ରାଗିଲେ ‘ଦ କଶ୍ମୀର ଫାଇଲ୍ସ’ ଫେମ ପଲ୍ଲବି

ମୁମ୍ବାଇ: ଏବେ ଖୁବ୍ ଚର୍ଚ୍ଚାରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ । ୧୯୯୦ରେ ଯେଉଁଭଳି ଭାବେ କଶ୍ମୀର ପଣ୍ଡିତଙ୍କୁ ଜେନୋସାଇଡ କରାଯାଇଥିଲା ତାହା ଫିଲ୍ମରେ ଦର୍ଶାଯାଇଛି । ତେଣୁ ଫିଲ୍ମଟି ସବୁ ବର୍ଗର ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । କ୍ରିଟିକ୍ସଙ୍କ ମଧ୍ୟରେ ବି ଏହାର ଖୁବ୍ ଚର୍ଚ୍ଚା ହେଉଛି । ଏବେ ପର୍ଯ୍ୟନ୍ତ ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଏମିତିକି ରାଜନେତାମାନେ ବି ସେମାନଙ୍କ ମତ ଦେବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ଏହି କ୍ରମରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ତାଙ୍କ ଶାସନ କାଳ ସମୟରେ କୌଣସି ମୁସଲମାନଙ୍କୁ ହତ୍ୟା କରାଯାଇ ନାହିଁ । ଯଦି ଏ ସମ୍ପର୍କରେ କୌଣସି ପ୍ରମାଣ ମିଳେ ତେବେ ସେ ଦେଶର ଯେକୌଣସି କୋଣରେ ଥିଲେ ବି ମୃତ୍ୟୁଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।
ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦ କଶ୍ମୀର ଫାଇଲ୍ସ ଫେମ ପଲ୍ଲବି ଯୋଶୀ । ସେ କହିଛନ୍ତି ପଲିଟିସିଆନ ବା ରାଜନେତାମାନଙ୍କୁ କିଭଳି ଜବାବ ଦିଆଯାଏ ତାହା ମୁଁ ଜାଣିନି । ହେଲେ ୭୦୦ ଶହ ଲୋକ କେବେ ଏକାଠି ମିଛ କହିବେ ନାହିଁ । ଆମେ ଫିଲ୍ମ ନିର୍ମାଣ ପୂର୍ବରୁ ସମସ୍ତ ପ୍ରକାର ରିସର୍ଚ୍ଚ କରିବା ସହ ଏହାର ଭିଡିଓ ଏଭିଡେନ୍ସ ବି ଆମ ପାଖରେ ରହିଛି ବୋଲି ସେ କହିଛନ୍ତି । ଏହାସହ ପଲ୍ଲବୀ ଆହୁରି ମଧ୍ୟ କହିଛନ୍ତି, ୧୯୯୦ରେ ଫାରୁକ ଅବଦୁଲ୍ଲାଙ୍କ ଶାସନ ସମୟରେ କଶ୍ମୀର ପଣ୍ଡିତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହେଲେ ଏହାର ଦୁଇ ଦିନ ପୂବରୁ ଫାରୁକ ଅବଦୁଲ୍ଲା ଇସ୍ତଫା ଦେବା ସହ ଲଣ୍ଡନ ଚାଲି ଯାଇଥିଲେ । ସେହି ସମୟରେ ସେଠାରେ କୌଣସି ଆଡମିନିଷ୍ଟ୍ରେଶନ ନ ଥିଲା ।

Share