ପାମେଲାଙ୍କ ୫ମ ବିବାହ

ନୂଆଦିଲ୍ଲୀ,୨୯।୧: କାନାଡା-ଆମେରିକୀୟ ଅଭିନେତ୍ରୀ ତଥା ବଓ୍ବୋଚ୍‌ ଷ୍ଟାର ପାମେଲା ଆଣ୍ଡେରସନ ୫୩ ବର୍ଷ ବୟସରେ ପୁଣି ବିବାହ କରିଛନ୍ତି। ଏହା ତାଙ୍କର ୫ମ ବିବାହ। ଏଥର ନିଜ ବଡିଗାର୍ଡ ଡେନ୍‌ ହେହର୍ଷ୍ଟଙ୍କୁ ବାହା ହୋଇଥିବା ପାମେଲା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଯେଉଁସ୍ଥାନରେ ତାଙ୍କ ମାତାପିତା ବିବାହ କରିଥିଲେ ସେହିଠାରେ ହିଁ ତାଙ୍କର ବାହାଘର ଆୟୋଜନ ହୋଇଥିଲା। ସେ ନିଜ ମନ ପସନ୍ଦର ବ୍ୟକ୍ତିଙ୍କ ହାତ ଧରିଥିବା ସାକ୍ଷାତ୍‌କାର ସମୟରେ କହିଛନ୍ତି। ୨୦୨୦ ଆରମ୍ଭରେ ହଲିଉଡ ଫିଲ୍ମ ନିର୍ମାତା ଜନ୍‌ ପିଟର୍ସଙ୍କୁ ବାହା ହୋଇଥିଲେ। ହେଲେ ମାତ୍ର ୧୨ ଦିନ ପରେ ହିଁ ଉଭୟେ ଅଲଗା ହୋଇଯାଇଥିଲେ। ପାମେଲା ଏକ କବିତାରେ ପିଟର୍ସଙ୍କୁ ‘ଅରିଜିନାଲ ବ୍ୟାଡ୍‌ ବଏ’ ବୋଲି ଦର୍ଶାଇଥିଲେ। ଏହା ପୂର୍ବରୁ ପାମେଲା ଟମ୍‌ ଲି, କିଡ୍‌ ରକ୍‌, ରିକ୍‌ ସାଲୋମୋନଙ୍କୁ ବିବାହ କରି ସେମାନଙ୍କଠାରୁ ଅଲଗା ହୋଇଯାଇଥିଲେ।

Share