Categories: ଫୁରସତ

ଗୋଟିଏ ଦିନରେ ତିଆରି କଲେ ଏତିକି ପ୍ୟାନ୍‌କେକ୍‌, ଗିନିଜ ବୁକ୍‌ରେ କଲେ ରେକର୍ଡ

ଆମେରିକାର ଲୋଓ୍ବା ସହରରେ ଏମିତି ପ୍ୟାନ୍‌ କେକ୍‌ ତିଆରି କରାଯାଇଛି, ଯେଉଁଥିପାଇଁ ଗିନିଜ ବୁକ୍‌ରେ ରେକର୍ଡ ସୃଷ୍ଟି ହୋଇଛି। ସହରରେ ବାର୍ଷିକ ପ୍ୟାନ୍‌କେକ୍‌ ଦିବସ ସମାରୋହରେ ପ୍ରାୟ ୧୪,୨୮୦ ପ୍ୟାନ୍‌କେକ୍‌ କରି ପରଷିଛନ୍ତି। ଏଥିପାଇଁ ସମସ୍ତ ସାମଗ୍ରୀ ଦାନ କରିଥିଲେ ଚେନ୍‌-ହାଇ-ଓ୍ବି।

ସମାରୋହର ଆୟୋଜକ କହିଛନ୍ତି, ୨,୪୦୦ ପାଉଣ୍ଡ ପ୍ୟାନ୍‌କେକ୍‌ କରାଯାଇଥିଲା। ଏହା ପୂର୍ବରୁ ଜୁନ୍‌ରେ ବ୍ଲୁ ସ୍ପ୍ରିଙ୍ଗ୍‌ସ ୧୩୦୦୦ ପ୍ୟାନ୍‌ କେକ୍‌ ତିଆରି କରିଥିଲେ। କିନ୍ତୁ ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ସ୍ବୟଂସେବକ ଗୋଷ୍ଠୀ। ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୦୦ ଜଣ ସଦସ୍ୟ କାମରେ ଲାଗି ୧୪,୨୮୦ ପ୍ୟାନ୍‌କେକ୍‌ ତିଆରି କରି ରେକର୍ଡ କରିଛନ୍ତି। ପ୍ରତ୍ୟେକ ପ୍ୟାନ୍‌କେକ୍‌ର ନିର୍ଦ୍ଧାରିତ ଆକାର ଅତି କମ୍‌ରେ ୫ ଇଞ୍ଚ ଏବଂ ୩୯ ଇଞ୍ଚରୁ ଅଧିକ ମୋଟେଇ ହେବା ଆବଶ୍ୟକ। ଗିନିଜ୍‌ ବୁକ୍‌ରେ ରେକର୍ଡ କରିବା ପାଇଁ ଯେଉଁସବୁ ନୀତି ନିୟମ ରହିବା କଥା ତାହା ଏହି ସ୍ବୟଂସହାୟକ ଗୋଷ୍ଠୀ ପାଳନ କରିଥିବାରୁ ସଫଳତା ହାସଲ କରିଛନ୍ତି।

Share