Categories: ଜାତୀୟ

ଡ୍ରଗ୍ସ୍‌ ମାମଲାରେ ନିଶୁଆ ପାନବାଲା ଗିରଫ

ମୁମ୍ବାଇ,୧୨।୧: ଡ୍ରଗ୍ସ୍‌ ମାମଲାରେ ମୁମ୍ବାଇର ନିଶୁଆ ପାନବାଲା ରାମକୁମାର ତିଓ୍ବାରିଙ୍କୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ପାଖରୁ ଅଧା କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଖର ଅଞ୍ଚଳରେ ବାସ କରୁଥିବା ବ୍ରିଟେନ ନାଗରିକ କରନ ସଜନାନିଙ୍କୁ ସେ ଡ୍ରଗ୍ସ୍‌ ଯୋଗାଣ କରୁଥିବା ଅଭିଯୋଗ ହୋଇଛି। ସଜନାନି ଗୋଆ, କର୍ନାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମେଘାଳୟ ଆଦି ଅଞ୍ଚଳକୁ ଡ୍ରଗ୍ସ୍‌ ଚୋରା ଚାଲାଣ କରୁଥିବା ଏନ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି। ଏନ୍‌ସିବି ପକ୍ଷରୁ ଶୁକ୍ରବାରଠାରୁ ମୁମ୍ବାଇରେ କରାଯାଇଥିବା ଚଢ଼ାଉରେ ୨୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

Share