ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’

ଭୁବନେଶ୍ୱର,୨୧ା୧୨(ସୁଚିସ୍ମିତା ସାହୁ): ରାଜ୍ୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥାର ନବୀକରଣ କରାଯିବ। ବଦଳିବ ‘ମୋ ସ୍କୁଲ ଅଭିଯାନ’ ନାଁ। ଖୁବ୍‌ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’। ଏ ନେଇ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା ପାଇଁ ରହିଥିବା ବିଭିନ୍ନ ଆହ୍ବାନର ମୁକାବିଲା ଲାଗି ଏକ ମଜଭୁତ ତଥା ଉଦ୍ୟୋଗୀ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ନବୀକରଣର ପରିକଳ୍ପନା କରିଛନ୍ତି। ଏହି ଯୋଜନା ଅଧୀନରେ ସ୍କୁଲ ନିର୍ମାଣ, ଶିକ୍ଷାର ମାନ ବୃଦ୍ଧି ଏବଂ ସାମାଜିକ ଯୋଗଦାନ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଏହି ବିଶାଳ ଅଭିଯାନରେ ପୂର୍ବତନ ଛାତ୍ର, ପୂର୍ବତନ ଛାତ୍ର ସଂଘ, ଶିକ୍ଷାନୁଷ୍ଠାନ, ସାମାଜିକ ସଂସ୍ଥା, କମ୍ପାନୀ, ସଂଗଠନ, ସିଆର୍‌ଏସ୍‌ କର୍ମୀ, ସାମାଜିକ କର୍ମୀ ଓ ଅନ୍ୟମାନଙ୍କୁ ସାମିଲ କରାଯିବ। ରାଜ୍ୟରେ ଶିକ୍ଷାର ବିକାଶ ଲାଗି ପାଣ୍ଠି, ସାମଗ୍ରୀ ଏବଂ ସେବା ପ୍ରଦାନ ନେଇ ଏମାନଙ୍କୁ ଏକ ମଞ୍ଚ ପ୍ରଦାନ କରାଯିବ। ଭବିଷ୍ୟତ ପିଢିକୁ ସୃଜନଶୀଳ ଉଦ୍ଭାବନକାରୀ, ଗବେଷଣାକାରୀ, ଉଦ୍ୟୋଗୀ କରି ଗଢି ତୋଳିବାର ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିଲାଗି ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ (ଏମ୍‌ଏସ୍‌ଏପିଏସ୍‌)କୁ ପଞ୍ଚସଖା ଶିକ୍ଷା ସେତୁ (ପିଏସ୍‌ଏସ୍‌) ଭାବେ ପୁନଃନାମିତ କରାଯିବ। ପିଏସ୍‌ଏସ୍‌ ନୂତନ ଶିକ୍ଷା ଯୋଜନାର କାର୍ଯ୍ୟକାରୀ ସଂସ୍ଥା ଭାବେ କାମ କରିବ। ରାଜ୍ୟ ମୁଖ୍ୟ ଶାସନ ସଚିବ ଏହାର ମୁଖ୍ୟ ରହିବେ। ଜିଲା ତଥା ରାଜ୍ୟସ୍ତରରେ ଯୋଜନାର କାଯର୍ର୍‌ୟକାରିତା ନେଇ ଯଥାକ୍ରମେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ କମିଟି ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ପାଣ୍ଠି ପ୍ରଦାନ କରିବେ। ଏଥିସହିତ ହଷ୍ଟେଲ, ଲ୍ୟାବ, ଲାଇବ୍ରେରି, ଇଣ୍ଟରନେଟ, ଶ୍ରେଣୀଗୃହ, ଆସବାବପତ୍ର, ଶୌଚାଳୟ ପ୍ରଭୃତି ନିର୍ମାଣ ସହିତ ଭିତ୍ତିଭୂମିର ବିକାଶ ଭଳି ବିଭିନ୍ନ କାମ ପାଇଁ ଭିନ୍ନଭିନ୍ନ ସୂତ୍ରରୁ ଦାନ ଆକାରରରେ ମଧ୍ୟ ପାଣ୍ଠି ମଧ୍ୟ ଗ୍ରହଣ କରାଯିବ। ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ଅଧିକାରୀ ତଥା କର୍ମଚାରୀ ନିଯୁକ୍ତ ହେବେ। ଯୋଜନା ସମ୍ବନ୍ଧୀୟ ସମସ୍ତ ଦୈନନ୍ଦିନ ବ୍ୟାପାର ପରିଚାଳନା ନିମନ୍ତେ ଏକ କାର୍ଯ୍ୟନିର୍ବାହୀ ସଂଗଠନ ରହିବ। ଏହାକୁ ସହଯୋଗ କରିବା ଲାଗି ଏକ ଗଭର୍ଣ୍ଣିଂବଡି ଏବଂ ଏକ ପରାମର୍ଶଦାତା ବୋର୍ଡ ରହିବ। କଳା, ସଂସ୍କୃତି, ଡିଜାଇନ, ଆଡ୍‌ଭର୍ଟାଇଜିଂ, ଫିଲ୍ମ ନିର୍ମାତା, ସାହିତି୍ୟକ, ବିଜ୍ଞାନ ଓ କ୍ରୀଡା କ୍ଷେତ୍ରର ବିଚାରବନ୍ତ ନେତା, ବିଶିଷ୍ଟ ଶିକ୍ଷାବିତ୍‌, ବୈଜ୍ଞାନିକ ଏବଂ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏଥିରେ ସଦସ୍ୟ ରହିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri