ୱାର୍ଡ ମେମ୍ୱରଙ୍କ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ମାସକୁ କେତେ ଟଙ୍କା ଦରମା ମିଳେ? ସତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୧୧: ରାଜସ୍ଥାନର ୩୭ଟି ଜିଲାରେ ହୋଇଥିବା ପଞ୍ଚାୟତିରାଜ ନିର୍ୱାଚନ ୨୦୨୬ର ଫଳାଫଳ ରାଜ୍ୟ ରାଜନୀତିରେ ହଲଚଲ ବଢ଼ାଇ ଦେଇଛି। ରାଜ୍ୟ ନିର୍ୱାଚନ ଆୟୋଗଙ୍କ ତାଜା ତଥ୍ୟ ଅନୁଯାୟୀ, ଏହି ଗ୍ରାମୀଣ ନିର୍ୱାଚନରେ କଂଗ୍ରେସ ଶାସକ ଭାଜପାକୁ ପଛରେ ପକାଇ ବଡ଼ ବିଜୟ ହାସଲ କରିଛି। ଜିଲ୍ଲା ପରିଷଦର ୧,୨୭୧ଟି ଆସନ ମଧ୍ୟରୁ କଂଗ୍ରେସ ୭୯୪ଟି ଆସନରେ କବଜା କରିଥିବା ବେଳେ ଭାଜପା ୩୫୭ଟି ଆସନରେ ସୀମିତ ରହିଛି।

ଏହି ର୍ନିବାଚନୀ ଉତ୍ସାହ ମଧ୍ୟରେ ସାଧାରଣ ଲୋକଙ୍କ ମନରେ ନିଶ୍ଚିତ ଭାବେ ଏହି ପ୍ରଶ୍ନ ଉଠୁଥିବ ଯେ ର୍ନିବାଚନ ଜିତି ଆସୁଥିବା ପଞ୍ଚାୟତ ସଦସ୍ୟ, ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଶେଷରେ କେତେ ଦରମା ମିଳେ ଏବଂ ସେମାନଙ୍କର କାର୍ଯ୍ୟକାଳ କିପରି ହୋଇଥାଏ।

ପଞ୍ଚାୟତିରାଜ ବ୍ୟବସ୍ଥାରେ ର୍ନିବାଚିତ ଜନପ୍ରତିନିଧିମାନଙ୍କୁ ସରକାରୀ କର୍ମଚାରୀଙ୍କ ଭଳି ନିୟମିତ ବେତନ ବା ଦରମା ଦିଆଯାଏ ନାହିଁ। ଏହା ବଦଳରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ମାସିକ ସମ୍ମାନଜନକ ଭତ୍ତା (Honorarium) ଏବଂ ବୈଠକରେ ସାମିଲ ହେବା ପାଇଁ ବୈଠକ ଭତ୍ତା ଦିଆଯାଏ। ରାଜସ୍ଥାନ ସରକାରଙ୍କ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ବିଭାଗର ନିୟମ ଅନୁଯାୟୀ, ୧ ଏପ୍ରିଲ ୨୦୨୬ରୁ ସଂଶୋଧିତ ନୂଆ ଦର ଲାଗୁ କରାଯାଇଛି, ଯେଉଁଥିରେ ପ୍ରମୁଖ ପଦବୀଗୁଡ଼ିକର ମାସିକ ଭତ୍ତାରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି।

ସରପଞ୍ଚ, ପ୍ରଧାନ ଏବଂ ଜିଲ୍ଲା ପ୍ରମୁଖଙ୍କ ମାସିକ ଭତ୍ତା

ରାଜସ୍ଥାନରେ ପଞ୍ଚାୟତର ପ୍ରମୁଖ ପଦବୀରେ ଥିବା ଜନପ୍ରତିନିଧିମାନଙ୍କୁ ପ୍ରତି ମାସରେ ଏକ ର୍ନିଦ୍ଦିଷ୍ଟ ଭତ୍ତା ମିଳିଥାଏ:

ସରପଞ୍ଚ: ନୂଆ ଦର ଅନୁଯାୟୀ, ଗ୍ରାମ ପଞ୍ଚାୟତର ମୁଖିଆ ଅର୍ଥାତ ସରପଞ୍ଚଙ୍କୁ ଏବେ ମାସିକ ୭,୩୪୭ ଟଙ୍କା ଭତ୍ତା ଦିଆଯାଉଛି, ଯାହା ପୂର୍ୱରୁ ୬,୬୭୯ ଟଙ୍କା ଥିଲା।
ପଞ୍ଚାୟତ ସମିତି ପ୍ରଧାନ: ବ୍ଲକ ସ୍ତରରେ ପଞ୍ଚାୟତ ସମିତିର ପ୍ରଧାନଙ୍କୁ ମାସିକ ୧୨,୮୫୮ ଟଙ୍କା ଭତ୍ତା ମିଳିଥାଏ।
ଜିଲ୍ଲା ପ୍ରମୁଖ: ଜିଲ୍ଲାର ସବୁଠାରୁ ବଡ଼ ଗ୍ରାମୀଣ ୟୁନିଟ୍ର ମୁଖିଆ ଅର୍ଥାତ୍ ଜିଲ୍ଲା ପ୍ରମୁଖଙ୍କୁ ପ୍ରତି ମାସରେ ୧୮,୩୬୮ ଟଙ୍କା ଭତ୍ତା ରାଜ୍ୟ ଅର୍ଥ ଆୟୋଗଙ୍କ ଅନୁଦାନରୁ ଦିଆଯାଏ।

ୱାର୍ଡମେମ୍ୱର ଏବଂ ଅନ୍ୟ ସଦସ୍ୟଙ୍କୁ ମିଳେ ବୈଠକ ଭତ୍ତା

ସରପଞ୍ଚ, ପ୍ରଧାନ ଏବଂ ଜିଲ୍ଲା ପ୍ରମୁଖଙ୍କ ବ୍ୟତୀତ ଅନ୍ୟ ର୍ନିବାଚିତ ସଦସ୍ୟମାନଙ୍କୁ କୌଣସି ର୍ନିଦ୍ଧାରିତ ମାସିକ ବେତନ ମିଳେ ନାହିଁ, ବରଂ ସେମାନଙ୍କୁ ପଞ୍ଚାୟତର ବୈଠକରେ ଅଂଶଗ୍ରହଣ କଲେ ପ୍ରତି ବୈଠକ ପିଛା ଭତ୍ତା ଦିଆଯାଏ:

ୱାର୍ଡମେମ୍ୱର: ପ୍ରତି ବୈଠକ ପିଛା ୨୭୬ ଟଙ୍କା ଭତ୍ତା ମିଳେ।
ପଞ୍ଚାୟତ ସମିତି ସଦସ୍ୟ:ପ୍ରତି ବୈଠକ ପିଛା ୪୮୩ ଟଙ୍କା ଦିଆଯାଏ।
ଜିଲ୍ଲା ପରିଷଦ ସଦସ୍ୟ: ପ୍ରତି ବୈଠକ ପିଛା ୬୯୦ ଟଙ୍କା ମିଳିଥାଏ।

ଏହାବ୍ୟତୀତ ଉପସରପଞ୍ଚ, ଉପପ୍ରଧାନ ଏବଂ ଉପଜିଲ୍ଲା ପ୍ରମୁଖ ପଦବୀ ପାଇଁ ସରକାରଙ୍କ ପକ୍ଷରୁ ଅଲଗା କୌଣସି ମାସିକ ଭତ୍ତାର ବ୍ୟବସ୍ଥା ନାହିଁ।

କିପରି ହୋଇଥାଏ ପଞ୍ଚାୟତ ସଦସ୍ୟଙ୍କ କାର୍ଯ୍ୟକାଳ?

ଭାରତୀୟ ସମ୍ୱିଧାନର ୭୩ତମ ସଂଶୋଧନ ଏବଂ ରାଜସ୍ଥାନ ପଞ୍ଚାୟତିରାଜ ଅଧିନିୟମ, ୧୯୯୪ ଅନୁଯାୟୀ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦର କାର୍ଯ୍ୟକାଳ ୫ ବର୍ଷ ହୋଇଥାଏ। ଏହି ପାଞ୍ଚ ବର୍ଷର ଅବଧି ସମ୍ପୃକ୍ତ ପଞ୍ଚାୟତିରାଜ ସଂସ୍ଥାର ପ୍ରଥମ ବୈଠକ ତାରିଖରୁ ଗଣନା କରାଯାଏ। ର୍ନିବାଚିତ ସମସ୍ତ ସଦସ୍ୟ ଏବଂ ଅଧ୍ୟକ୍ଷ ସଂସ୍ଥାର କାର୍ଯ୍ୟକାଳ ପର୍ଯ୍ୟନ୍ତ ନିଜ ପଦରେ ରହିଥାନ୍ତି, ତେବେ ଏହା ପୂର୍ୱରୁ ସେମାନେ ଚାହିଁଲେ ଲିଖିତ ଭାବେ ନିଜର ଇସ୍ତଫା ଦେଇପାରିବେ।

ନିୟମ ଅନୁଯାୟୀ, କୌଣସି ପଞ୍ଚାୟତର ୫ ବର୍ଷର କାର୍ଯ୍ୟକାଳ ପୂରଣ ହେବା ପୂର୍ୱରୁ ହିଁ ପରବର୍ତ୍ତୀ ର୍ନିବାଚନ କରାଇବା ବାଧ୍ୟତାମୂଳକ ଅଟେ। ଯଦି କୌଣସି ବିଶେଷ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଚାୟତକୁ ସମୟ ପୂର୍ୱରୁ ଭଙ୍ଗ କରିଦିଆଯାଏ, ତେବେ ଭଙ୍ଗ ହେବା ତାରିଖରୁ ୬ ମାସ ମଧ୍ୟରେ ନୂଆ ର୍ନିବାଚନ କରାଇବା ଜରୁରୀ। ପଞ୍ଚାୟତିରାଜ ବ୍ୟବସ୍ଥାରେ ର୍ନିବାଚନ ଲଢ଼ିବା ପାଇଁ ପ୍ରାର୍ଥୀଙ୍କ ସର୍ୱନିମ୍ନ ବୟସ ୨୧ ବର୍ଷ ହେବା ବାଧ୍ୟତାମୂଳକ ଏବଂ ସମସ୍ତ ସ୍ତରରେ ଅନୁସୂଚିତ ଜାତି, ଜନଜାତି ତଥା ମହିଳାମାନଙ୍କ ପାଇଁ ଆସନ ସଂରକ୍ଷିତ ରହିଥାଏ।

Share