ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା

ମୋରଡ଼ା,୯ା୯(ସ୍ମାରକ ମାଜୀ): କଥା କଟାକଟି ଓ ହୋହଲ୍ଲା ମଧ୍ୟରେ ମୋରଡ଼ା ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପୀଥନାଥ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ବିଡିଓ ଜୟକୃଷ୍ଣ ପାତ୍ର ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ରାଜକିଶୋର ଦାସ, ସହକାରୀ ଯନ୍ତ୍ରୀ ମୋତିଲାଲ ତୁଙ୍ଗ,ଉପାଧ୍ୟକ୍ଷା ଜେମାମଣି ମହାନ୍ତ, ଜିଲା ପରିଷଦ ସଭ୍ୟା ମିନାକ୍ଷୀ ସୋରେନ, ଜିଲା ପରିଷଦ ସଭ୍ୟ ଅଭିରାମ ଭୋଇ, ଏମ୍‌ପିଙ୍କ ପ୍ରତିନିଧୀ ନଗେନ୍ଦ୍ରନାଥ ନାଏକ, ଜିପିଇଓ ରୁପେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ଆରମ୍ଭରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ବାଦ ବିବାଦ ଉପୁଜିଥିଲା। ବ୍ଲକ ଅଧୀନ ୨୦ଟି ପଞ୍ଚାୟତର ସରପଞ୍ଚ ବିଭିନ୍ନ ଦାବି ନେଇ ବିଡିଓଙ୍କୁ ଦାବିପତ୍ର ଦେବା ସହ ବୈଠକ ବର୍ଜନ କରିଥିଲେ। ସରପଞ୍ଚମାନଙ୍କଠୁ ଦାୟିତ୍ୱ ଛିନ୍ନ କରାଯାଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ ବୋଲି ସରପଞ୍ଚ ସଂଘର ସଭାପତି ରବି ସିଂ ଅଭିଯୋଗ କରିଥିଲେ। ସେହିପରି ୮ ମାସ ପରେ ବୈଠକ ହୋଇଥିବାରୁ ସମିତି ସଭ୍ୟାସଭ୍ୟମାନେ ମଧ୍ୟ ବୈଠକ ବର୍ଜନ କରିଥିଲେ। ତେବେ ବୁଝାଶୁଝା ପରେ ସମିତି ସଭ୍ୟମାନେ କିଛି ସମୟ ପାଇଁ ବୈଠକକୁ ଆସିଥିଲେ। ଉନ୍ନୟନମୂଳକ କାର୍ଯ୍ୟ ଚୟନକୁ ନେଇ ବିଧାୟକ ଦାସଙ୍କ ସହିତ ସମିତି ସଭ୍ୟାସଭ୍ୟମାନଙ୍କ କଥା କଟାକଟି ହୋଇଥିଲା। ଯାହାକୁ ନେଇ ବିଧାୟକ କ୍ଷୁବ୍ଧ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଆଗକୁ କାର୍ଯ୍ୟ ଚୟନ ବେଳେ ସମିତି ସଭ୍ୟାସଭ୍ୟଙ୍କ ମତାମତ ନିଆଯିବ ବୋଲି ବିଧାୟକ କହିଥିଲେ ମଧ୍ୟ ସମିତି ସଭ୍ୟାସଭ୍ୟ ଯିଦ୍‌ରେ ଅଟଳ ରହିଥିଲେ। ସମିତି ସଭ୍ୟ ଲକ୍ଷ୍ମୀଧର ମାର୍ଣ୍ଡି ବିଧାୟକ ଦାସଙ୍କୁ କେବଳ ଜଣେ ସମ୍ମାନିତ ଅତିଥିଭାବରେ ସୀମିତ ରହିବାକୁ କହି କଡ଼ା ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା। ତେବେ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ହାତେଇ ଥିଲେ ମଧ୍ୟ ବିଧାୟକ ଦାସଙ୍କ ପ୍ରତି ଜନପ୍ରତିନିଧିଙ୍କ ସମର୍ଥନ କମୁଥିବା ଏହି ବୈଠକରେ ପ୍ରତୀୟମାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

ଟ୍ରେଡ୍‌ ନୁହେଁ, ଟ୍ରାପ୍‌ ଡିଲ୍‌: କଂଗ୍ରେସ

ନୂଆଦିଲ୍ଲୀ,୭ା୨: ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା, ପୂର୍ବତନ ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେଙ୍କ ଅପ୍ରକାଶିତ ପୁସ୍ତକର ବିବାଦୀୟ ପ୍ରସଙ୍ଗ ଏବଂ ବିରୋଧୀ ଦଳର ୮ ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ…

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଢାଞ୍ଚା ପ୍ରକାଶିତ, କୃଷକ, ମତ୍ସ୍ୟଜୀବୀଙ୍କ ପାଇଁ…

ନୂଆଦିଲ୍ଲୀ,୭।୨: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏବେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯାଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ…

ନାବାଳିକାଙ୍କୁ କୁରକୁରି, ଚକଲେଟ ଦେଖାଇ ଏକ ନିଛାଟିଆ ସ୍ଥାନକୁ ଡାକିନେଲେ ବୃଦ୍ଧ, ତା’ପରେ…

ଖୁଣ୍ଟୁଣୀ,୭l୨(ସଚ୍ଚିଦାନନ୍ଦ ପଣ୍ଡା): ଜଣେ ନାବାଳିକା ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୋଲିସ ଶୁକ୍ରବାର ରାଧାଦାମୋଦରପୁର (କଣ୍ଟାବନ୍ଧ) ଗ୍ରାମର ଗଗନ ବିହାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri