମଲ

 

ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ – ଏମିତି ତିନୋଟି ସ୍ତରକୁ ନେଇ ଆମ ରାଜ୍ୟରେ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟଙ୍କୁ ସାଧାରଣ ଭୋଟର ପ୍ରତ୍ୟକ୍ଷ ଭାବେ ନିର୍ବାଚିତ କରୁଥିବା ବେଳେ ପଞ୍ଚାୟତ ସମିତି ଓ ଜିଲା ପରିଷଦ ଅଧ୍ୟକ୍ଷ ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି। ଜିଲା ପରିଷଦ ସଭ୍ୟ ପାଇଁ ଦଳୀୟ ଚିହ୍ନକୁ ନେଇ ନିର୍ବାଚନ ହୁଏ, ବାକି ଅନ୍ୟ ସମସ୍ତ ପ୍ରାର୍ଥୀ ‘ସ୍ବାଧୀନ’ ଭାବେ ଲଢ଼ିଥାନ୍ତି। ଏହା ହେଉଛି ଆଇନଗତ ପ୍ରଥା। ମାତ୍ର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ୱାର୍ଡ ସଭ୍ୟଙ୍କଠାରୁ ଆରମ୍ଭ କରି ଜିଲା ପରିଷଦ ଅଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଦଳୀୟ ସମର୍ଥନରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥାନ୍ତି। ଯିଏ କୌଣସି ରାଜନୈତିକ ଦଳର ସମର୍ଥନ ଯୋଗାଡ଼ କରିବାରେ ବ୍ୟର୍ଥ ହୁଅନ୍ତି ସିଏ ନିଜକୁ ‘ସ୍ବାଧୀନ’ ବୋଲି ଘୋଷଣା କରିଥାନ୍ତି। ଏହି ‘ସ୍ବାଧୀନ’ ଶବ୍ଦର ଅର୍ଥ ସେମିତି କିଛି ନିର୍ଦ୍ଦିଷ୍ଟ ନ ଥାଏ। ଏଥିରେ ସନ୍ତୁଷ୍ଟ ରହିପାରନ୍ତି, ଅସନ୍ତୁଷ୍ଟ ରହିପାରନ୍ତି, ବିଦ୍ରୋହୀ ରହିପାରନ୍ତି, ନିର୍ଦ୍ଦଳୀୟ ରହିପାରନ୍ତି, ନିର୍ଦ୍ୱନ୍ଦ୍ୱୀୟ ରହିପାରନ୍ତି। ଏହିସବୁ ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଅନୁଯାୟୀ ଜିଲା ପରିଷଦ ସଭ୍ୟଙ୍କ ବ୍ୟତୀତ ଅନ୍ୟମାନଙ୍କୁ ‘ସ୍ପାଧୀନ’ ବୋଲି ଘୋଷଣା କରିବା ଧର୍ମକୁ ଆଖିଠାର ଛଡ଼ା ଅନ୍ୟ କିଛି ନୁହେଁ। ଯେଉଁ ବିଜ୍ଞ ବ୍ୟକ୍ତିମାନେ ଏପରି ଏକ ଅବାସ୍ତବ ଆଇନ ପ୍ରଣୟନ କରିବାରେ ଅଗ୍ର ଭୂମିକା ନିଭାଇଛନ୍ତି ସେମାନଙ୍କ ବାସ୍ତବ ଅଭିଜ୍ଞତାକୁ ନେଇ ଏଠାରେ ପ୍ରଶ୍ନ କରାଯାଇପାରେ।
ଆମ ଗ୍ରାମପଞ୍ଚାୟତ ଆଇନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆସନ ସଂରକ୍ଷଣରେ ବଦଳି ପ୍ରଥା। ଏହା ଦ୍ୱାରା ପ୍ରାୟ ସବୁ ବର୍ଗର ପ୍ରାର୍ଥୀ ଅଦଳ ବଦଳ ହୋଇ ନିର୍ବାଚିତ ହୋଇଥାନ୍ତି। ଫଳରେ ଏଥର ଯିଏ ସରପଞ୍ଚ ବା ସମିତି ସଭ୍ୟ ହେବେ ଆର ଥରକୁ ସେ ଆଉ ହୋଇପାରିବେ ନାହିଁ। କାରଣ ଆସନଟି ପୁରୁଷ ଥିଲେ ମହିଳା ହେବ, ସାଧାରଣବର୍ଗ ଥିଲେ ତଫସିଲଭୁକ୍ତ ହେବ, ସଂରକ୍ଷିତ ଥିଲେ ଅଣସଂରକ୍ଷିତ ହେବ ଇତ୍ୟାଦି। ଜଣେ ବ୍ୟକ୍ତି ଯେତେ ଦକ୍ଷ ଥିଲେ ବି, ସମାଜ ପାଇଁ ଯେତେ ପ୍ରତିବଦ୍ଧ ଥିଲେ ବି, ସାଧାରଣ ଲୋକେ ତାଙ୍କୁ ଯେତେ ସମର୍ଥନ କରୁଥିଲେ ବି ସେ ପୁନର୍ବାର ପ୍ରାର୍ଥୀ ହୋଇପାରିବେ ନାହିଁ। ଅନ୍ୟ ପକ୍ଷରେ ପ୍ରତିନିଧି ଜଣକ ‘ସ୍ବାଧୀନ’ ହୋଇଥିବାରୁ ସେ ଯେତେ ଦୁର୍ନୀତି କରିଥିଲେ ବି ତାଙ୍କର ଅପକର୍ମ ପାଇଁ ସେ ନିଜେ ହିଁ କେବଳ ଦାୟୀ ରହିବେ, କୌଣସି ରାଜନୈତିକ ଦଳର ଉତ୍ତରଦାୟିତ୍ୱ ରହିବ ନାହିଁ। ଏହା ହେଉଛି ଗ୍ରାମପଞ୍ଚାୟତ ଆଇନର ଏକ ଅନ୍ଧକାର ଦିଗ।
ପଞ୍ଚାୟତିରାଜ ପରକଳ୍ପନାରେ ଦୁଇଟି ଲକ୍ଷ୍ୟ ଥିଲା। ପ୍ରଥମରେ ପଞ୍ଚାୟତର ଅର୍ଥନୈତିକ ବିକାଶ ଏବଂ ଦ୍ୱିତୀୟରେ ସମସ୍ତଙ୍କୁ ସାମାଜିକ ନ୍ୟାୟ ପ୍ରଦାନ। ସମ୍ବିଧାନର ୭୩ ତମ ସଂଶୋଧନ କରାଯାଇ ପଞ୍ଚାୟତ ହାତକୁ ଏହି କ୍ଷମତା ଦିଆଯାଇଛି। ଗ୍ରାମସଭାର ନିଷ୍ପତ୍ତିକ୍ରମେ ପଞ୍ଚାୟତର ଯେ କୌଣସି କାର୍ଯ୍ୟ କରାଯିବାକୁ ଆଇନରେ ବ୍ୟବସ୍ଥା ରହିଛି। ମାତ୍ର ବାସ୍ତବରେ ହୋଇଛି କ’ଣ? ଅର୍ଥନୈତିକ ବିକାଶ ନାଁରେ ଗାଁ ଗଣ୍ଡାରେ ରାସ୍ତାଘାଟ, ପୋଖରୀ, ପାଇଖାନା ଭଳି କିଛି କାମ କରାଯାଇଛି। ଟଙ୍କାରୁ ଚାରିଅଣା ଖର୍ଚ୍ଚ କରାଯାଇ ବାକିତକ ଚଳୁ କରାଯାଇଛି। କେତେକ ସ୍ଥାନରେ ରାସ୍ତାଘାଟ, ପାନୀୟ ଜଳ ଓ ବିଦ୍ୟୁତ୍‌ ଯୋଗାଣରେ ସରକାରୀ ଉଦାସୀନତା ପ୍ରତିବାଦରେ ସାଧାରଣ ଜନତା ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପଞ୍ଚାୟତିରାଜ ବ୍ୟବସ୍ଥାରେ ଥିବା ଅବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରତି ଦଳୀୟ ସ୍ବୀକୃତି ଥାଏ, ମାତ୍ର ଦଳୀୟ ଟିକଟ ନ ଥାଏ କି ଦଳୀୟ ଚିହ୍ନକୁ ନେଇ ଭୋଟ ହୁଏ ନାହିଁ। ଭୋଟରଙ୍କୁ ଠକିବାକୁ ଏହା ଏକ ଛଦ୍ମ ବ୍ୟବସ୍ଥା! ଦଳୀୟ ଚିହ୍ନକୁ ନେଇ ନିର୍ବାଚନ ହେଲେ ଦଳର ନୀତି ଆଦର୍ଶ ଅନୁଯାୟୀ ସମ୍ପୃକ୍ତ ଦଳର ଉତ୍ତରଦାୟିତ୍ୱ ରହିବ, ମାତ୍ର ଦଳୀୟ ଚିହ୍ନ ନ ରହିଲେ ପରଦା ପଛରେ ମୁହଁ ଲୁଚାଇ ଖସିଯିବାକୁ ସୁଯୋଗ ମିଳିବ। ସମ୍ଭବତଃ ଏଥି ପାଇଁ ଆମ ଆଇନପ୍ରଣେତାମାନେ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନକୁ ନେଇ ଭୋଟ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି!
ସଂସଦ ଓ ବିଧାନସଭା ପରି ପୌର- ପଞ୍ଚାୟତ ଆଦି ଗୋଟିଏ ଗୋଟିଏ ରାଜନୈତିକ ପ୍ରତିଷ୍ଠାନ। ଏଠି ନିର୍ବାଚିତ ପ୍ରତିନିଧିମାନେ ନିଜର ପାଞ୍ଚ ବର୍ଷ ଅବଧି ମଧ୍ୟରେ ସରକାରୀ ଯୋଜନାର ସଫଳ ରୂପାୟନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି। ପ୍ରତିନିଧିମାନଙ୍କୁ ବାଦ୍‌ ଦେଇ ଯୋଜନାର କାର୍ଯ୍ୟକାରିତା କଥା ଆଦୌ ଚିନ୍ତା କରାଯାଇ ପାରେନା। ତେଣୁ ପଞ୍ଚାୟତର ପ୍ରତିନିଧିମାନଙ୍କୁ ‘ସ୍ବାଧୀନ’ ବୋଲି ବିବେଚନା କରିବା ଆମ ଗଣତାନ୍ତ୍ରିକ ପଦ୍ଧତିର ପରିପନ୍ଥୀ ବୋଲି କହିଲେ ଅସମୀଚୀନ ହେବ ନାହିଁ। ଅନ୍ୟ ପକ୍ଷରେ ଆମ ପଞ୍ଚାୟତି ବ୍ୟବସ୍ଥା ଭିତରେ ୱାର୍ଡସଭ୍ୟ ପଦବୀକୁ ଅତ୍ୟନ୍ତ ନୂ୍ୟନ କରି ବିଚାର କରାଯାଇଥାଏ। ମାତ୍ର ଗ୍ରାମ ବା ୱାର୍ଡର ସାଧାରଣ ଲୋକ ଓ ସେମାନଙ୍କ ସମସ୍ୟା ସହିତ ୱାର୍ଡ ସଭ୍ୟମାନେ ଯେପରି ଜଡ଼ିତ ଅନ୍ୟ କୌଣସି ପ୍ରତିନିଧିଙ୍କ କ୍ଷେତ୍ରରେ ତାହା ପରିଲକ୍ଷିତ ହୁଏ ନାହିଁ। ତେଣୁ ସରପଞ୍ଚ, ସମିତି ସଭ୍ୟ, ଚେୟାରମ୍ୟାନ୍‌ ଓ ଜିଲା ପରିଷଦର କାର୍ଯ୍ୟକର୍ତ୍ତାଙ୍କ ଭଳି ୱାର୍ଡସଭ୍ୟଙ୍କର ଗୁରୁତ୍ୱ ଯଥେଷ୍ଟ ଅଧିକ। ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ୱାର୍ଡ଼ସଭ୍ୟମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ ଏବଂ ନିର୍ବାଚନଟି ଦଳୀୟ ଚିହ୍ନକୁ ନେଇ ହୋଇଥାଏ। ନେତାଙ୍କ ମନ୍ତବ୍ୟ ‘ଯିଏ ଜିତିବ, ଆମର’ – ପଞ୍ଚାୟତ ନିର୍ବାଚନରେ ବେଶ୍‌ ଗୁରତ୍ୱ ବହନ କରେ। ଆଜି ଯିଏ ସରପଞ୍ଚ କି ସମିତି ସଭ୍ୟ ରୂପେ ନିର୍ବାଚିତ ହୋଇଥାନ୍ତି , ବର୍ଷ ନ ପୂରୁଣୁ ସେମାନଙ୍କୁ ଶାସକ ଗୋଷ୍ଠୀର ଛତା ତଳେ ଦେଖିବାକୁ ମିଳେ। ଦଳୀୟ ଚିହ୍ନକୁ ନେଇ ଭୋଟ ହେଉ ନ ଥିବାରୁ ଆମ ପ୍ରତିନିଧିମାନଙ୍କୁ ଦଳବଦଳ କରିବାକୁ ବେଶ୍‌ ସୁହାଏ। ଶାସକ ଦଳ ମଧ୍ୟ ଗୋଳିଆ ପାଣିରୁ ମାଛ ମାରିବାକୁ ଅପେକ୍ଷା କରି ସୁଯୋଗ ନେଇଥାଏ।
ସୁତରାଂ ଆମ ଗ୍ରାମ ପଞ୍ଚାୟତ ଆଇନ୍‌ରେ ସଂଶୋଧନ ଆଣି ୱାର୍ଡ଼ସଭ୍ୟଙ୍କଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ନିର୍ବାଚନ ଦଳୀୟ ଚିହ୍ନ ଓ ଦଳୀୟ ଇସ୍ତାହାର ଭିତ୍ତିରେ ହେଲେ ଛଦ୍ମବେଶୀ ‘ସ୍ବାଧୀନ’ମାନେ ପରଦା ଆଢ଼ୁଆଳରେ ରହିବାର ସୁଯୋଗ ପାଇବେ ନାହିଁ, ପରୋକ୍ଷ ନିର୍ବାଚନରେ ଘୋଡ଼ା ବେପାର ହେବ ନାହିଁ ଓ ପଞ୍ଚାୟତ ସଂସ୍ଥାଟି ଦୁର୍ନୀତିର ପୀଠସ୍ଥଳ ହେବ ନାହିଁ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri