ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା

ମୋରଡ଼ା,୯ା୯(ସ୍ମାରକ ମାଜୀ): କଥା କଟାକଟି ଓ ହୋହଲ୍ଲା ମଧ୍ୟରେ ମୋରଡ଼ା ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପୀଥନାଥ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ବିଡିଓ ଜୟକୃଷ୍ଣ ପାତ୍ର ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ରାଜକିଶୋର ଦାସ, ସହକାରୀ ଯନ୍ତ୍ରୀ ମୋତିଲାଲ ତୁଙ୍ଗ,ଉପାଧ୍ୟକ୍ଷା ଜେମାମଣି ମହାନ୍ତ, ଜିଲା ପରିଷଦ ସଭ୍ୟା ମିନାକ୍ଷୀ ସୋରେନ, ଜିଲା ପରିଷଦ ସଭ୍ୟ ଅଭିରାମ ଭୋଇ, ଏମ୍‌ପିଙ୍କ ପ୍ରତିନିଧୀ ନଗେନ୍ଦ୍ରନାଥ ନାଏକ, ଜିପିଇଓ ରୁପେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ଆରମ୍ଭରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ବାଦ ବିବାଦ ଉପୁଜିଥିଲା। ବ୍ଲକ ଅଧୀନ ୨୦ଟି ପଞ୍ଚାୟତର ସରପଞ୍ଚ ବିଭିନ୍ନ ଦାବି ନେଇ ବିଡିଓଙ୍କୁ ଦାବିପତ୍ର ଦେବା ସହ ବୈଠକ ବର୍ଜନ କରିଥିଲେ। ସରପଞ୍ଚମାନଙ୍କଠୁ ଦାୟିତ୍ୱ ଛିନ୍ନ କରାଯାଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ ବୋଲି ସରପଞ୍ଚ ସଂଘର ସଭାପତି ରବି ସିଂ ଅଭିଯୋଗ କରିଥିଲେ। ସେହିପରି ୮ ମାସ ପରେ ବୈଠକ ହୋଇଥିବାରୁ ସମିତି ସଭ୍ୟାସଭ୍ୟମାନେ ମଧ୍ୟ ବୈଠକ ବର୍ଜନ କରିଥିଲେ। ତେବେ ବୁଝାଶୁଝା ପରେ ସମିତି ସଭ୍ୟମାନେ କିଛି ସମୟ ପାଇଁ ବୈଠକକୁ ଆସିଥିଲେ। ଉନ୍ନୟନମୂଳକ କାର୍ଯ୍ୟ ଚୟନକୁ ନେଇ ବିଧାୟକ ଦାସଙ୍କ ସହିତ ସମିତି ସଭ୍ୟାସଭ୍ୟମାନଙ୍କ କଥା କଟାକଟି ହୋଇଥିଲା। ଯାହାକୁ ନେଇ ବିଧାୟକ କ୍ଷୁବ୍ଧ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଆଗକୁ କାର୍ଯ୍ୟ ଚୟନ ବେଳେ ସମିତି ସଭ୍ୟାସଭ୍ୟଙ୍କ ମତାମତ ନିଆଯିବ ବୋଲି ବିଧାୟକ କହିଥିଲେ ମଧ୍ୟ ସମିତି ସଭ୍ୟାସଭ୍ୟ ଯିଦ୍‌ରେ ଅଟଳ ରହିଥିଲେ। ସମିତି ସଭ୍ୟ ଲକ୍ଷ୍ମୀଧର ମାର୍ଣ୍ଡି ବିଧାୟକ ଦାସଙ୍କୁ କେବଳ ଜଣେ ସମ୍ମାନିତ ଅତିଥିଭାବରେ ସୀମିତ ରହିବାକୁ କହି କଡ଼ା ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା। ତେବେ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ହାତେଇ ଥିଲେ ମଧ୍ୟ ବିଧାୟକ ଦାସଙ୍କ ପ୍ରତି ଜନପ୍ରତିନିଧିଙ୍କ ସମର୍ଥନ କମୁଥିବା ଏହି ବୈଠକରେ ପ୍ରତୀୟମାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri